Advertisment

UPSC Aspirant Murder: ପ୍ରେମିକାର ନାରକୀୟ କାଣ୍ଡ: UPSC ଆଶାୟୀଙ୍କୁ ମାରିଲା... ମଦ ଢାଳି ପୋଡିଲା

UPSC ପାଇଁ ପ୍ରସ୍ତୁତ ହେଉଥିଲେ ଯୁବକ। ମାରିଦେଲା ନିଷ୍ଠୁର ପ୍ରେମିକା। ପ୍ରଥମେ ତଣ୍ଟି ଚିପି, ମାଡ ମାରି ହତ୍ୟା। ପରେ ମଦ ଢାଳି ପୋଡିଦେଲା। ସବୁ ଧରାଇଦେଲା ସିସି ଟିଭି ଫୁଟେଜ୍।

author-image
Chinmayee Sahoo
UPSC-Aspirant-Murder

UPSC-Aspirant-Murder Photograph: (OTV)

ଦିଲ୍ଲୀର ଗାନ୍ଧୀ ବିହାରରେ କିଛି ସପ୍ତାହ ପୂର୍ବେ ଘଟିଥିବା ଏକ ଅଗ୍ନିକାଣ୍ଡର ରହସ୍ୟର ଗୁମର ଖୋଲିଛି। ଯେଉଁ କୋଠରୀକୁ ସମସ୍ତେ ଅଶୁଭ ଭାବୁଥିଲେ ସେଠାରେ ପ୍ରକୃତରେ ଏକ ଯୋଜନାବଦ୍ଧ ହତ୍ୟା ହୋଇଥିଲା। ଏହି ହତ୍ୟା ରହସ୍ୟର ମାଷ୍ଟରମାଇଣ୍ଡ ବାହାରିଲା ଜଣେ ଝିଅ, ଯିଏ ଫରେନ୍ସିକ୍ ସାଇନ୍ସର ଛାତ୍ରୀ ଥିଲା ଏବଂ ଅପରାଧଗୁଡ଼ିକୁ ବିଜ୍ଞାନର ଦୃଷ୍ଟିରୁ ବୁଝିବାକୁ ସକ୍ଷମ ଥିଲା।
ପୁଲିସ୍ ତଦନ୍ତରେ ଜଣାପଡ଼ିଛି, ସେ ନିଜର ପୂର୍ବ ପ୍ରେମିକ ଏବଂ ଅନ୍ୟ ଜଣେ ସାଙ୍ଗ ସହିତ ମିଶି UPSC ପାଇଁ ପ୍ରସ୍ତୁତି କରୁଥିବା ୩୨ ବର୍ଷର ରାମକେଶ ମୀନାଙ୍କର ନିଷ୍ଠୁର ହତ୍ୟା କରିଥିଲା ଆଉ ପରେ ନିଆଁ ଲଗାଇ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଷଡ଼ଯନ୍ତ୍ର ରଚିଥିଲା।
କ୍ରାଇମ୍ ୱେବ୍ ସିରିଜ୍ ଦେଖି ‘ପରଫେକ୍ଟ ମର୍ଡର’ର ଯୋଜନା କରିଥିବା ଅଭିଯୁକ୍ତ ଛାତ୍ରୀ ସବୁ କିଛି ବୈଜ୍ଞାନିକ ଢଙ୍ଗରେ କରିଥିଲା କିନ୍ତୁ CCTV ଏବଂ ମୋବାଇଲ୍ ଡାଟା ସବୁ ରହସ୍ୟ ଖୋଲିଦେଲା।
ପ୍ରଥମେ ଏହାକୁ ଗ୍ୟାସ୍ ଲିକ୍ ଦୁର୍ଘଟଣା ଭାବି ନିଆଯାଇଥିଲା, କିନ୍ତୁ ଶବର ଅବସ୍ଥା ଏବଂ କୋଠରୀରେ ବିଛାଇ ହୋଇଥିବା ଜିନିଷଗୁଡ଼ିକ ପୁଲିସ୍‌କୁ ସନ୍ଦେହରେ ପକାଇଦେଲା। ଏବେ ଦିଲ୍ଲୀ ପୁଲିସ୍‌ ଘଟଣା ପଛରେ ଥିବା ସାଘାଂତିକ ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରତିଶୋଧର ପର୍ଦ୍ଦାଫାସ କରିଛି। ପୁଲିସ ରାମକେଶଙ୍କ ହତ୍ୟା ଘଟଣାରେ ତାଙ୍କ ୨୧ ବର୍ଷୀୟ ଲିଭଇନ ପାର୍ଟନର ଅମ୍ରିତା ଚୌହାନଙ୍କ ସମେତ ପୂର୍ବତନ ପ୍ରେମିକ ସୁମିତ କଶ୍ୟପ ଓ ସାଙ୍ଗ ସନ୍ଦୀପ କୁମାରଙ୍କୁ ଗିରଫ କରିଛି। 
ତଦନ୍ତରୁ ଜଣାପଡିଛି, ଅମ୍ରିତା ରାମକେଶଙ୍କ ସହ ଲିଭଇନ ସମ୍ପର୍କରେ ଥିଲା। ଏକାଠି ରହିବା ଭିତରେ ରାମକେଶ ବେଶ ଗୁପ୍ତ ଭାବେ ଅମ୍ରିତାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଉଠାଇ ଦେଇଥିଲେ। ବାରମ୍ବାର ଫଟୋ ଓ ଭିଡିଓ ଡିଲିଟ କରିବାକୁ ଅମ୍ରିତା ଅନୁରୋଧ କରୁଥିଲା। ଏହାକୁ ଶୁଣି ନଥିଲେ ରାମକେଶ। ଏହା ପରେ ଆରମ୍ଭ ହୋଇଥିଲା ହତ୍ୟା ଷଡଯନ୍ତ୍ର। 
ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି, ରାତି ପ୍ରାୟ ୨:୨୦ରେ ଦୁଇ ଜଣ ବ୍ୟକ୍ତି ମୁହଁରେ ମୁଖା ପିନ୍ଧି ବିଲ୍ଡିଂରେ ପ୍ରବେଶ କରୁଛନ୍ତି। କିଛି ସମୟ ପରେ ଜଣେ ବାହାରକୁ ଆସୁଛି। ଏହା ପରେ ରାତି ପ୍ରାୟ ୨:୫୭ରେ ଏକ ଝିଅ ସହ ସେମାନେ ବାହାରକୁ ଆସୁଛନ୍ତି। ସେମାନେ ସେଠାରୁ ବାହାରିବା କ୍ଷଣି ଆପାର୍ଟମେଣ୍ଟରେ ଭୟଙ୍କର ବିସ୍ଫୋରଣ ହେଉଛି। ଏହାକୁ ଆଧାର କରି ପୁଲିସ୍‌ ଯାଞ୍ଚ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଫରେନ୍ସି ରିପୋର୍ଟ ମଧ୍ୟ ରାମକେଶଙ୍କୁ ହତ୍ୟା କରାଯାଇଥିବା ନିଶ୍ଚିତ କରିଥିଲା।

Advertisment

ଅଧିକ ଦେଖନ୍ତୁ:

Delhi
Advertisment
Related Articles
Advertisment