/odishatv-khabar/media/media_files/2025/10/28/vigilance-awareness-week-2025-10-28-13-31-03.jpg)
Vigilance Awareness Week Photograph: (OTV)
"ସ୍ବଚ୍ଛତା: ଆମର ସହଭାଗୀ ଦାୟିତ୍ୱ" ବିଷୟବସ୍ତୁ ଉପରେ ୨୭ ଅକ୍ଟୋବରରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଓଡ଼ିଶା ଖଣି ନିଗମ (OMC)ରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଉଛି। ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଆଜି ଭୁବନେଶ୍ୱରସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠ ଓ ଅଖଣ୍ଡତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ଅପରେସନ ନିର୍ଦ୍ଦେଶକ ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ ଆଲୋକ କୁମାର ପାଲ, ଅର୍ଥ ବିଭାଗ ନିର୍ଦ୍ଦେଶକ ବନ ବିହାରୀ ପାଣି ଏବଂ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଡି.କେ. ନନ୍ଦଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।
ବିଭିନ୍ନ ଖଣି ଜିଲ୍ଲାରେ ଅବସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଖଣିର କର୍ମଚାରୀମାନଙ୍କ ସମେତ OMCର କର୍ମଚାରୀମାନେ ସାମିଲ ହୋଇ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ, ବଡବିଲର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଭିଜିଲାନ୍ସ ସଚେତନତା ଉପରେ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା।
ଦୁର୍ନୀତି ବିରୁଦ୍ଧରେ ଜନସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ପକ୍ଷରୁ ସାରା ଦେଶରେ ଏହା ପାଳନ କରାଯାଉଥିବା ବେଳେ ଓଡିଶାରେ ମଧ୍ୟ ଏହା ପାଳନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)