/odishatv-khabar/media/media_files/2025/11/09/hydrogen-bomb-2025-11-09-21-03-06.jpg)
Hydrogen Bomb Photograph: (OTV)
ପରମାଣୁ ବୋମା ଠାରୁ ଅଧିକ ବିପଦପୂର୍ଣ୍ଣ ଓ ଶକ୍ତିଶାଳୀ ହେଉଛି ହାଇଡ୍ରୋଜେନ ବୋମା । ଏହାର ବିନାଶକାରୀ କ୍ଷମତା ପରମାଣୁ ବୋମା ତୁଳନାରେ ହଜାର ହଜାର ଗୁଣ ଅଧିକ । ନିକଟରେ ଉତ୍ତରକୋରିଆ ହାଇଡ୍ରୋଜେନ ବୋମାର ସଫଳତମ ପରୀକ୍ଷଣ କରିଥିବା କୁହାଯାଉଛି । ତେବେ ଏହି ଦାବି ଉପରେ କୌଣସି ସ୍ପଷ୍ଟ ତଥ୍ୟ ନଥିବାବେଳେ ଏହାକୁ କିନ୍ତୁ ଅସମ୍ଭବ କୁହାଯାଇ ପାରିବ ନାହିଁ । ଯଦି ପରୀକ୍ଷଣ କଥା ସତ୍ୟ, ତେବେ ଉତ୍ତର କୋରିଆ ଆମେରିକା ପର୍ଯ୍ୟନ୍ତ ପହଞ୍ଚି ପାରୁଥିବା ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଦିଗରେ ଆଉ ପାଦେ ଆଗେଇଛି ।
ପରମାଣୁ ବୋମାର କ୍ଷମତା କିଲୋଟନ ମାଧ୍ୟମରେ ମାପ କରାଯାଉଥିବା ବେଳେ ହାଇଡ୍ରୋଜେନର କ୍ଷମତା ମେଗାଟନରେ ମାପ କରାଯାଏ । ଉଦାହରଣ ସ୍ୱରୂପ, ହିରୋସୀମାରେ ନିକ୍ଷେପ କରାଯାଇଥିବା ପରମାଣୁ ବୋମାର କ୍ଷମତା ଥିଲା ୧୫ କିଲୋଟନ । ଅନ୍ୟପକ୍ଷରେ ପରୀକ୍ଷଣ କରାଯାଇଥିବା ସବୁଠାରୁ ବଡ଼ ହାଇଡ୍ରୋଜେନ ବୋମାର କ୍ଷମତା ହେଉଛି ୫୦ ମେଗାଟନ ।
୧୯୫୦ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ସଫଳ ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କରିଥିଲା। ଏହାର କ୍ଷମତା ୧୦,୦୦୦ କିଲୋଟନ୍ କିମ୍ବା ତା'ଠାରୁ ଅଧିକ ଥିଲା, ଯାହା ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିବା ବୋମା ତୁଳନାରେ ଶହେ ଗୁଣ ଅଧିକ ଶକ୍ତିଶାଳୀ । ବିଶେଷଜ୍ଞଙ୍କ ଅନୁସାରେ, ଉତ୍ତର କୋରିଆର ସଦ୍ୟତମ ପରୀକ୍ଷଣର କ୍ଷମତା ଅତି କମରେ ୧୪୦ କିଲୋଟନ୍ ରହିଛି , ଯାହା ହିରୋସିମା (୧୫ କିଲୋଟନ୍) ଏବଂ ନାଗାସାକି (ପ୍ରାୟ ୨୦ କିଲୋଟନ୍) ଅପେକ୍ଷା ପ୍ରାୟ ସାତରୁ ଆଠ ଗୁଣ ଅଧିକ ଶକ୍ତିଶାଳୀ ।
କାହିଁକି ସ୍ୱତନ୍ତ୍ର ହାଇଡ୍ରୋଜେନ୍ ବୋମା?
ପରମାଣୁ ନ୍ୟୁକ୍ଲିଅର ବିଭାଜନ ଉପରେ ନିର୍ଭର କରେ ପରମାଣୁ ବୋମା । କିନ୍ତୁ ହାଇଡ୍ରୋଜେନ୍ ବୋମା ଉଭୟ ବିଭାଜନ ଏବଂ ଫ୍ୟୁଜନ ବ୍ୟବହାର କରେ, ଯଦ୍ୱାରା ଉଚ୍ଚ ବିସ୍ଫୋରକ ଶକ୍ତି ଉତ୍ପନ୍ନ ହୋଇଥାଏ । ହାଇଡ୍ରୋଜେନ୍ ବୋମାକୁ ଥର୍ମୋନ୍ୟୁକ୍ଲିଅର ବୋମା ମଧ୍ୟ କୁହାଯାଏ କାରଣ ଫ୍ୟୁଜନ ପାଇଁ ଏଗୁଡ଼ିକୁ ଅତ୍ୟନ୍ତ ଉଚ୍ଚ ତାପମାତ୍ରାର ଆବଶ୍ୟକତା ପଡ଼େ। ଏକ ସାଧାରଣ ହାଇଡ୍ରୋଜେନ୍ ବୋମାର ଦୁଇଟି ପର୍ଯ୍ୟାୟ ଥାଏ ।
ଜାପାନ ଉପରେ ପକାଯାଇଥିବା ପରମାଣୁ ବୋମା ବହୁତ ବଡ଼ ଥିଲା, ସେଥିପାଇଁ ଉଡ଼ନ୍ତା ବିମାନରୁ ସେଗୁଡ଼ିକୁ ନିକ୍ଷେପ କରାଯାଇଥିଲା । ଅଧିକ କ୍ଷମତାଯୁକ୍ତ ହୋଇଥିଲେ ସୁଦ୍ଧା ହାଇଡ୍ରୋଜେନ ବୋମାକୁ ଏକ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ଉପରେ ଫିଟ୍ କରିବା ପାଇଁ ଯଥେଷ୍ଟ ଛୋଟ ଆକାର ଦିଆଯାଇପାରିବ । ବିଶ୍ୱର ପାଞ୍ଚଟି ସର୍ବବୃହତ ପରମାଣୁ ଶକ୍ତି ଆମେରିକା, ରୁଷ, ଫ୍ରାନ୍ସ, ୟୁକେ ଏବଂ ଚୀନ୍ ନିକଟରେ ହାଇଡ୍ରୋଜେନ୍ ବୋମା ଅଛି । ବର୍ତ୍ତମାନ ସମୟରେ ପରମାଣୁ ବୋମାର ପ୍ରସାର ରୋକିବା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଜାରି ରହିଥିବା ସତ୍ତ୍ୱେ ଅନେକ ଦେଶ ଏହାକୁ ବିକଶିତ କରିବା ପାଇଁ କାମ କରୁଛନ୍ତି।
ଅଧିକ ବିପଦଜନକ ହାଇଡ୍ରୋଜେନ୍ ବୋମା
• ଏକ ହାଇଡ୍ରୋଜେନ୍ ବୋମା ବିସ୍ଫୋରଣ ଦ୍ୱାରା ସୃଷ୍ଟି ହେଉଥିବା ତରଙ୍ଗର ତାପ ଏବଂ ବିକିରଣ ପ୍ରଭାବ ପରମାଣୁ ବୋମା ଅପେକ୍ଷା ବହୁତ ଅଧିକ ।
• ଏକ ମାଇଲ ପରିଧିରେ ଥିବା ସବୁକିଛି ଧ୍ୱଂସ କରିପକାଏ ପରମାଣୁ ବୋମା । ଅନ୍ୟପକ୍ଷରେ ହାଇଡ୍ରୋଜେନ ବୋମା ୫ରୁ ୧୦ ମାଇଲ କିମ୍ବା ତା’ଠାରୁ ଅଧିକ ଅଞ୍ଚଳକୁ ଧ୍ୱଂସ କରିପକାଏ । ଏକ ସମ୍ପୂର୍ଣ୍ଣ ସହରକୁ ଧ୍ୱଂସ କରିବାର କ୍ଷମତା ରଖେ ହାଇଡ୍ରୋଜେନ ବୋମା ।
• ହାଇଡ୍ରୋଜେନ ବୋମା ବିସ୍ଫୋରଣ ସୂର୍ଯ୍ୟଙ୍କ ପରି ଉଚ୍ଚ ତାପମାତ୍ରା ସୃଷ୍ଟି କରେ, ଫଳରେ ଆଖପାଖର ସମସ୍ତ ଜିନିଷ ବାଷ୍ପୀଭୂତ କରିପକାଏ ।
• ହାଇଡ୍ରୋଜେନ୍ ବୋମା ଆଧୁନିକ ସମୟରେ ସୃଷ୍ଟି ହୋଇଥିବା ସବୁଠାରୁ ବିନାଶକାରୀ ଅସ୍ତ୍ର । ଗୋଟିଏ ଝଟକାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଯାଏ ଏହି ବୋମା । ଏହାସହିତ ପରିବେଶ ଉପରେ ଦୀର୍ଘକାଳୀନ ବିନାଶକାରୀ ପ୍ରଭାବ ପକାଇପାରେ।
• ହାଇଡ୍ରୋଜେନ୍ ବୋମା କ୍ଷଣିକ ମଧ୍ୟରେ ସମଗ୍ର ନ୍ୟୁୟର୍କ ସହରକୁ ସମ୍ପୂର୍ଣ୍ଣ ବାଷ୍ପୀଭୂତ କରିବାର କ୍ଷମତା ରଖେ ।
• ସାରା ବିଶ୍ୱରେ ଏହାର ପ୍ରସାରକୁ ରୋକିବା ପାଇଁ ପ୍ରୟାସ କରାଯାଉଛି ।
Pakistan in Panic as Wheat Shortage Deepens: ଅଟା ସଂକଟରୁ ସାରା ପାକିସ୍ତାନରେ ହାହାକାର ସ୍ଥିତି, ଗରିବ ଓ ମଧ୍ୟବିତ୍ତଙ୍କ ଥାଳିରୁ ରୁଟି ଗାଏବ

No Winter Feel Yet: ଅଧା ନଭେମ୍ବରରେ ଜାଡ଼ର ଦେଖା ନାହିଁ, ଏବର୍ଷ ଡେରିରେ ଆସି ଶୀଘ୍ର ଫେରିଯିବ ଶୀତ

Cuttack Tragedy Sparks Probe: କଟକ କୋଠା ଟ୍ରାଜେଡି ପାଇଁ ଦାୟୀ କିଏ ? ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Final Showdown: ନୂଆପଡ଼ାରେ ଥମିଲା ପ୍ରଚାର ଯୁଦ୍ଧ, ଶେଷ ଦିନରେ ହେଭିୱେଟ ନେତାଙ୍କ ମାରାଥନ୍ ପ୍ରଚାର

BJP Lodges FIR: ବିଜେଡି ନାଁରେ ବିଜେପିର ଏଫଆଇଆର , ପୂର୍ବରୁ CEOଙ୍କ ପାଖରେ ଫେରାଦ ହୋଇଥିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)