/odishatv-khabar/media/media_files/2026/01/03/nostradamus-predictions-2026-01-03-17-11-10.jpg)
Nostradamus Predictions Photograph: (OTV)
୨୦୨୬କୁ ନେଇ ଭୟଙ୍କର ଭବିଷ୍ୟବାଣୀ । ରକ୍ତର ନଈ ବୋହିବ...୭ ମାସର ମହାଯୁଦ୍ଧ ଚାଲିବ ।
୧୫୫୫ରେ ନୋଷ୍ଟ୍ରାଡମ୍ସ 'ଦ ପ୍ରଫେସିଜ୍' (The Prophecies) ନାମକ ଏକ ବହି ଲେଖିଥିଲେ । ଏଥିରେ ୯୪୨ଟି କବିତା ରହିଛି । ଆଉ ଏହି କବିତାଗୁଡିକ ମାଧ୍ୟମରେ ଭବିଷ୍ୟକୁ ନେଇ ଅନେକ କଥା ଲେଖିଛନ୍ତି ନୋଷ୍ଟ୍ରାଡମ୍ସ । କିନ୍ତୁ ତାଙ୍କର ଏହି ଭବିଷ୍ୟବାଣୀ ସିଧା ଭାଷାରେ ଲେଖା ନହୋଇ ରହସ୍ୟମୟୀ ଶବ୍ଦ ଓ ଲାଟିନ୍, ଗ୍ରୀକ୍ ଶବ୍ଦକୁ ମିଶାଇ ଲେଖାଯାଇଛି । ଯେଉଁଥିପାଇଁ ଏହା ପ୍ରହେଳିକା ଭଳି ଲାଗେ ଓ ବୁଝିବା କଷ୍ଟକର ହୁଏ । ନୋଷ୍ଟ୍ରାଡମସ୍ କବିତାରେ ଲେଖିଛନ୍ତି, ୨୦୨୬ରେ ବିଶ୍ୱରେ ମହାଯୁଦ୍ଧ ହେବ ।ଯାହା ୭ ମାସ ଧରି ଚାଲିବ ଓ ଏଥିରେ ଅନେକ ଲୋକ ପ୍ରାଣ ହରାଇବେ । ତାଙ୍କର ଏ କଥା ଦୁଇ ମହାଶକ୍ତିଙ୍କ ଭିତରେ ବଡ଼ ସଂଘର୍ଷ ଓ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଇସାରା କରୁଥିବା ଲୋକେ ବିଶ୍ୱାସ କରୁଛନ୍ତି । ଏହାସହ ସେ ନୌଯୁଦ୍ଧର ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ନୋଷ୍ଟ୍ରାଡମସ୍ ଲେଖିଛନ୍ତି ୭ ଜାହାଜ ଆଖପାଖରେ ଘାତକ ଯୁଦ୍ଧ ହେବ । ଦକ୍ଷିଣ ଚୀନ୍ ସାଗରରେ, ଚୀନ, ତାଇୱାନ, ଭିଏତନାମ, ମାଲେସିଆ, ବ୍ରୁନେଇ, ଇଣ୍ଡୋନେସିଆ ଓ ଫିଲିଫାଇନ୍ସକୁ ଏହି ୭ ଜାହଜ ବୋଲି କୁହାଯାଉଛି ।
ନୋଷ୍ଟ୍ରାଡମସ୍ ୨୦୨୬ରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ହେବା କଥା ମଧ୍ୟ ଲେଖିଛନ୍ତି । ସେ ଆହୁରିମଧ୍ୟ ଲେଖିଛନ୍ତି, ଗୋଟିଏ ଦିନ ହଠାତ୍ ମହୁମାଛିଙ୍କ ବିଶାଳ ଦଳ ମାଡିବ ଓ ରାତିରେ ବଡ ଆକ୍ରମଣ କରିବ । ଏହି ମହୁମାଛିର ଅର୍ଥ କୌଣସି କୀଟ ନୁହେଁ ବରଂ ଏହା କୌଣସି ବଡ ଭୂରାଜନୈତିକ ସଂଘର୍ଷକୁ ବୁଝାଉଛି । ଆଜିକାଲି ହେଉଥିବା ଅଚାନକ ଡ୍ରୋନ ଆଟାକ୍, ସିକ୍ରେଟ ମିଲିଟାରୀ ଆଟାକ୍ ସହ ଏହାକୁ ଯୋଡାଯାଉଛି ।
ନୋଷ୍ଟ୍ରାଡମ୍ଙ୍କ କହିବା ଅନୁସାରେ, ୨୦୨୬ରେ ପ୍ରାକୃତିକ ବିପର୍ଯ୍ୟୟ ଭୀଷଣ ପ୍ରଳୟ ଆଣିବ । ଦୁର୍ଭିକ୍ଷ ସହ ଭୟଙ୍କର ବର୍ଷା, ବନ୍ୟା ହୋଇ ବ୍ୟାପକ ଧନଜୀବନ ନଷ୍ଟ ହେବ । ଏହାସହ ୨୦୨୬ରେ କୃତ୍ରିମ ବୁଦ୍ଧିମତା ବା AIକୁ ନେଇ ମଧ୍ୟ ସେ ୫୦୦ ବର୍ଷ ତଳୁ ଭବିଷ୍ୟବାଣୀ କରିଛନ୍ତି । ଏଆଇ ମଣିଷଠୁ ନିଷ୍ପତ୍ତି ନେବାର ଶକ୍ତି ଛଡାଇବ । ସରକାର, ସିଷ୍ଟମ, ସଂସ୍ଥା ସବୁକିଛି ଏଆଇ ଉପରେ ନିର୍ଭର କରିବେ । ଧୀରେ ଧୀରେ ମଣିଷ ଏଆଇକୁ ନୁହେଁ, ଏଆଇ ମଣିଷକୁ କଣ୍ଟ୍ରୋଲ କରିବେ ।
୨୦୨୬ରେ ସ୍ୱିଜରଲ୍ୟାଣ୍ଡର ଟିକିନୋ ସହରରେ ରକ୍ତର ନଦୀ ବହିବ ବୋଲି ଭବିଷ୍ୟବାଣୀ କରିଥିଲେ ନୋଷ୍ଟ୍ରାଡମସ୍ । ଆଉ ଗତ ଗୁରୁବାର ରାତିରେ ନୂଆବର୍ଷ ସେଲିବ୍ରେସନ ବେଳେ ଟିକିନୋଠୁ ୧୬୭ କିଲୋମିଟର ଦୂରରେ ଥିବା ଏକ ବାର୍ରେ ନିଆଁ ଲାଗି ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି ।
ଭବିଷ୍ୟବକ୍ତା ନୋଷ୍ଟ୍ରାଡମ୍ସଙ୍କ ପ୍ରକୃତ ନାଁ 'ମିସେଲ ଡି ନଷ୍ଟ୍ରୋଡମ୍' ।୧୫୦୩ରେ ଫ୍ରାନ୍ସରେ ତାଙ୍କର ଜନ୍ମ ହୋଇଥିଲା । ସେ ଭବିଷ୍ୟବକ୍ତା ସହ ଚିକିତ୍ସକ ବି ଥିଲେ । ସେ ଆଡଲ୍ଫ ହିଟଲର ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ଫ୍ରାନ୍ସ ବିପ୍ଲବ ଓ କୋଭିଡ୍-୧୯ ମହାମାରୀ ଭଳି ଆଧୁନିକ ଯୁଗର କିଛି ବଡ଼ ବଡ଼ ଘଟଣାର ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ହୋଇଛି । ତେଣୁ ନୂଆବର୍ଷ ଆରମ୍ଭରେ ତାଙ୍କର ଏହି ଭବିଷ୍ୟବାଣୀ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାଏ ।
BJP Workers Attempt Attack on Woman BDO: ଅଫିସରେ ପଶି ରାଜନଗର ବିଡିଓଙ୍କୁ ଆକ୍ରମଣ ଉଦ୍ୟମ! ଭିଡିଓର ଭାଇରାଲ୍

Big Update on Green Sticker: ଗ୍ରୀନ ଷ୍ଟିକରକୁ ନେଇ ବଡ ଅପଡେଟ୍, ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ

Humanity Still Lives: ଏବେ ବି ବଞ୍ଚିଛି ମାନବିକତା; ଏମିତି ଡାକ୍ତର, ମାଗଣାରେ କରୁଛନ୍ତି ସେବା

Chilika Lake: ବଦଳିବ ଚିଲିକାର ଚେହେରା; ୨ହଜାର କୋଟିର ମହାଯୋଜନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)