/odishatv-khabar/media/media_files/2026/01/22/udaipur-road-accident-2026-01-22-14-19-12.jpg)
Road Accident Photograph: (OTV)
ହାତରେ ସିଗାରେଟ୍, ୧୨୦ ସ୍ପିଡ୍ରେ ଗାଡି ଆଉ ଲାଉଡ୍ ମ୍ୟୁଜିକ୍ । କ୍ୟାମେରାରେ ଦୁର୍ଘଟଣା ପୂର୍ବର ସେଇ ଭୟଙ୍କର ଚିତ୍ର । ଚା' ପିଇବାକୁ ଯାଉଥିଲେ, ଜୀବନ ଚାଲିଗଲା । ଦେଖନ୍ତୁ କେତେ ବେପରୁଆ ଭାବେ ଗାଡି ଚଲାଉଛନ୍ତି ଯୁବକ । ଯେଉଁଥିପାଇଁ ଏହି ଯୁବକଙ୍କ ସମେତ ତାଙ୍କର ୪ ସାଙ୍ଗଙ୍କ ଦୁର୍ଘଟଣାରେ ଚାଲିଯାଇଛି ଜୀବନ । ମୃତକ ହେଲେ ମହମ୍ମଦ ଅୟାନ, ଆଦିଲ୍ କୁରେସି, ଶେର୍ ମହମ୍ମଦ, ଗୁଲାମ ଖ୍ବାଜା । ରାଜସ୍ଥାନ ଉଦୟପୁରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।
ଜନ୍ମଦିନରେ ଚାଲିଗଲେ ୪ ସାଙ୍ଗ:
ସାଙ୍ଗର ଜନ୍ମଦିନ ଥିଲା । ୬ ଜଣ ସାଙ୍ଗ ମିଶି ସେଲିବ୍ରେସନ କରିବାକୁ ଯାଇଥିଲେ । ସେଲିବ୍ରେସନ ସାରି ରାତି ୩ଟାରେ ବାହାରିଥିଲେ ଚା' ପିଇବାକୁ । ଭିଡିଓରେ ଦେଖାଯାଉଛି, ଶେର୍ ମହମ୍ମଦ ଫୁଲ୍ ସ୍ପିଡରେ ବେପରୁଆ ଭାବେ ଡ୍ରାଇଭିଂ କରୁଥିବା ବେଳେ ପଛ ସିଟ୍ରେ ବସିଥିବା ଜଣେ ସାଙ୍ଗ ଭିଡିଓ ରେକର୍ଡିଂ କରୁଥିଲେ । ଗାଡିର ସ୍ପିଡ୍ ୧୦୦ ଉପରେ ଥିଲା ।
କ୍ୟାମେରାରେ ଛାତିଥରା ଦୁର୍ଘଟଣା:
ସ୍ପିଡ୍ ୧୪୦ ପାର୍ କରିବା ପରେ ସାଙ୍ଗମାନେ ସ୍ଲୋ କରିବାକୁ କହିଥିଲେ । ଆଉ ଏହାର କେଇ ସେକେଣ୍ଡ ଭିତରେ ଘଟିଥିଲା ଦୁର୍ଘଟଣା । ତାଙ୍କର କାର୍ ଗୁଜରାଟ ପଟୁ ଆସୁଥିବା ଆଉ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ପୂରାପୂରି ଚୁରମାର୍ ହୋଇଯାଇଥିଲା ଦୁଇଟି ଯାକ କାର୍ । ଭାଇ ବଞ୍ଚାଅ, ବଞ୍ଚାଅ... ବୋଲି ଆକୁଳ ଚିତ୍କାର ଶୁଭିଥିଲା । ଦୁର୍ଘଟଣା ବେଳର ଏକ ୯ ମିନିଟ୍ ବିଚଳିତ କଲାଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
କାର୍ ସହ ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ଭିତରୁ ୪ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଅଛନ୍ତି । ଅନ୍ୟ କାର୍ ଥିବା ୪ ଜଣ ଯାତ୍ରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ବେପରୁଆ ଗାଡି ଚାଳନା ଯେ କେତେ ଭୟାନକ ହୋଇପାରେ, ଏଥିରୁ ଠିକ୍ ଅନୁମାନ କରିପାରୁଥିବେ ।
ବ୍ୟୁରୋ ରିପୋର୍ଟ, ଓଟିଭି
Husband Killed Wife: ସ୍ତ୍ରୀ ଟଙ୍କାରେ ଅୟସ କରୁଥିଲା, ଡିଭୋର୍ସ ମାଗିବାରୁ ତଣ୍ଟି ଚିପି ମାରିଦେଲା

Odisha Govt Bans Gutkha Sale: ଗୁଟଖା କିଣାବିକା ନିଷେଦ୍ଧ, ଆଉ ବଜାରରେ ମିଳିବନି ମାଦକ ଦ୍ରବ୍ୟ

Process Begins for Rajya Sabha Elections: ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ

CM Disburses Subhadra Money: ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା, ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)