/odishatv-khabar/media/media_files/2026/01/07/cold-wave-2026-01-07-08-29-58.jpg)
Cold Wave Photograph: (OTV)
ରାଜ୍ୟରେ ଆହୁରୀ ବଢିବ ଶୀତ। ଜାଡରେ ଥରିବ ପୁରା ଓଡ଼ିଶା। ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି କମିଛି। ରାଜ୍ୟରେ ଦିନରେ ବି ଅନୁଭୂତ ହେଉଛି ଥଣ୍ଡା।
ଏପଟେ ଶୀତରେ ରେକର୍ଡ ଭାଙ୍ଗିଛି ଝାରସୁଗୁଡ଼ା। ୭୨ ବର୍ଷର ଇତିହାସରେ ଝାରସୁଗୁଡ଼ା ରାତି ତାପମାତ୍ରା ସର୍ବନିମ୍ନ ୫.୧ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାର ଏହି ରେକର୍ଡ ଭଙ୍ଗା ତାପମାତ୍ରା ସହ ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରୀ ଶୀତ ବଢିବ ।
କନ୍ଧମାଳ, କୋରାପୁଟ ଜିଲ୍ଲାର ପାହାଡିଆ ଓ ସମତଳ ଅଂଚଳରେ ଗତ ୨୪ ଘଣ୍ଟାରେ ଶୀତର ପ୍ରକୋପ ବଢ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ରହିବ। ଅନ୍ୟପଟେ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆହୁରି ବଢ଼ିବ ଶୀତ
ଆଉ ୩ରୁ ୪ ଦିନ ଶୀତ
ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ସମ୍ଭାବନା
ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ି ସମ୍ଭାବନା
Daily Horoscope 7th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Doctors’ Strike: ଡାକ୍ତର ଆନ୍ଦୋଳନରେ ଲାଗିଲା ବ୍ରେକ୍ , ଆନ୍ଦୋଳନ କଲେ ଚାକିରି ଯିବ

Today Panchang 7th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Drunk to Destruction: ମଦ ପିଇ ପିଇ ପୁରୁଷଶୂନ୍ୟ ଗାଁ, ଆଖି ଆଗରେ ଛାରଖାର ପରିବାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)