/odishatv-khabar/media/media_files/2026/01/03/bdo-2026-01-03-14-34-04.jpg)
BDO Photograph: (OTV)
କେନ୍ଦ୍ରାପଡା ରାଜନଗର ବ୍ଲକର ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ୍। ଶୁକ୍ରବାର ଦିନ ପ୍ରାୟ 12ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ସ୍ଥାନୀୟ ବିଜେପି ନେତା ଲଳିତ ବେହେରାଙ୍କ ନେତୃତ୍ବରେ କିଛି ଜନପ୍ରତିନିଧି ବ୍ଲକର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ ସହ ଆଲୋଚନା ପାଇଁ ଅଫିସକୁ ଯାଇଥିଲା ବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା।
ଏହାଭିତରେ ଉତକ୍ଷିପ୍ତ ହୋଇ ଲଳିତ ହଠାତ୍ ଟେବୁଲରେ ଥିବା ଡେକ୍ସଟପ୍ ମନିଟରକୁ ଉଠାଇ ବିଡିଓଙ୍କ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲଳିତଙ୍କ ଅନ୍ୟ ସମର୍ଥକ ମାନେ ଲଳିତଙ୍କ ହାତରୁ ମନିଟରକୁ ଧରିଦେବାରୁ ବିଡିଓ ଅଳ୍ପକେ ବର୍ତ୍ତିଯାଇଥିବା ଅଫିସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି।
ଏହି ଘଟଣାରେ ବିଡିଓଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଏ ବାବଦରେ ବିଡିଓ ଜିଲ୍ଲାପାଳଙ୍କୁ ଜଣାଇଥିବା ସୂଚନା ମିଳିଛି। ଜଣେ କାର୍ଯ୍ୟରତ ବିଡିଓଙ୍କ ଅଫିସ୍ ଚାମ୍ବରରେ ପଶି ଏଭଳି ଆକ୍ରମଣ ଉଦ୍ୟମକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ହେଲେ ବିଜେପି ନେତା ଲଳିତ ବେହେରା କିନ୍ତୁ ଆକ୍ରମଣ ଉଦ୍ୟମ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ଭିନ୍ନ କଥା କହିଛନ୍ତି।
ସେ କହିଛନ୍ତି ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଡିଓଙ୍କ ଆଲୋଚନା ହେଉଥିଲା ବେଳେ ବିଡିଓ ତାଙ୍କ କଥାକୁ କର୍ଣ୍ଣପାତ ନକରି କମ୍ପ୍ୟୁଟରରେ କାମ କରି ଚାଲିଥିଲେ। ଫଳରେ ରାଗି ଯାଇ ସେ କେବଳ ମନିଟରକୁ ଛଡ଼େଇ ନେଇଥିଲେ ବୋଲି କହିଛନ୍ତି। ତେବେ ଏଇ ଘଟଣାକୁ ନେଇ ସ୍ଥାନୀୟ ରାଜନୀତି ଜୋର ଧରିଛି।
ବିଜେଡି ସମର୍ଥିତ କିଛି ଜନପ୍ରତିନିଧି ବିଡିଓଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ତୁରନ୍ତ ଗିରଫଦାରୀ ଦାବି କରିଛନ୍ତି।
ଅଫିସରେ ପଶି ରାଜନଗର ବିଡିଓଙ୍କୁ ଆକ୍ରମଣ ଉଦ୍ୟମ!
ସ୍ଥାନୀୟ ବିଜେପି ନେତାଙ୍କ ଆକ୍ରମଣ ଉଦ୍ୟମର ଭିଡିଓର ଭାଇରାଲ୍
୩୦ରୁ ଅଧିକ ସମର୍ଥକ ବିଡିଓଙ୍କ ଚ୍ୟାମ୍ବରରେ ପଶି ହଙ୍ଗାମା
ମହିଳା ବିଡିଓଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ ଉଦ୍ୟମକୁ ଉଦବେଗ
ବିଡିଓଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ତେଜିଲା ରାଜନୀତି
U.S. launches military strikes on Venezuela: ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍, ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

Jagatsinghpur: ଅଡୁଆରେ ତିର୍ତ୍ତୋଲ IIC, ଥାନା ଅଧିକାରୀଙ୍କ ଦରମା ବନ୍ଦ

Odisha Tops Pollution Charts: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ଦେଶରେ ପ୍ରଥମ ସ୍ଥାନରେ ତାଳଚେର

Ama Bus Accident: ପୁଣି ଜୀବନ ନେଲା ଆମ ବସ୍, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)