/odishatv-khabar/media/media_files/2026/03/01/pakistan-2026-03-01-13-25-15.jpg)
Pakistan Photograph: (OTV)
ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଲାଣି। ପଶ୍ଚିମ ଏସିଆ ଏକରକମ ଯୁଦ୍ଧର ଦ୍ବାରଦେଶରେ ପହଞ୍ଚିଯାଇଛି। ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ପାକିସ୍ତାନରେ ଦେଖାଦେଇଛି ହିଂସାକାଣ୍ତ। କରାଚୀରେ ଥିବା ଆମେରିକୀୟ ଦୂତାବାସ ଉପରେ ଏକ ବଡ଼ ହମଲା କରାଯାଇଛି।
ଖାମେନେଇଙ୍କ ମୃତ୍ୟୁର ପ୍ରତିବାଦରେ ପାକିସ୍ତାନୀ ନାଗରିକମାନେ ଏହି ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ X ହ୍ୟାଣ୍ଡେଲରେ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପାକିସ୍ତାନୀ ଲୋକଙ୍କ ଏକ ଭିଡ଼ କିପରି ଆମେରିକୀୟ ଦୂତାବାସରେ ହଙ୍ଗାମା କରୁଛି। ଏହି ସମୟରେ ସେମାନେ ଏଥିରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ।
ଏହି ବିକ୍ଷୋଭରେ ଆମେରିକୀୟ ସେନା ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ଗୁଳିଚାଳନା କରିଥିବା ବେଳେ ସେଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଥିବା ପାକିସ୍ତାନୀ ମିଡିଆ ଦାବି କରିଛି।
ଆମେରିକା ଓ ଇସ୍ରାଏଲର ମିଳିତ ଘନ ଘନ ଆକ୍ରମଣରେ ଧୂଳି ଚାଟିଛି ଇରାନ୍। ଦେଶର ସର୍ବୋଚ୍ଚ ନେତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଓ ଟପ୍ କାମଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନରେ ହେଡ୍ ଅଫ ମିଲିଟାରୀ ବ୍ୟୁରୋ ଏବଂ ସୁପ୍ରିମ ଲିଡରଙ୍କ ପରାମର୍ଶଦାତାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେହିଭଳି ରିଭୋଲୁସନାରୀ ଗାର୍ଡର କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି। ଇରାନ ଗୁଇନ୍ଦା ବିଭାଗର ମୁଖ୍ୟ ବି ଇସ୍ରାଏଲ ଓ ଆମେରିକା ଆକ୍ରମଣରେ ଆଖି ବୁଜିଛନ୍ତି। ଆମେରିକା ଓ ଇସ୍ରାଏଲରେ ଘନ ଘନ ରକେଟ୍ ଓ ଡ୍ରୋନ୍ ମାଡ଼ରେ ଇରାନ୍ ଏକପ୍ରକାର ମୁରବୀ ଶୂନ୍ୟ ହୋଇ ପଡ଼ିଥିବା କୁହାଯାଉଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆକ୍ରମଣ ବୃଦ୍ଧି ବିରୁଦ୍ଧରେ ଚେତାବନୀ ଦେଇ ରବିବାର ଅନଲାଇନରେ କହିଥିଲେ ଯେ ଆମେରିକା "ପୂର୍ବରୁ କେବେ ଦେଖିନଥିବା ଶକ୍ତି" ସହିତ ଜବାବ ଦେବ। ଟ୍ରମ୍ପ ଲେଖିଛନ୍ତି, "ଇରାନ ଆଜି କହିଛି ଯେ ସେମାନେ ପୂର୍ବ ଆକ୍ରମଣ ଅପେକ୍ଷା ଅଧିକ ଶକ୍ତିଶାଳୀ ଶକ୍ତି ସହିତ ଆକ୍ରମଣ କରିବେ।" "କିନ୍ତୁ ସେମାନେ ଏପରି କରିବା ଉଚିତ୍ ନୁହେଁ, କାରଣ ଯଦି ସେମାନେ ଏପରି କରନ୍ତି, ତେବେ ଆମେ ସେମାନଙ୍କୁ ପୂର୍ବରୁ କେବେ ଦେଖିନଥିବା ଶକ୍ତି ସହିତ ଆକ୍ରମଣ କରିବୁ।" ସେ ପୋଷ୍ଟ କରିଛନ୍ତି।
Security Forces Use Drones to Hunt Maoist Leader: ଦାରିଙ୍ଗବାଡ଼ି ଜଙ୍ଗଲରେ ଲୁଚିଛି ଦୁର୍ଦ୍ଦାନ୍ତ ମାଓନେତା ଶୁକ୍ରୁ, ଖୋଜୁଛି ସେନସର୍ ଡ୍ରୋନ୍

Youtuber Murder Case: ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ

IMFA's Big Leap: ଇମ୍ଫା ପକ୍ଷରୁ ଫେରୋକ୍ରୋମ ପ୍ଲାଣ୍ଟର ନୀତିଗତ ଅଧିଗ୍ରହଣ ସମାପ୍ତ

Indian Celebrities Stranded in Dubai: ଯୁଦ୍ଧ ଭିତରେ ଫସିଛନ୍ତି ସେଲିବ୍ରିଟି, ଭାରତ ଫେରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)