/odishatv-khabar/media/media_files/2026/01/14/airbag-2026-01-14-16-44-13.jpg)
airbag Photograph: (OTV)
ରାସ୍ତାରେ ଦ୍ରୁତ ଗତିରେ ଗଡ଼ୁଛି ଗାଡ଼ି। କାର୍ ଭିତରେ ବସିଛନ୍ତି ଯାତ୍ରୀ, ସିଟ୍ ବେଲ୍ଟ ବି ବାନ୍ଧିଛନ୍ତି। ବିଶ୍ବାସ ରହିଛି, ଯଦି ଦୁର୍ଘଟଣା ଘଟେ ତେବେ ଏୟାରବ୍ୟାଗ୍ ଠିକ୍ ସମୟରେ ଖୋଲିବ ଆଉ ଜୀବନ ବଞ୍ଚିଯିବ। କିନ୍ତୁ ଦୁର୍ଘଟଣା ବେଳେ ଠିକ୍ ଘଟୁଛି ଏହାର ଓଲଟା। ଏୟାରବ୍ୟାଗ୍ ଖୋଲିବା ବଦଳରେ ଏଥିରେ ବିସ୍ଫୋରଣ ହେଉଛି। ଆଉ ଆଖି ପିଛୁଳାକେ ଗାଡିରେ ବସିଥିବା ଲୋକଙ୍କ ମୁହଁ ଓ ଛାତିକୁ ଚିରି ଦେଉଛି। ରାସ୍ତାରେ ଖେଳୁଛି ରକ୍ତର ବନ୍ୟା। ଚାହୁଁଚାହୁଁ ଜୀବନ ନେଉଛି। ମାରାତ୍ମକ ଅସ୍ତ୍ର ପାଲଟିଛି ଏୟାରବ୍ୟାଗ୍।
ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଆମେରିକାର ରାସ୍ତାରେ ଘଟୁଥିବା ଭୟାବହ ବାସ୍ତବତା। ସେକେଣ୍ଡ ହ୍ୟାଣ୍ଡ କାର୍ଗୁଡ଼ିକରେ ଲଗାଯାଇଥିବା ନକଲି ଚାଇନା ଏୟାରବ୍ୟାଗ୍ ଏବେ ଚଳନ୍ତା ମୃତ୍ୟୁ ଫାନ୍ଦରେ ପରିଣତ ହୋଇଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି ଯେ ଆମେରିକାର ଜାତୀୟ ସଡ଼କ ସୁରକ୍ଷା ଏଜେନ୍ସୀ ସାରା ଦେଶରେ ଏହାକୁ ନେଇ ସତର୍କତା ଜାରି କରିଛି।
ରାୟଟର୍ସ ରିପୋର୍ଟ ଅନୁସାରେ, ଆମେରିକାରେ ସେକେଣ୍ଡ ହ୍ୟାଣ୍ଡ କାର୍ କିଣୁଥିବା ଲୋକଙ୍କ ପାଇଁ ଏକ ଗୁରୁତର ଚେତାବନୀ ଦିଆଯାଇଛି। ନ୍ୟାସନାଲ୍ ହାଇୱେ ଟ୍ରାଫିକ୍ ସେଫ୍ଟି ଆଡମିନିଷ୍ଟ୍ରେସନ—NHTSA କହିଛି ଯେ ଅବୈଧ ଓ ନିମ୍ନମାନରେ ଆମଦାନୀ ହୋଇଥିବା ଚୀନା ଏୟାରବ୍ୟାଗ୍ ଯୋଗୁଁ ଲୋକମାନଙ୍କ ଜୀବନ ଯାଉଛି।
ଗତ ଡିସେମ୍ବର ମାସରେ ଏହିପରି ଦୁଇଟି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ପରେ, NHTSA କାର୍ ମାଲିକ, କାର୍ କ୍ରେତା ଓ ରିପେୟାର୍ ସପ୍ଗୁଡ଼ିକୁ ସଚେତନ ରହିବାକୁ ଆହ୍ୱାନ କରିଛି।
ନ୍ୟାସନାଲ୍ ହାଇୱେ ଟ୍ରାଫିକ୍ ସେଫ୍ଟି ଆଡମିନିଷ୍ଟ୍ରେସନ୍ର ସୂଚନା ଅନୁସାରେ, ଚୀନର ଜିଲିନ୍ ପ୍ରଦେଶ ଆଧାରିତ ଡେଟିଆନ୍ନୁଓ ଅଟୋମୋବାଇଲ୍ ସେଫ୍ଟି ସିଷ୍ଟମ୍ କମ୍ପାନୀ ଲିମିଟେଡ୍, ତିଆରି କରିଥିବା ରିପ୍ଲେସମେଣ୍ଟ ଏୟାରବ୍ୟାଗ୍ ଇନଫ୍ଲେଟର୍ଗୁଡ଼ିକ ଏପର୍ଯ୍ୟନ୍ତ ୧୦ଟି ଦୁର୍ଘଟଣାରେ ମୃତ୍ୟୁ ତଥା ଗୁରୁତର ଆହତର କାରଣ ହୋଇଛି। ଏହି ଏୟାରବ୍ୟାଗ୍ଗୁଡ଼ିକ ଅବୈଧ ଭାବେ ଆମେରିକାକୁ ଆମଦାନୀ କରାଯାଇଥିବା ନେଇ ଏଜେନ୍ସୀ ସନ୍ଦେହ ପ୍ରକାଶ କରିଛି।
ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ୮ ଜଣ ଡ୍ରାଇଭର ଏଭଳି ଦୁର୍ଘଟଣାରେ ପ୍ରାଣ ହରାଇସାରିଲେଣି। ଏହାଛଡ଼ା ଆଉ ୨ ଜଣ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ସମସ୍ତ ଗାଡ଼ିରେ ପୂର୍ବରୁ ଦୁର୍ଘଟଣା ଘଟିବା ପରେ ମୂଳ ଏୟାରବ୍ୟାଗ୍ କାଢ଼ି ଦିଆଯାଇ, ସେଥିରେ ନିମ୍ନମାନର ରିପ୍ଲେସମେଣ୍ଟ ଏୟାରବ୍ୟାଗ୍ ଲଗାଯାଇଥିଲା।
ଏନ୍ଏଚ୍ଟିଏସ୍ଏର ମୁଖ୍ୟ ଜୋନାଥନ୍ ମୋରିସନ୍ କହିଛନ୍ତି ଯେ, ଏହି ଗୁରୁତର ସମସ୍ୟାକୁ ନେଇ ଅଟୋ ରିପେୟାର୍ ଇଣ୍ଡଷ୍ଟ୍ରିକୁ ସତର୍କ କରାଯାଇଛି। ଯଦି କୌଣସି ରିପେୟାର୍ ସେଣ୍ଟରରେ ଏଭଳି ସନ୍ଦିଗ୍ଧ ଏୟାରବ୍ୟାଗ୍ ଇନଫ୍ଲେଟର୍ ଦେଖିବାକୁ ମିଳେ, ତେବେ ସେମାନେ ତୁରନ୍ତ ଏନ୍ଏଚ୍ଟିଏସ୍ଏକୁ ସୂଚନା ଦେବାକୁ କୁହାଯାଇଛି।
Odisha Home Dept Silent: ସରକାରଙ୍କ ବୋଲ ମାନୁନାହାନ୍ତି ଅଧିକାରୀ, ଦେଉନାହାନ୍ତି ତଥ୍ୟ

From Daily Struggle to Musical Dreams: ଚର୍ଚ୍ଚାରେ ଦେବିଶ୍ରୀ...ଜୀବନ ଯନ୍ତ୍ରଣା ଭିତରେ ଗାୟିକା ହେବାର ସ୍ବପ୍ନ

Kohli Is Back at No.1: ସମସ୍ତଙ୍କୁ ପଛରେ ପକାଇଲେ କୋହଲି, ପୁଣି ନମ୍ବର ୱାନ୍

CM Takes Holy Dip 'Makar Buda' Ritual : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)