/odishatv-khabar/media/media_files/2026/01/14/care-hospital-2026-01-14-13-09-18.jpg)
Care Hospital Photograph: (OTV)
ଡାକ୍ତରୀ ଚିକିତ୍ସାରେ ଏକ ମାଇଲଖୁଣ୍ଟ ହାସଲ କରିଛି ଭୁବନେଶ୍ବର ସ୍ଥିତ ଏକ ଅଗ୍ରଣୀ ହସ୍ପିଟାଲ ‘କେୟାର ହସ୍ପିଟାଲ’। କେୟାର ହସ୍ପିଟାଲ୍ସର ଡାକ୍ତରମାନେ ଏକ ବିରଳ ଏବଂ ଜୀବନଘାତକ ହୃଦରୋଗରେ ପୀଡିତ ୨୫ ବର୍ଷୀୟ ରୋଗୀଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ପ୍ରକାର ରୋଗକୁ ଆକ୍ୟୁଟ୍ ଆଓର୍ଟିକ ଡିସେକ୍ସନ କୁହାଯାଏ।
ରୋଗୀଙ୍କୁ ହଠାତ୍ ଛାତିରେ ଜୋର୍ ଯନ୍ତ୍ରଣା ହେବାରୁ ଇମର୍ଜେନ୍ସି ଡିପାର୍ଟମେଣ୍ଟରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନୀରିକ୍ଷା କରିବା ପରେ ରୋଗୀଙ୍କୁ ଆକ୍ୟୁଟ୍ ଆଓର୍ଟିକ ଡିସେକ୍ସନ ହୋଇଥିବା ଜଣା ପଡିଥିଲା। ଏହା ଏକ ଜଟିଳ ଅବସ୍ଥା, ଶରୀରର ଅନ୍ୟ ଅଂଶକୁ ରକ୍ତ ବହନ କରୁଥିବା ମୁଖ୍ୟ ରକ୍ତନଳୀ (ଆଓର୍ଟା)ରେ ଏକ ଫାଟ ହୋଇଥାଏ। ଏପରି ଅବସ୍ଥାରେ ତୁରନ୍ତ ଚିକିତ୍ସା ଜରୁରୀ ହୋଇଥାଏ ଏବଂ ତୁରନ୍ତ ସର୍ଜରୀ ଆବଶ୍ୟକ ହୁଏ।
ରୋଗୀଙ୍କୁ ଜରୁରୀ ଓପନ୍-ହାର୍ଟ ସର୍ଜରୀ ପାଇଁ ନିଆଯାଇଥିଲା। ସଫଳତାର ସହିତ କାର୍ଡିଓଥୋରାସିକ ଏବଂ ଭାସ୍କୁଲାର ସର୍ଜରୀ (CTVS) ଟିମ୍ ସଫଳତାର ସହିତ ଏହି ସର୍ଜରୀ କରିଥିଲେ।
ଏହି ଡାକ୍ତରୀ ଟିମ୍ର ନେତୃତ୍ୱ ନେଇଥିଲେ ଭାସ୍କୁଲାର ସର୍ଜରୀ ସିନିୟର କନ୍ସଲ୍ଟାଣ୍ଟ ଡାକ୍ତର ଶୁଭକାନ୍ତ ବିଶ୍ୱାଳଙ୍କ ତତ୍ତ୍ବବଧାନରେ ଡାକ୍ତର ସୋମେନ, ଭାସ୍କୁଲାର ସର୍ଜରୀ କନ୍ସଲ୍ଟାଣ୍ଟ ଏବଂ ଏକ ନର୍ସିଂ ଟିମ୍ ଏହି ଅପରେସନ କରିଥିଲେ। ସର୍ଜରୀକୁ କାର୍ଡିଆକ ଆନାସ୍ଥେସିଆ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳନା କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲେ ଡାକ୍ତର ମନୋରଞ୍ଜନ ପାଢ଼ୀ ଏବଂ ଡାକ୍ତର ଧର୍ମଜୀବନ।
ଏ ବିଷୟରେ ଡାକ୍ତର ଶୁଭକାନ୍ତ ବିଶ୍ୱାଳ କହିଛନ୍ତି,“ ଆକ୍ୟୁଟ୍ ଆଓର୍ଟିକ ଡିସେକ୍ସନ ଏକ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥା ଯେଉଁଥିରେ ପ୍ରତ୍ୟେକ ମିନିଟ୍ ବି ଅତି ଗୁରୁତ୍ବପୂର୍ଣ୍ଣ। ଲକ୍ଷଣଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବା ଏବଂ ତୁରନ୍ତ ସର୍ଜରୀ କରିଲେ ହିଁ ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିବ।
ସର୍ଜରୀ ପରେ ରୋଗୀ ଧୀରେ ଧୀରେ ସୁସ୍ଥ ହେବା ସହ ଏବଂ ୬ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ରୋଗୀଙ୍କ ପରିବାର ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍ କର୍ମଚାରୀମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।
Mandi Problems Persist: ମଣ୍ଡିରେ ମିଲରଙ୍କ ମନମାନୀ, ଧାନ କିଣା ଠପ୍!

Virus Threat Looms: ମାଡ଼ି ଆସୁଛି ଭାଇରସ୍, କରିଦେବ କୋମା! ଆଲର୍ଟ ମୋଡରେ ଓଡ଼ିଶା

Women in the Army : ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା, ସେନା ମୁଖ୍ୟ କହିଲେ- ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ

Dangerous Chips Still Sold: ବଜାରରେ ମିଳୁଛି ମୃତ୍ୟୁର ଚିପ୍ସ! ଆଖି ହରାଇଲା କୁନି ପୁଅ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)