Advertisment

Deogarh Couple Found Dead: ସାମ୍ନାକୁ ଆସିଲା କୀଟନାଶକ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ପଛର କାରଣ

କୀଟନାଶକ ଖାଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା। ବିବାହ ପୂର୍ବରୁ ସ୍ତ୍ରୀଙ୍କର ଆପତ୍ତିଜନକ ଫଟୋ ଭାଇରାଲ ହୋଇଥିଲା। ଏହି ଅଭିଯୋଗରେ ପୋଲିସ ଜଣଙ୍କୁ କୋର୍ଟଚାଲାଣ କରିଥିଲା। ଏହି ଘଟଣାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଲାଗି ରହିଥିଲା।

author-image
Pramod Behera
Deogarh Couple Found Dead

ସାମ୍ନାକୁ ଆସିଲା କୀଟନାଶକ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ପଛର କାରଣ Photograph: (OTV)

କୀଟନାଶକ ଖାଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା। ବିବାହ ପୂର୍ବରୁ ସ୍ତ୍ରୀଙ୍କର ଆପତ୍ତିଜନକ ଫଟୋ ଭାଇରାଲ ହୋଇଥିଲା। ଏହି ଅଭିଯୋଗରେ ପୋଲିସ ଜଣଙ୍କୁ କୋର୍ଟଚାଲାଣ କରିଥିଲା। ଏହି ଘଟଣାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଥିବା ଦେବଗଡ ଏସପି ଅନିଲ୍ କୁମାର ମିଶ୍ର କହିଛନ୍ତି।

Advertisment

ଶନିବାର ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଂଚଳରେ ସ୍ୱାମୀ-ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଜିଅନ୍ତାପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ତାଙ୍କ ସ୍ତ୍ରୀ ରିଙ୍କୀ ମାଝୀଙ୍କ ସହ ଶ୍ୱଶୁର ଘରୁ ଫେରୁଥିଲେ। ତାଙ୍କ ସହିତ ଥିଲା ୫ ବର୍ଷର ଶିଶୁ ପୁତ୍ର। ସ୍ୱାମୀ-ସ୍ତ୍ରୀ ଫେରୁଥିବା ବେଳେ ଦଲକ୍ ନିକଟ ରାସ୍ତା କଡରେ ବାଇକ ରଖିଥିଲେ ଦୁଷ୍ମନ୍ତ। ଏହା ପରେ ନିଛାଟିଆ ଜଙ୍ଗଲ ଭିତରକୁ ଯାଇ ସ୍ୱାମୀ-ସ୍ତ୍ରୀ କୀଟନାଶକ ପିଇ ଦେଇଥିଲେ। 


ଏ ସବୁ ଦେଖି ୫ ବର୍ଷର ଶିଶୁପୁତ୍ର ଉପାୟ ଶୂନ୍ୟ ହୋଇ ପଡିଥିଲା। ଘଟଣାର କିଛି ସମୟ ପରେ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରିଙ୍କୀ ଗୁରୁତର ହୋଇ ପଡିଥିଲେ। ରାତି ସାରା ବାପା-ମାଙ୍କ ପାଖରେ ଜଗି ରହିଥିଲା ୫ ବର୍ଷର ଶିଶୁ ପୁତ୍ର। ସକାଳ ହେବା ପରେ ଜଙ୍ଗଲରୁ ବାହାରି ଆସି ରାସ୍ତାରେ ଲୋକଙ୍କୁ ଅଟକାଇବା ସହିତ ଘଟଣା ବିଷୟରେ ଜଣାଇଥିଲା। 

Advertisment


ସ୍ଥାନୀୟ ଲୋକ ଏନେଇ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ସ୍ୱାମୀ, ସ୍ତ୍ରୀ ଏବଂ ଶିଶୁପୁତ୍ରକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତି କରିଥିଲା। ଡାକ୍ତର କିନ୍ତୁ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲା। ପରେ ରିଙ୍କୀକୁ ଅନୁଗୁଳ ସ୍ଥାନାନ୍ତ୍ର କରାଯାଇଥିଲା। ଚିକିତ୍ସା ସମୟରେ ରିଙ୍କୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେପଟେ ଶିଶୁପୁତ୍ରକୁ ମଧ୍ୟ ବିଷ ଦେଇଥିବା ସନ୍ଦେହ କରି କଟକ ବଡ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି।

Poison Death Deogarh Couple Deadbody
Advertisment
Advertisment