/odishatv-khabar/media/media_files/2025/11/06/son-in-law-attack-2025-11-06-14-19-13.jpg)
Son-in-Law-attack Photograph: (OTV)
ଜ୍ୱାଇଁର କଟୁରୀ ଚୋଟରେ ଘାଇଲା ଶ୍ୱଶୁର ଘର । ସ୍ତ୍ରୀକୁ ହାଣିଲା, ଶାଶୁ-ଶ୍ୱଶୁରଙ୍କୁ ବି ହାଣିଲା । ରକ୍ତର ନଈ ବୁହାଇଲା ଜ୍ୱାଇଁ ।‘ମୋ କଥା ମାନୁନ ତ, ଏବେ ହଣା ଖାଅ ।‘ ସାମ୍ନାକୁ ଯିଏ ଆସିଲା, କଟୁରୀରେ ଚୋଟ ପକାଇଲା ।
୩ ଜଣଙ୍କୁ ହାଣି ଲହୁଲୁହାଣ କରିବା ପରେ ଫେରାର୍ ହୋଇଗଲା ଜହ୍ଲାଦ ଜ୍ୱାଇଁ । ନାଁ ସଞ୍ଜୟ ଦାସ । ସ୍ତ୍ରୀକୁ ଘରକୁ ଯିବାକୁ ଡାକିଲା । ଆଉ ସ୍ତ୍ରୀ ମନା କରିବାରୁ ଗୋଟା ଗୋଟା କରି ପୂରା ପରିବାରକୁ ହାଣି ପକାଇଲା । ବାଙ୍କୀ ଥାନା ସିଶୁଆ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା ।
ପାରିବାରକ କହଳରୁ ସଞ୍ଜୟର ସ୍ତ୍ରୀ ପୁଷ୍ପା ଦାସ ବର୍ଷେ ହେଲା ଆସି ବାପଘରେ ରହୁଥିଲେ । ଆଉ କାଲି ସକାଳେ ସ୍ତ୍ରୀକୁ ଫେରାଇ ଆଣିବାକୁ ଶ୍ୱଶୁର ଘରେ ପହଞ୍ଚିଥିଲା ସଞ୍ଜୟ । ତା' ସହ ଯିବାକୁ ପୁଷ୍ପାଙ୍କୁ ବାଧ୍ୟ କରିଥିଲା । ଟଣାଓଟରା କରିଥିଲା । ତଥାପି ସ୍ତ୍ରୀ ଯିବାକୁ ମନା କରିବାରୁ ମୁଣ୍ଡରେ ଚଢିଥିଲା ପିତ । ସାଙ୍ଗରେ ଆଣିଥିବା କଟୁରୀରେ ସ୍ତ୍ରୀକୁ ଚୋଟ ପରେ ଚୋଟ ପକାଇଥିଲା ସଞ୍ଜୟ । ପୁଷ୍ପାଙ୍କୁ ହାଣି ଲହୁଲୁହାଣ କରି ଦେଇଥିଲା । ଝିଅକୁ ବଞ୍ଚାଇବାକୁ ଯିବାରୁ ଶାଶୁ-ଶ୍ୱଶୁରଙ୍କୁ ବି ନିର୍ମମ ଭାବେ ହାଣି ପକାଇଥିଲା ଉଦ୍ଧତ ଜ୍ୱାଇଁ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପତ୍ନୀ ପୁଷ୍ପାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଉ ଏହି ରକ୍ତପାତ ଘଟାଇ ଫେରାର୍ ହୋଇଯାଇଛି ଅଭିଯୁକ୍ତ ଜ୍ୱାଇଁ ସଞ୍ଜୟ । ବାଙ୍କୀ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି କରୁଛି ।
Nuapada by-election: ନୂଆପଡ଼ା ଉପନିର୍ବାଚନ: ଆଜିଠୁ ଜୋରସୋର ପ୍ରଚାର ଲଢ଼େଇ

India, Australia Face Off: ଭାରତ-ଅଷ୍ଟ୍ରେଲିଆ ଟକ୍କର: ଖେଳାଯିବ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ୍

Bus Catches Fire: ଜଳିଗଲା ଯାତ୍ରୀବାହୀ ବସ୍, ସର୍ଟସର୍କିଟ ଯୋଗୁଁ ଲାଗିଲା ନିଆଁ

Typhoon Kalmaegi: ଶକ୍ତିଶାଳୀ ଟାଇଫୁନ: ୨୪୧ ଜଣଙ୍କର ମୃତ୍ୟୁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)