Advertisment

No Winter Feel Yet: ଅଧା ନଭେମ୍ବରରେ ଜାଡ଼ର ଦେଖା ନାହିଁ, ଏବର୍ଷ ଡେରିରେ ଆସି ଶୀଘ୍ର ଫେରିଯିବ ଶୀତ

ଅଧା ନଭେମ୍ବର ହେବାକୁ ବସିଲାଣି, ଏଯାଏଁ ଆସିନି ଶୀତ। ଏବର୍ଷ ଡେରିରେ ଆସି ଶୀଘ୍ର ଚାଲିଯିବ। ଶୀତକୁ ନେଇ ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି।

author-image
Tapan Swain
winter

winter Photograph: (OTV)

ଅଧା ନଭେମ୍ବର ହେବାକୁ ବସିଲାଣି, ଏଯାଏଁ ଆସିନି ଶୀତ। ଏବର୍ଷ ଡେରିରେ ଆସି ଶୀଘ୍ର ଚାଲିଯିବ। ଶୀତକୁ ନେଇ ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି।

Advertisment

ଆଜିଠୁ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାରଦ ୨ରୁ ୩ ଡିଗ୍ରୀ ଖସିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତ, ଚଳିତବର୍ଷ ମୌସୁମୀ ଋତୁର ଅବଧି ବୃଦ୍ଧି ସହ ବାରମ୍ବାର ଲଘୁଚାପ ଓ ବାତ୍ୟା ମୋନ୍ଥାର ପ୍ରଭାବରୁ ଶୀତ ଆଗମନରେ ବିଳମ୍ବ ହେଉଛି। ...

କାର୍ତ୍ତିକ ଯାଇ ମାର୍ଗଶୀର ଆସିଲାଣି। ନଭେମ୍ବର ଅଧା ହେବା ଉପରେ, କିନ୍ତୁ ରାଜ୍ୟରେ ଶୀତର ଦେଖାନାହିଁ। ଜାଡ଼ ନାହିଁ କି ଘନ କୁହୁଡ଼ିର ଆସ୍ତରଣ। ଏଯାଏଁ ଆବଶ୍ୟକ ପଡିନି ଶୀତ ପୋଷାକ। କେବଳ ଦୁଇ ତିନି ଦିନ ହେବ ରାତି ତାପମାତ୍ରା ସାମାନ୍ୟ ଖସିଥିବା ବେଳେ ହାଲୁକା ହାଲୁକା ଥଣ୍ଡା ଲାଗୁଛି। କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବାରେ ଲାଗିଲାଣି ।

Advertisment

ଶୀତ ଆଗମନରେ ବିଳମ୍ବ କାହିଁକି ?

ଅକ୍ଟୋବର ଶେଷ ଓ ନଭେମ୍ବର ପ୍ରଥମାର୍ଦ୍ଧରେ ରାଜ୍ୟରେ ପ୍ରଚଣ୍ଡ ଶୀତ ହୋଇଥାଏ। ଗତକିଛି ବର୍ଷ ହେବ ବଦଳୁଛି ଟ୍ରେଣ୍ଡ। ଏବର୍ଷ ଶୀତ ଆଗମନରେ ବିଳମ୍ବ କାହିଁକି ? ପାଣିପାଗ ବିଶେଷଜ୍ଞଙ୍କ ମତରେ, ଚଳିତବର୍ଷ ମୌସୁମୀ ଋତୁର ଅବଧି ବୃଦ୍ଧି ପାଇଁ ରାଜ୍ୟକୁ ଶୀତ ପ୍ରବାହରେ ବିଳମ୍ବ ହେଉଛି। ସେହିପରି ବାରମ୍ବାର ପଛକୁ ପଛ ଲଘୁଚାପ ଓ ବାତ୍ୟା ମୋନ୍ଥାର ପ୍ରଭାବ ବି ଅନ୍ୟତମ କାରଣ। 

ସମୁଦ୍ରରେ ଏକାଧିକ ସିଷ୍ଟମ ଯୋଗୁଁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଛି। ଏଥିପାଇଁ ୟୁରୋପୀୟ ଦେଶରୁ ଆସୁଥିବା ଥଣ୍ଡା ପବନ ଦେଶରେ ପ୍ରବେଶ କରି ପାରୁନି। ସେହିପରି ଚଳିତବର୍ଷ ପଶ୍ଚିମା ବାୟୁର ପ୍ରଭାବ ରହିବା ସମ୍ଭାବନା ଥିବାରୁ ରାଜ୍ୟକୁ ଶୀତ ଆଗମନରେ ବିଳମ୍ବ ହେଉଛି। 

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ଚଳିତ ବର୍ଷ ବିଳମ୍ବରେ ଆସି ଶୀଘ୍ର ବାହୁଡିଯିବ ଶୀତ। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବେଶ କରୁଛି। ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ଦିନ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ କମିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଶୀତ ଅନୁଭୂତ ହେବ। ଆସନ୍ତା ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ। କିନ୍ତୁ ଏବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ। ...

ଋତୁଚକ୍ର ଉପରେ ପଡୁଛି ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନର ପ୍ରଭାବ। ଏମିତି ସ୍ଥିତି ଲାଗିରହିଲେ ଋତୁଚକ୍ରରୁ ଶୀତ ଉଭାନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ... 

Weather Winter
Advertisment
Related Articles
Advertisment