/odishatv-khabar/media/media_files/2026/01/03/chilika-lake-2026-01-03-15-11-48.jpg)
ବଦଳିବ ଚିଲିକାର ଚେହେରା Photograph: (OTV)
ଚିଲିକା ହ୍ରଦ ରାମସାର ସାଇଡ ଭାବେ ବିଶ୍ୱରେ ପରିଚିତ। ଚିଲିକା ଆଉ ଥରେ ପୁନର୍ଜୀବିତ ହେବ। ବିଭିନ୍ନ ପର୍ଯ୍ୟାୟରେ ଚିଲିକା ଉନ୍ନୟନ ପରିଷଦ ଓ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା ହୋଇଛି। ଏବେ IIT ମାଡ୍ରାସ୍ ଓଷନୋଗ୍ରାଫି ସହିତ ଚିଲିକା ଉନ୍ନୟନ ପରିଷଦ ତରଫରୁ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଖୁବଶୀଘ୍ର ଏଥିପାଇଁ DPR ପ୍ରସ୍ତୁତ ହେଉଛି।
ଚିଲିକାର ସମ୍ପୂର୍ଣ୍ଣ ପୁନଃବିନ୍ୟାସ କରାଯିବ। ଚିଲିକାର ପେରିଫେରିକୁ ଡେଭଲପମେଣ୍ଟ କରାଯିବ। ଅବରୋଧ ମୁକ୍ତ କରିବା ସହିତ ସୌନ୍ଦର୍ଯ୍ୟ କରାଯିବ। ଏନେଇ ୧୫୦୦ରୁ ୨ହଜାର କୋଟିର DPR ପ୍ରସ୍ତୁତ ହେଉଛି। ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି। ଚିଲିକାକୁ କ୍ଷତି ପହଞ୍ଚଯିବନି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।
ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରାଯାଇଛି। ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପୂର୍ତ୍ତ ମନ୍ତ୍ରୀଙ୍କ ଅଧକ୍ଷତାରେ ହୋଇଯାଇଛି। ଏଥିରେ ପୁରୀ ସାଂସଦ ସମ୍ବିତ ପାତ୍ର, ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ଓ IIT ମାଡ୍ରାସ୍ ଉପସ୍ଥିତ ଥିଲେ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)