Advertisment

Zohran Mamdani: କିଏ ଜୋହରାନ ମମଦାନି, ଯାହାଙ୍କୁ ନେଇ ଏବେ ଏତେ ଚର୍ଚ୍ଚା... ଓଡିଶା ସହ ରହିଛି ତାଙ୍କର କି ସମ୍ପର୍କ ?

ନ୍ୟୁୟର୍କ ମେୟରଙ୍କ ଓଡ଼ିଶା ଲିଙ୍କ୍‌। କିଏ ଏହି ମେୟର? ନ୍ୟୁୟର୍କ ସିଟିର ସର୍ବକନିଷ୍ଠ ଓ ପ୍ରଥମ ମୁସଲିମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଜୋହରାନ ମମଦାନି। ଯିଏ କି ଜଣେ ଭାରତୀୟ ବଂଶୋଦ୍ଭବ।

author-image
Chinmayee Sahoo
New York Mayor

New York Mayor Photograph: (OTV)

ଆମେରିକା ନ୍ୟୁୟର୍କ ସିଟିର ସର୍ବକନିଷ୍ଠ ଓ ପ୍ରଥମ ମୁସଲିମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଜୋହରାନ ମମଦାନି । ଯିଏ କି ଜଣେ ଭାରତୀୟ ବଂଶୋଦ୍ଭବ । ଆଉ ମେୟର ନିର୍ବାଚିତ ହେବା ପରେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଏମିତିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଟ୍ୱିଟ୍ କରି ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

Advertisment

ଜୋହରାନ ମମଦାନିଙ୍କ ମାଆ ରହୁଥିଲେ ଓଡ଼ିଶାର ରାଉରକେଲାରେ । ତାଙ୍କର ମାଆ ହେଲେ ଆୱାର୍ଡ ୱିନିଂ ଫିଲ୍ମ ନିର୍ମାତା ମୀରା ନାୟର । ମୀରାଙ୍କ ବାପା ଓଡିଶା କ୍ୟାଡର ଆଇଏଏସ୍ ଅଫିସର ଥିଲେ । ତେଣୁ ତାଙ୍କ ଜନ୍ମଠୁ ନେଇ ପିଲାଦିନ କଟିଥିଲା ଓଡିଶାରେ । ପ୍ରଥମେ ରାଉରକେଲା ଓ ତା ପରେ ଭୁବନେଶ୍ୱରରେ ରହୁଥିଲେ ମୀରାଙ୍କ ପରିବାର । ୧୮ ବର୍ଷ ଯାଏ ଭୁବନେଶ୍ୱରରେ ରହି ପାଠ ପଢିଛନ୍ତି ମୀରା । ଏବେ ସେ ଜଣେ ଆମେରିକୀୟ ନାଗରିକ ହୋଇଥିବା ବେଳେ, ତାଙ୍କୁ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଛି।


ମୀରା ନାୟରଙ୍କ ପ୍ରଥମ ଫିଲ୍ମ ଥିଲା 'ସଲାମ୍ ବମ୍ବେ' । ହିନ୍ଦୀ ଫିଲ୍ମ ସହ ଅନେକ ହଲିଉଡ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ସେ। ମୀରା ମୁମ୍ବାଇର ମହମ୍ମୁଦ ମମଦାନିଙ୍କୁ ବିବାହ କରିଥିଲେ । ଏହାପରେ ସେମାନେ ଉଗାଣ୍ଡା ଚାଲିଯାଇଥିଲେ । ସେଇଠି ଜୋହରନ ମମଦାନିଙ୍କ ଜନ୍ମ ହୋଇଥିଲା । ପରେ ସେମାନେ ନ୍ୟୁୟର୍କ ଆସିଥିଲେ ଓ ନ୍ୟୁୟର୍କରେ ହିଁ ବଢିଥିଲେ ମମଦାନି ।  

Advertisment

ଜୋହରାନ ମମଦାନି ନିର୍ବାଚନ ଜିତିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ ଝଟକା । କାରଣ ଟ୍ରମ୍ପ ଲଗାତାର ମମଦାନିଙ୍କ ବିରୋଧ କରୁଥିଲେ। ଏମିତିକି ସେ ନିର୍ବାଚନ ଜିତିଲେ ନ୍ୟୁୟର୍କକୁ ଫଣ୍ଡିଂ ଦେବେନି ବୋଲି ଧମକ ଦେଇଥିଲେ । ଆଉ ଏବେ ନିର୍ବାଚନ ଜିତି ଟ୍ରମ୍ପଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମମଦାନି । ପ୍ରଥମ ଭାଷଣରେ ଟ୍ରମ୍ପଙ୍କୁ ତାଙ୍କ ଭଲ୍ୟୁମ୍ ବଢାଇବାକୁ କହି ଟାର୍ଗେଟ କରିଛନ୍ତି ସେ ।

New York City
Advertisment
Related Articles
Advertisment