Advertisment

Heavy Rain: ଦୁଇଦିନ ଯାଏଁ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା, କୋରାପୁଟରେ ପ୍ରବଳ ବର୍ଷିବ

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା । ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

author-image
Manas Ranjan Mohanty
WEATHER

WEATHER Photograph: (OTV)

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା । ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ । ଏହାସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଆସନ୍ତାକାଲି ପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାକୁ ଆଲର୍ଟ ଜାରି କରାଯାଇଛି । ସେପଟେ ଓଡ଼ିଶାରୁ ମୌସୁମୀ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହୋଇଛି ।  

Advertisment

ଦୁଇଦିନ ଯାଏଁ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା 
ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କତା 
ଆଜି କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ
ଉପକୂଳ ଓ ଉତ୍ତର ଓଡ଼ିଶାକୁ ବି ଆଲର୍ଟ
ଲେଉଟାଣି ପ୍ରକ୍ରିୟା ଆରମ୍ଭ କଲାଣି ମୌସୁମୀ 

Advertisment
Related Articles
Advertisment