Advertisment

'No Kings' protests: ଆମେରିକାରେ `ନୋ କିଙ୍ଗ୍' ପ୍ରୋଟେଷ୍ଟ, ବିକ୍ଷୋଭରେ ୭୦ ଲକ୍ଷ ଲୋକ ସାମିଲ

ଟ୍ରମ୍ପଙ୍କ ବିରୋଧରେ ୨ ହଜାର ୭୦୦ଟି ସ୍ଥାନରେ ଆନ୍ଦୋଳନ କରିଛନ୍ତି ପ୍ରଦର୍ଶନକାରୀ। ବିକ୍ଷୋଭରେ ପ୍ରାୟ ୭୦ ଲକ୍ଷ ଲୋକ ସାମିଲ। ଟ୍ରମ୍ପଙ୍କ ସ୍ବେଚ୍ଛାଚାରୀ ଶାସନକୁ ଦୃଢ ବିରୋଧ କରୁଛନ୍ତି।

author-image
Chinmayee Sahoo
TRUMP

TRUMP Photograph: (OTV)

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ। ସମଗ୍ର ଆମେରିକାର ୨ ହଜାର ୭୦୦ଟି ସ୍ଥାନରେ ନୋ କିଙ୍ଗ୍ ପ୍ରୋଟେଷ୍ଟ । ବିଶାଳ ବିକ୍ଷୋଭରେ ସାମିଲ ହୋଇଛନ୍ତି ପ୍ରାୟ ୭୦ ଲକ୍ଷ ଲୋକ । ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ତ୍ରୁଟିପୂର୍ଣ୍ଣ ଶାସନ ଓ ପଲିସିକୁ ଜୋରଦାର ବିରୋଧ। 
ଆମେରିକାରେ ରାଜା ଶାସନ ଚାଲିବନି, ଲୋକଙ୍କ ଇଚ୍ଛାରେ ଶାସନ ଚାଲିବ ବୋଲି ନାରା ଦେଇଛନ୍ତି ଆନ୍ଦୋଳନକାରୀ । ଟ୍ରମ୍ପଙ୍କ ରାଜତନ୍ତ୍ରକୁ ଘୋର ବିରୋଧ କରିବା ସହିତ ଗଣତନ୍ତ୍ରର ଗରିମା ରକ୍ଷା କରିବାକୁ ଦାବି ହୋଇଛି। 
ଆନ୍ଦୋଳନକାରୀ କହିଛନ୍ତି, ଆମେରିକା ସମ୍ବିଧାନ ଇଚ୍ଛାଧୀନ ନୁହେଁ । ଟ୍ରମ୍ପଙ୍କ ଫାସିବାଦ ଓ ସ୍ବେଚ୍ଛାଚାରୀ ଶାସନ ଚାଲି ପାରିବ ନାହିଁ । ଟ୍ରମ୍ପ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରଠୁ ଏକଛତ୍ରବାଦ ଶାସନ ଚଳାଇବା ସହିତ ସଂଘୀୟ ସରକାର ଭାଙ୍ଗିବାକୁ ପ୍ରଚେଷ୍ଟା କରୁଛନ୍ତି । ଅସାମ୍ବିଧାନିକ ଏବଂ ଆମେରିକୀୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଥିବା ଅନେକ ପଦକ୍ଷେପ ନେଉଛନ୍ତି । 
କେବଳ ଆମେରିକାରେ ନୁହେଁ, ସମଗ୍ର ୟୁରୋପରେ ଟ୍ରମ୍ପଙ୍କ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଛି । ଲଣ୍ଡନରେ ମଧ୍ୟ ଶହ ଶହ ପ୍ରଦର୍ଶନକାରୀ ଆମେରିକୀୟ ଦୂତାବାସ ବାହାରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ସବୁଠି ବିଶାଳ ବିକ୍ଷୋଭ ଚାଲିଛି । ଟ୍ରମ୍ପଙ୍କ ସହଯୋଗୀ ଆନ୍ଦୋଳନକୁ ସମାଲୋଚନା କରିବା ସହିତ ଏହା ଘୃଣା ଆମେରିକା ରାଲି ବୋଲି କହିଛନ୍ତି ।
ଆୟୋଜକମାନେ କହିଛନ୍ତି ଯେ ଏହି ଆନ୍ଦୋଳନକୁ ୩୦୦ ରୁ ଅଧିକ ତୃଣମୂଳ ସ୍ତରର ଗୋଷ୍ଠୀ ସମର୍ଥନ କରିଛନ୍ତି। ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ସହିତ ସେନେଟର ବର୍ନି ସାଣ୍ଡର୍ସ ଏବଂ କଂଗ୍ରେସ ମହିଳା ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜଙ୍କ ସମେତ ବହୁ ନେତାମାନେ ପ୍ରତିବାଦକୁ ସମର୍ଥନ କରିଛନ୍ତି। ଅନେକ ସେଲିବ୍ରିଟି ମଧ୍ୟ ସେମାନଙ୍କର ସମର୍ଥନ ଜଣାଇଛନ୍ତି। 
ଲସ୍ ଆଞ୍ଜେଲସ୍ ରୁ ନ୍ୟୁୟର୍କ ପର୍ଯ୍ୟନ୍ତ - ଚିକାଗୋ, ୱାଶିଂଟନ୍, ଡିସି ଏବଂ ଅଷ୍ଟିନ୍, ଟେକ୍ସାସ ସମେତ - ବିକ୍ଷୋଭକାରୀମାନେ ରାସ୍ତାରେ ସ୍ଲୋଗାନ ଦେଇ, ଶୋଭାଯାତ୍ରା କରି ପ୍ଲାକାର୍ଡ ଧରି ଏହି ଆନ୍ଦୋଳନ କରିଛନ୍ତି।
ଗତ ଜୁନ୍ ମାସରେ ମଧ୍ୟ ସମାନ ଧରଣର ନୋ କିଙ୍ଗସ୍ ରାଲି ହୋଇଥିଲା। ଏଥିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ ପ୍ରଦର୍ଶନକାରୀ। କିନ୍ତୁ ବର୍ତ୍ତମାନର ସମାବେଶରେ ଜୁନ୍ ମାସରେ ହୋଇଥିବା ନୋ କିଙ୍ଗସ୍ ରାଲି ଅପେକ୍ଷା ୨୦ ଲକ୍ଷ ଅଧିକ ପ୍ରଦର୍ଶନକାରୀ ସାମିଲ ହୋଇଥିଲେ ବୋଲି ଆୟୋଜକମାନେ କହିଛନ୍ତି। 

Advertisment
Donald Trump
Advertisment
Related Articles
Advertisment