Advertisment

Justin Trudeau: ୫୩ ବର୍ଷ ବୟସରେ ପ୍ରେମ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହଲିଉଡ୍ ପ୍ରେମିକା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହଲିଉଡ୍ ପ୍ରେମିକା। ୫୩ ବର୍ଷ ବୟସରେ ପ୍ରେମରେ ଉବୁଟୁବୁ। ସୋସିଆଲ ମିଡିଆରେ କାଟି ପେରୀଙ୍କ ସହ ଫଟୋ ହେଲା ଭାଇରାଲ୍ ହେଉଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Justin-Trudeau-Relation

Justin-Trudeau-Relation Photograph: (OTV)

ବିଗତ କିଛି ଦିନ ଧରି ପପ୍ ସେନ୍ସେସନ୍ କାଟି ପେରୀ ଓ କାନାଡ଼ାର ପୂର୍ବ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସମ୍ପର୍କ ଖୁବ ଚର୍ଚ୍ଚାରେ ରହିଛି। ଖବର ଆସୁଛି ଯେ କ୍ୟାଟି ପେରୀ ଟ୍ରୁଡୋଙ୍କୁ ଡେଟ୍ କରୁଛନ୍ତି। କାରଣ ନିକଟରେ କାଟି ପେରୀ ନିଜର ଜନ୍ମଦିନକୁ ସେଲିବ୍ରେଟ କରିଥିଲେ। ଏହି ଅବସରରେ ଜଷ୍ଟିନ୍ ଓ କ୍ୟାଟିଙ୍କୁ ସାର୍ବଜନୀନ ଭାବେ ପ୍ରଥମ ଥର ଏକାଠି ହେବାର ଦେଖାଦେଇଥିଲା। 

Advertisment

 ଉଭୟ ପ୍ୟାରିସର ଲୋକପ୍ରିୟ କ୍ରେଜି ହର୍ସ କ୍ୟାବରେଟ ଶୋ’ରୁ ବାହାରକୁ ଆସିଥିଲେ। ଏହି ସମୟରେ ଜଷ୍ଟିନ୍ ଟ୍ରୁଡୋ କାଟି ପେରୀଙ୍କ ହାତ ଧରିଥିଲେ। ତେବେ କିଛି ଦିନ ପୂର୍ବରୁ କାଟି ପେରି ଏବଂ ଟ୍ରୁଡୋ କାଲିଫର୍ଣ୍ଣିଆର ସାଣ୍ଟା ବାର୍ବରାଠାରେ ୟାଟରେ ଏକାଠି ଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପେରି ହସି ହସି ଟ୍ରୁଡୋଙ୍କୁ ଆଲିଙ୍ଗନ କରୁଥିବାର ଦେଖାଯାଇଥିଲା । 

ଜଣେ ଦେଖଣାହାରୀ କହିଛନ୍ତି ମୁଁ ମୋ ବୋଟକୁ ନେଇ ସେହି ୟାଟ ପାଖରେ ରଖିଥିଲି। ହଠାତ ୨ଜଣ ବାହାରକୁ ଆସି ଥିଲେ। ଟାଟୁ ଦେଖିବା ପରେ ମୁଁ ଜାଣିଲି ଯେ ସେମାନେ ପପ୍ ଆଇକନ୍ କେଟି ପେରି ଏବଂ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ସେହି ସମୟରେ ହିଁ ଫଟୋ କ୍ଲିକ ହୋଇଛି। ଜୁଲାଇ ମାସରେ ମଣ୍ଟ୍ରିଆଲରେ ଏକାଠି ଭୋଜନ କରୁଥିବାର ଦେଖାଯିବା ପରେ ପ୍ରଥମେ ଗୁଜବ ସୃଷ୍ଟି କରିଥିଲେ। ପରେ ଟ୍ରୁଡୋ ପେରିଙ୍କ କାନାଡାରେ 'ଲାଇଫଟାଇମ୍ସ' ଟୁରରେ ଯୋଗ ଦେଇଥିଲେ, ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲେ । 

Advertisment

କ୍ୟାଟି ପେରି, ଜୁନ୍ 2025 ରେ ଅଭିନେତା ଅର୍ଲାଣ୍ଡୋ ବ୍ଲୁମ୍ ସହିତ ତାଙ୍କର ଦୀର୍ଘ ନିର୍ବନ୍ଧ ସମାପ୍ତ କରିଥିଲେ । ସେ ତାଙ୍କ ଝିଅ ଡେଜି ଡୋଭଙ୍କୁ ସହ ଏବେ ସମୟ ବିତାଉଛନ୍ତି। ସେହିପରି ଟ୍ରୁଡୋ 18 ବର୍ଷର ବିବାହ ପରେ ଅଗଷ୍ଟ 2023 ରେ ପତ୍ନୀ ସୋଫି ଗ୍ରେଗୋଇର୍ ଟ୍ରୁଡୋଙ୍କଠାରୁ ଅଲଗା ହୋଇଯାଇଥିଲେ। ଦମ୍ପତିଙ୍କର ତିନୋଟି ସନ୍ତାନ ଅଛନ୍ତି। ତେବେ ବର୍ତ୍ତମାନ ପେରି ଓ ଟ୍ରୁଡୋ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ଦେଖନ୍ତୁ:

Advertisment
Related Articles
Advertisment