Advertisment

Fresh Iranian Assault in Dubai: ଦୁବାଇରେ ପୁଣି ଇରାନର ପ୍ରଚଣ୍ଡ ହମଲା, ଏଥର ଆମେରିକା ଦୂତାବାସ ଉପରେ

ଇରାନର ପ୍ରତିଶୋଧ ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଭୟଙ୍କର ହେଉଛି ଇସ୍ରାଏଲ୍-ଇରାନ ଯୁଦ୍ଧ। ଇସ୍ରାଏଲ୍, ଆରବ ଦେଶ ଓ ସେଠି ଥିବା ଆମେରିକାର ଠିକଣାକୁ ଟାର୍ଗେଟ୍ କରି ସିରିଜ୍ ଆଟାକ କରୁଛି ଇରାନ୍। ଦୁବାଇ ଉପରେ ପୁଣି ପ୍ରଚଣ୍ଡ ହମଲା କରିଛି।

author-image
Tapan Swain
ATTACK-IN-DUBAI

ATTACK-IN-DUBAI Photograph: (OTV)

ଇରାନର ପ୍ରତିଶୋଧ ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଭୟଙ୍କର ହେଉଛି ଇସ୍ରାଏଲ୍-ଇରାନ ଯୁଦ୍ଧ। ଇସ୍ରାଏଲ୍, ଆରବ ଦେଶ ଓ ସେଠି ଥିବା ଆମେରିକାର ଠିକଣାକୁ ଟାର୍ଗେଟ୍ କରି ସିରିଜ୍ ଆଟାକ କରୁଛି ଇରାନ୍। ଦୁବାଇ ଉପରେ ପୁଣି ପ୍ରଚଣ୍ଡ ହମଲା କରିଛି। ଗତକାଲି ରିୟାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରିଥିବା ବେଳେ ଯୁଦ୍ଧର ପଞ୍ଚମ ଦିନରେ ଆଜି ଦୁବାଇରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି ଇରାନ୍।

Advertisment

ଏହାପରେ ପ୍ରଚଣ୍ଡ ଶବ୍ଦ ସହ ଆକାଶରେ ପ୍ରବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା। ସେପଟେ ଦୁବାଇ ଦୂତାବାସ ନିକଟରେ ଏକ ଡ୍ରୋନ୍ ପଡ଼ିଥିବା ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି। ଏହି ଘଟଣା ପରେ ସମସ୍ତ ଆମେରିକୀୟ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏକ ଡ୍ରୋନ୍ ଦୂତାବାସ ବିଲଡିଂ ପାଖ ଏକ ପାର୍କିଂ ଅଞ୍ଚଳରେ ପଡ଼ିଥିବା ସ୍ପଷ୍ଟ କରିଛନ୍ତି ମାର୍କୋ ରୁବିଓ। ...

ରିୟାଦ ପରେ ଦୁବାଇରେ ଥିବା ଦୂତାବାସକୁ ଟାର୍ଗେଟ୍ 

ଦୁବାଇରେ ଆମେରିକା ଦୂତାବାସ ଉପରେ ଆକ୍ରମଣ
ଦୂତାବାସ ପାଖରେ ଦେଖାଗଲା ପ୍ରବଳ ନିଆଁ ଓ ଧୂଆଁ 
ଡ୍ରୋନ୍ ପଡ଼ିଥିବା ସ୍ପଷ୍ଟ କଲେ ଆମେରିକା ବୈଦେଶିକ ସଚିବ
ସମସ୍ତ ଆମେରିକୀୟ କର୍ମଚାରୀ ସୁରକ୍ଷିତ ଥିବା ସୂଚନା
ବିଲଡିଂ ପାଖ ପାର୍କିଂ ଅଞ୍ଚଳରେ ଡ୍ରୋନ୍ ପଡ଼ିଛି: ମାର୍କୋ ରୁବିଓ

Advertisment
Attack Iran
Advertisment
Related Articles
Advertisment