/odishatv-khabar/media/media_files/2025/11/09/pakistan-2025-11-09-20-31-48.jpg)
Pakistan Photograph: (OTV)
ଭାରତକୁ ପରମାଣୁ ବୋମା ଧମକ ଦେଉଥିବା ପାକିସ୍ତାନ ଏବେ ଦି ପଟ ରୋଟି ଖାଇବାକୁ ଛଟପଟ ହେଉଛି। ଅଟା ସଂକଟ ଯୋଗୁଁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରେ ପାକିସ୍ତାନର ପଞ୍ଜାବ ରାଜ୍ୟ ଗହମ ଯୋଗାଣ ବନ୍ଦ କରିବା ପରେ ଅଟା ପାଇଁ କାଉଲୁବାଉଲୁ ହେଉଛି ରାୱଲପିଣ୍ଡି, ଇସଲାମାବାଦ ସମେତ ଅନେକ ସହର। ଅଟା କିଲୋ ୧୪୦-୧୬୦ ଟଙ୍କାରେ ବିକ୍ରି ହେଉଛି। ଏମିତି ହାଲତ ଯେ ଲୋକଙ୍କ ଖାଇବା ପ୍ଲେଟରୁ ରୁଟି ଉଭାନ୍ ହେଲାଣି। ...
ପାଣି ପରେ ପାକିସ୍ତାନରେ ଅଟା ଟେନସନ୍
ବଜାରରୁ ଅଟା ଉଭାନ୍, କାଉଲୁବାଉଲୁ ଲୋକ
ଦି ଓଳି ଦି ପଟ ରୋଟି ଖାଇବାକୁ ଛଟପଟ ପାକିସ୍ତାନୀ
ଆକାଶଛୁଆଁ ଅଟା ଦର ଯୋଗୁ ସ୍ଥିତି ହାହାକାର
ଭାରତକୁ ପରମାଣୁ ବୋମା ଧମକ ଓ ଆଫଗାନିସ୍ତାନରୁ ବାରମ୍ବାର ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନରେ ସାଂଘାତିକ ଅଟା ସଂକଟ। ପଡ଼ୋଶୀଙ୍କୁ ନାଲି ଆଖି ଦେଖାଉଥିଲେ ବି ନିଜ ପେଟକୁ ଦାନା ଯୋଗାଡ଼ି ପାରୁ ନଥିବା ପାକିସ୍ତାନର କାଙ୍ଗାଳ ଚେହେରା ସାମନାକୁ ଆସିଛି। ସାରା ଦେଶରେ ଉତ୍କଟ ଅଟା ସମସ୍ୟା। ଷ୍ଟକ ନାହିଁ, ବଜାରରେ ମିଳୁନି। ଶୁକ୍ରବାର ରାତିରୁ ଡିଲର, ତନ୍ଦୁର ମାଲିକ ଓ କିରାଣା ଦୋକାନୀଙ୍କ ଦ୍ୱାରା ଦିଆଯାଇଥିବା ଗହମ, ଅଟା ଓ ମଇଦାର ସମସ୍ତ ଅର୍ଡର ବାତିଲ କରାଯାଇଛି। ଫଳରେ ପାକିସ୍ତାନ ବଜାରରେ ଦେଖାଦେଇଛି ଅଟାର ଘୋର ଅଭାବ। ଯିଏ ରଖିଛନ୍ତି, କିଲୋ ପିଛା ୧୪୦-୧୬୦ ଟଙ୍କାରେ ବିକ୍ରି କରୁଛନ୍ତି।
ଦୁଇଗୁଣା ହୋଇଛି ଦର
ପାକିସ୍ତାନରେ ୭୯ କିଲୋଗ୍ରାମ ଲାଲ ମଇଦା ବସ୍ତାର ମୂଲ୍ୟ ୧୧ହଜାର ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଏହି ଦର ରହିଥିଲା ୫ହଜାର ୫୦୦ ଟଙ୍କା। ବ୍ରେଡ୍ ଓ ବେକେରୀ ଆଇଟମରେ ବ୍ୟବହାର ହେଉଥିବା ଫାଇନ୍ ମଇଦାର ମୂଲ୍ୟ ଦୁଇ ଗୁଣା ବଢ଼ିଛି। ପୂର୍ବରୁ ଫାଇନ୍ ମଇଦା ଦାମ୍ ୬ହଜାର ୨୦୦ ଟଙ୍କା ଥିବା ବେଳେ ଏବେ ୧୨ହଜାର ୬୦୦ ଟଙ୍କାକୁ ବଢିଛି। ...
ପଞ୍ଜାବର ଫୁଡ୍ ଡିପାର୍ଟମେଣ୍ଟ ରାୱଲପିଣ୍ଡି ଓ ଇସଲାମାବାଦର ମିଲଗୁଡ଼ିକୁ ଗହମ ଯୋଗାଣ ବନ୍ଦ କରିବା ପରେ ପାକିସ୍ତାନର ହାଲତ ସାଂଘାତିକ ଭାବରେ ବିଗିଡିଛି। ଅନ୍ୟପଟେ ପାକିସ୍ତାନ ଫ୍ଲୋର ମିଲ୍ ଆସୋସିଏସନ୍ ସୋମବାରଠୁ ମଇଦା ଯୋଗାଣ ବନ୍ଦ ଘୋଷଣା କରିଥିବାରୁ ଦେଶରେ ଦେଖାଦେଇଛି ଫୁଡ୍ ଏମର୍ଜେନ୍ସୀ। ପାକିସ୍ତାନର ପଞ୍ଜାବ ରାଜ୍ୟ ସର୍ବାଧିକ ଗହମ ଉତ୍ପାଦନ କରିଥାଏ। ପଞ୍ଜାବ ପୂରା ଦେଶର ୮୦ ପ୍ରତିଶତ ଗହମ ଯୋଗାଇଥାଏ। ପଞ୍ଜାବର ଅଘୋଷିତ ଯୋଗାଣ ବନ୍ଦ ନିଷ୍ପତ୍ତି ସିନ୍ଧ, ବଲୁଚିସ୍ତାନ, ଖାଇବର ପଖତୁଙ୍ଖୱା ସମେତ ବିଭିନ୍ନ ପ୍ରଦେଶରେ ଅଟା ସଂକଟ ସୃଷ୍ଟି କରିଛି।
ସେହିପରି ଅସ୍ୱାଭାବିକ ଗତିବିଧି ଉପରେ ନଜର ରଖିବା ପାଇଁ ଆଫଗାନିସ୍ତାନ ସୀମାରେ ଚେକପୋଷ୍ଟ କରିଛି ପାକିସ୍ତାନ। ସେସେବୁ ସ୍ଥାନରେ ଗହମ ଓ ମଇଦା ବୋଝେଇ ଟ୍ରକଗୁଡ଼ିକୁ ଅଟକାଯାଉଛି। ଅନେକ ଗାଡ଼ିକୁ ସିଜ୍ ବି କରାଯାଉଛି। ଫଳରେ ପାକିସ୍ତାନକୁ ଯୋଗାଣ ପ୍ରଭାବିତ ହେବା ସହ ଅଟା, ଗହମ, ମଇତା ଭଳି ସାମଗ୍ରୀର ଦର ହୁ ହୁ ବଢିଛି। ଏମିତି ହାଲତ ହୋଇଛି ଯେ, ପାକିସ୍ତାନରେ ଗରିବ ଓ ମଧ୍ୟବିତ୍ତଙ୍କ ଥାଳିରୁ ରୋଟି ଗାୟବ ହୋଇଛି।
କେବଳ ଅଟା ନୁହେଁ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସଂଟକରେ ଜୁଝି ହେଉଛି ପାକିସ୍ତାନ। ବିକଳ ହୋଇ ନିଜ ପେଟ ପୁରାଇବାକୁ କାଙ୍ଗାଳ ପାକିସ୍ତାନ ଅନ୍ୟ ଦେଶକୁ ହାତ ପତାଉଛି। ଆମେରିକାକୁ ସହାୟତା ମାଗିଛି। ଆଗକୁ ଗହମ ଯୋଗାଣ ସ୍ବାଭାବିକ ନହେଲେ ପାକିସ୍ତାନୀଙ୍କୁ ରୋଟି ଖାଇବା ସ୍ବପ୍ନ ହୋଇଯିବ।...
No Winter Feel Yet: ଅଧା ନଭେମ୍ବରରେ ଜାଡ଼ର ଦେଖା ନାହିଁ, ଏବର୍ଷ ଡେରିରେ ଆସି ଶୀଘ୍ର ଫେରିଯିବ ଶୀତ

Cuttack Tragedy Sparks Probe: କଟକ କୋଠା ଟ୍ରାଜେଡି ପାଇଁ ଦାୟୀ କିଏ ? ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Final Showdown: ନୂଆପଡ଼ାରେ ଥମିଲା ପ୍ରଚାର ଯୁଦ୍ଧ, ଶେଷ ଦିନରେ ହେଭିୱେଟ ନେତାଙ୍କ ମାରାଥନ୍ ପ୍ରଚାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)