/odishatv-khabar/media/media_files/2026/01/14/infant-in-police-station-in-surat-2026-01-14-15-09-53.jpg)
Infant In Police Station In Surat Photograph: (OTV)
ଖାକି ନାଁ ଶୁଣିଲେ ମନକୁ ଘାରେ ଅଜଣା ଭୟ। ପୋଲିସର ଦବଙ୍ଗଗିରି ଚେହେରା ଆଖି ଆଗକୁ ଚାଲିଆସେ। ହେଲେ କଠୋର ପୋଲିସର ବି ରହିଛି କୋମଳ ହୃଦୟ। ପୋଲିସ୍ ବି ବୁଝେ ସମ୍ପର୍କର ମୂଲ୍ୟ, ଏକ ଅଲୋଡ଼ା ଶିଶୁକୁ ଦେଖିଲେ ପୋଲିସ୍ ହୃଦୟ ବି ତରଳିଯାଏ। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଗୁଜରାଟ ସୁରଟର ଡିଣ୍ଡୋଲି ଥାନା ଭିତରର ଏ ଦୃଶ୍ୟ ।
ଏହି ଦୃଶ୍ୟ ପଛରେ ରହିଛି ଏକ ବେଶ୍ ହୃଦୟ ବିଦାରଣ କାହାଣୀ। ପ୍ରାୟ ଛଅ ଦିନ ପୂର୍ବେ ଡିଣ୍ଡୋଲିର ଡେଲାଡୱା ପୋଖରୀ ନିକଟରେ ଏକ ନବଜାତ କନ୍ୟା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଖବର ପାଇଥିଲା ପୋଲିସ୍ । ଥଣ୍ଡା ଏବଂ ଭୋକ ଦାଉରେ ଆଉଟପାଉଟ ହେଉଥିବା ଏହି ନିଷ୍ପାପ ଶିଶୁଟିର ମୁହଁ ପୋଲିସର ହୃଦୟକୁ ବିଦାରିତ କରିଥିଲା ।
ନିଜ ମା’ ସିନା ଫୋପାଡ଼ିଦେଲା, ହେଲେ ଡିଣ୍ଡୋଲି ପୋଲିସ୍ ପିଲାଟିକୁ କୋଳେଇ ନେଲା। ପିଲାଟିକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରି ତାର ସମସ୍ତ ପ୍ରକାର ଯତ୍ନ ନେଇଥିଲା। ମହିଳା ପୋଲିସ ଅଧିକାରୀମାନେ ୨୪ ଘଣ୍ଟା ହସ୍ପିଟାଲରେ ନିୟୋଜିତ ହୋଇଥିଲେ ।
ପିଲାଟି ସୁସ୍ଥ ହେବା ଭିତରେ ତା’ ସହ ପୋଲିସର ଏକ ନିବିଡ଼ ସମ୍ପର୍କ ଯୋଡ଼ି ହୋଇ ଯାଇଥିଲା। ସେଥିପାଇଁ ସେ ପିଲାଟିକୁ ଶିଶୁଟିକୁ ଶିଶୁ ସୁରକ୍ଷା ଗୃହକୁ ନ ପଠାଇ ଥାନାକୁ ଆଣି ଜାକଜମକରେ ରୀତିନୀତି ଅନୁଯାୟୀ ତାର ଷଠି ପୂଜା ଏବଂ ନାମକରଣ ଉତ୍ସବ କରିଛନ୍ତି। ଥାନା ପରିସରକୁ ବେଲୁନରେ ସଜା ଯାଇଥିବା ବେଳେ ପିଲାଟି ପାଇଁ ଗଦି, ଖେଳନାଠୁ ଆରମ୍ଭ କରି ସବୁ ଜିନିଷ ଅଣାଯାଇଥିଲା।
ନୂଆ ଡ୍ରେସ୍ ପିନ୍ଧି ପିଲାଟି କି କୌଣସି ପରୀଠୁ କମ୍ ଲାଗୁ ନ ଥିଲା। ତାର ନିଷ୍ପାପ ମୁହଁ ଦେଖି ତାକୁ ଟିକେ କୋଳେଇ ନେବାକୁ ପୋଲିସ୍ ଅଧିକାରୀଙ୍କ ମନ ବ୍ୟାକୁଳ ହୋଇଉଠିଥିଲା। ମୁଖ୍ୟ ଅତିଥି ଭାବରେ ଖୋଦ ସୁରଟର ପୋଲିସ୍ କମିଶନର ନିଜ ପତ୍ନୀଙ୍କ ସହ ଉପସ୍ଥିତ ରହି ଝିଅଟିକୁ ଆଶୀର୍ବାଦ ଦେଲେ ।
ଗେଲବସରରେ ଥାନାର ସମସ୍ତ କର୍ମଚାରୀ ପିଲାଟିକୁ ଖେଳାଉଥିବା ବେଳେ ତା’ ନାମକରଣ ବି କରାଯାଇଛି। ପିଲାଟିକୁ ଏବେ ଦୁନିଆ "ହସତି" ନାମରେ ଚିହ୍ନିବ । ଏହାପରେ ଥାନା ତରଫରୁ ପିଲାଟିକୁ ଶିଶୁ କଲ୍ୟାଣ ଟିମକୁ ହସ୍ତାନ୍ତର କରାଯାଇଛି। ଏଥିସହ ପିଲାଟି ପ୍ରତି ନିଜ ଦାୟିତ୍ବବୋଧ ତୁଲାଇବାକୁ ଯାଇ ଥାନା ତରଫରୁ ତା’ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଯେଉଁଥିରେ ପୋଲିସ୍ କର୍ମଚାରୀମାନେ କିଛିକିଛି ଟଙ୍କା ଜମା କରିବେ, ଯାହାକି ଭବିଷ୍ୟତରେ ପିଲାଟିର କାମରେ ଆସିବ ।
ହାତରେ ବାଡ଼ି ଓ ବନ୍ଧୁକ ଧରି ସବୁବେଳେ ଚୋର ପଛରେ ଧାଉଁଥିବା ପୋଲିସର ଏପରି ଭିନ୍ନ ଅନ୍ଦାଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିସହ ପୋଲିସର ଏପରି ଉଦାର ମାନବିକତା ଦେଖି ସମସ୍ତେ ପ୍ରଶଂସାରେ ପୋତି ପକାଇଛନ୍ତି ।
US Declares Muslim Brotherhood Terrorist : ମୁସଲିମ ବ୍ରଦରହୁଡ଼୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା : ୟୁଏଇ ଖୁସି, ତୁର୍କୀ ପାଇଁ ବଡ଼ ଝଟକା

From Village Clay to Global Fame: ମାଟିଠୁ ବାଲି.... ବ୍ରୋଞ୍ଚଠୁ ଫାଇବର.... କଥା କୁହେ କାନଭାସ୍

Avoid Dangerous Mistakes For Weight Loss: ଓଜନ କମାଇବା ଚକ୍କରରେ ଏହି ଭୁଲ ଯୋଗ ଆସନ କରୁଛନ୍ତି କି? ସାବଧାନ!

Infant Girl Rescued: ପଥର ପାଲଟିଲା ବାପା, ମା’ର ସ୍ନେହ ବି ଫିକା ପଡିଗଲା; କରଜ ଶୁଝିବାକୁ ଛୁଆ ବିକ୍ରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)