Advertisment

Power Shift in Iran: ମୋଜତାବା ଖାମେନେଇ ପରବର୍ତ୍ତୀ ସର୍ବୋଚ୍ଚ ନେତା ଚୟନ ହୋଇଥିବା ଚର୍ଚ୍ଚା, ଆୟାତୋଲାଙ୍କ ଦ୍ୱିତୀୟ ପୁଅ ଇରାନର ସୁପ୍ରିମ୍ ଲିଡର୍

ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନେଇ। ଆୟାତୋଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ଖାମେନେଇ ଦେଶର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବେ ନିର୍ବାଚିତ ହୋଇଥିବା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

author-image
Tapan Swain
MOJATABA-KHAMNEI

MOJATABA-KHAMNEI Photograph: (OTV)

ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନେଇ। ଆୟାତୋଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ଖାମେନେଇ ଦେଶର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବେ ନିର୍ବାଚିତ ହୋଇଥିବା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁଯାୟୀ, ଇରାନର ଆସେମ୍ବଲି ଅଫ୍ ଏକ୍ସପର୍ଟସ୍ ମୋଜତାବା ଖାମେନେଇଙ୍କୁ ନୂତନ ସର୍ବୋଚ୍ଚ ନେତା ଭାବେ ଚୟନ କରିଛନ୍ତି। ଇରାନର ଶକ୍ତିଶାଳୀ ସେନା ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ-IRGCର ପ୍ରବଳ ଚାପ ଯୋଗୁ ଆସେମ୍ବଲି ଏହି ନିଷ୍ପତ୍ତି ନେଇଛି। ଖାମେନେଇଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ମୋଜତାବାଙ୍କୁ ସବୁଠାରୁ ଉପଯୁକ୍ତ ମନେ କରାଯାଉଛି।

ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଅତ୍ୟନ୍ତ ଗୁପ୍ତ 

ଆମେରିକା-ଇସ୍ରାଏଲର ମିଳିତ ଅପରେସନରେ ଆୟାତୋଲା ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ପ୍ରକ୍ରିୟା ତେଜିଥିଲା। କୁହାଯାଉଛି ସୁରକ୍ଷା ଦୃଷ୍ଟିରୁ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଅତ୍ୟନ୍ତ ଗୁପ୍ତ ଓ ଆସେମ୍ବଲିର ସଦସ୍ୟମାନେ ଭର୍ଚୁଆଲରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

Advertisment

ଆୟାତୋଲା ଖାମେନେଇଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ହିଁ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରାଯାଇ ଦେଶରେ ସ୍ଥିରତା ଆଣିବାକୁ ପ୍ରୟାସ କରାଯାଇଥିବା ଚର୍ଚ୍ଚା ହେଉଛି। ୫୬ ବର୍ଷୀୟ ମୋଜତାବା ଖାମେନେଇ ହେଉଛନ୍ତି ଆୟାତୋଲା ଅଲି ଖାମେନେଇଙ୍କ ଦ୍ୱିତୀୟ ପୁଅ। ଦୀର୍ଘ ଦିନ ଧରି ଇରାନର ଶାସନ କଳ ଓ ବାପାଙ୍କ କାର୍ଯ୍ୟାଳୟର ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପ୍ରମୁଖ ଭୂମିକା ତାଙ୍କର ରହି ଆସୁଥିଲା।

ସେନା ଓ ଗୁଇନ୍ଦା ସଂସ୍ଥା ଉପରେ ତାଙ୍କର ବହୁ ପ୍ରଭାବ ରହିଛି। ସେ ଇରାନ-ଇରାକ ଯୁଦ୍ଧ ସମୟରେ ଇରାନର ସଶସ୍ତ୍ର ବାହିନୀ ପକ୍ଷରୁ ଲଢ଼ିଥିଲେ। ଇସ୍ରାଏଲ-ଆମେରିକା ଅପରସେନରେ ଖାମେନେଇ ପରିବାରର ଜୀବିତ ସଦସ୍ୟଙ୍କ ଭିତରେ ଅଛନ୍ତି ମୋଜତାବା। ...

Iran
Advertisment
Related Articles
Advertisment