/odishatv-khabar/media/media_files/2025/12/14/pakistan-studying-sanskrit-gita-2025-12-14-08-55-44.jpg)
Pakistan-Studying-Sanskrit, Gita Photograph: (OTV)
ହିନ୍ଦୁ ଓ ସନାତନ ଧର୍ମ ପ୍ରତି ସବୁବେଳେ ବିଷ ଓଗାଳୁଥିବା ପାକିସ୍ତାନରେ ଆରମ୍ଭ ହୋଇଛି ସଂସ୍କୃତ ପାଠଶାଳା। ଲାହୋର ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ ବା LUMS ସଂସ୍କୃତ କୋର୍ସ ଆରମ୍ଭ କରିଛି । ଏଠାରେ ଛାତ୍ରଛାତ୍ରୀ ସଂସ୍କୃତରେ ଡିପ୍ଲୋମା କରିପାରିବେ । ଯଦିଓ ଏବେ ଛାତ୍ରଙ୍କ ସଂଖ୍ୟା କମ୍ ଅଛି, ହେଲେ ଆଗାମୀ କିଛି ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇବ । ଆଉ ୧୦-୧୫ ବର୍ଷରେ ପାକିସ୍ତାନରୁ ସଂସ୍କୃତ ବିଦ୍ୱାନ ବାହାରିବେ ଏବଂ ଗୀତ, ମହାଭାରତ ଉପରେ ରିସର୍ଚ୍ଚ କରୁଥିବାର ଦେଖାଯିବେ ବୋଲି କହିଛନ୍ତି ଗୁରମାନି ସେଣ୍ଟର ଡାଇରେକ୍ଟର ଡ. ଉସମାନ କାସିମ୍ ।
ତାଙ୍କର କହିବା କଥା, ପଞ୍ଜାବ ୟୁନିଭରସିଟି ଲାଇବ୍ରେରୀରେ ଅନେକ ସମୃଦ୍ଧ ସଂସ୍କୃତ ଦସ୍ତାବିଜ ରହିଛି । କିନ୍ତୁ ୧୯୪୭ ମସିହା ପରଠୁ କୌଣସି ପାକିସ୍ତାନୀ ଏହାକୁ ଛୁଇଁନାହାନ୍ତି । କେବଳ ବିଦେଶୀ ରିସର୍ଚ୍ଚରମାନଙ୍କ କାମରେ ଲାଗିଛି । ୨୦୨୭ ବେଳକୁ ପାକିସ୍ତାନର ଛାତ୍ରଛାତ୍ରୀ ବର୍ଷିକିଆ କୋର୍ସ ଭାବେ ସଂସ୍କୃତ ପଢିବେ । ମହାଭାରତ, ଭଗବତ ଗୀତା ଉପରେ ସ୍ୱତନ୍ତ୍ର କୋର୍ସ ଆସିବ । LUMSରେ ଏକ ୩ ମାସିଆ ସଂସ୍କୃତ ୱାର୍କସପ୍ ଚାଲିଥିଲା । ଏଥିରେ ଛାତ୍ରୀଛାତ୍ରୀଙ୍କ ପ୍ରବଳ ଉତ୍ସାହ ଦେଖି ବିଶ୍ୱବିଦ୍ୟାଳୟ ସଂସ୍କୃତ ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
ପ୍ରଥମେ ପ୍ରଥମେ ପିଲାମାନଙ୍କୁ ସଂସ୍କୃତ ଭାଷା କଷ୍ଟକର ଲାଗୁଥିଲା । ହେଲେ ଥରେ ବୁଝିଗଲା ପରେ ଖୁବ୍ ଆନନ୍ଦ ଲାଗିଲା ବୋଲି ସେ କହିଛନ୍ତି । ସୋସିଓଲୋଜି ପ୍ରଫେସର ସାହିଦ୍ ରସିଦ୍ କହିଛନ୍ତି, ସଂସ୍କୃତ ଗୋଟିଏ ପାହାଡ ଭଳି । ଏହାକୁ ଗ୍ରହଣ କରିବାକୁ ହେବ । ସଂସ୍କୃତ କୌଣସି ନିର୍ଦ୍ଧିଷ୍ଟ ଧର୍ମର ନୁହେଁ । ଏହା ଆମର ମଧ୍ୟ । ଉର୍ଦ୍ଧୁର ଅନେକ ଶବ୍ଦ ସଂସ୍କୃତରୁ ଆସୁଛି । ସଂସ୍କୃତ ବ୍ୟାକରଣର ଜନକ ପାଣିନିଙ୍କ ଗାଁ ପାକିସ୍ତାନରେ ଥିଲା । ସିନ୍ଧୁ ଘାଟୀ ସଭ୍ୟତା ସମୟରେ ପାକିସ୍ତାନର ସିନ୍ଧ ଅଞ୍ଚଳରେ ବହୁ ଗ୍ରନ୍ଥର ରଚନା ହୋଇଥିଲା ।
Power vs People: ସାଢ଼େ ୩ ଲକ୍ଷ ଦରମାରେ ସନ୍ତୁଷ୍ଟ ନୁହଁନ୍ତି ମନ୍ତ୍ରୀ ଓ ବିଧାୟକ, ଜନତାଙ୍କ ମତ କିନ୍ତୁ…

From Frenzy to Fury: ମେସିଙ୍କୁ ନେଇ କୋଲକାତାରେ ଗଣ୍ଡଗୋଳ, ନିୟନ୍ତ୍ରଣ ବାହାରକୁ ଚାଲିଗଲା ସ୍ଥିତି

Political Earthquake in Kerala: କେରଳ ନିର୍ବାଚନରେ ସବୁ ଓଲଟପାଲଟ, ଶଶି ଥରୁରଙ୍କ ଗଡ଼ରେ ଉଡ଼ିଲା ବିଜେପି ପତାକା

Student Death Row: କିଟ୍ ପରେ ଛାତ୍ର ମୃତ୍ୟୁକୁ ନେଇ ଅଡୁଆରେ କିସ୍, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)