Advertisment

USA Iran Conflict: ଟ୍ରମ୍ପଙ୍କ ଖୋଲା ଧମକ, ସୀମା ଲଂଘିଲେ ମଇଦାନକୁ ଓହ୍ଲାଇବ ଆମେରିକା ସେନା

ଇରାନକୁ ଟ୍ରମ୍ପଙ୍କ ଖୋଲା ଚେତାବନୀ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଭିତରେ ଟ୍ରମ୍ପଙ୍କ ଖୋଲା ଧମକ। ସୀମା ଲଂଘିଲେ ମଇଦାନକୁ ଓହ୍ଲାଇବ ଆମେରିକା ସେନା।

author-image
Chinmayee Sahoo
Donald Trump

Donald Trump Photograph: (OTV)

ଇରାନକୁ ଟ୍ରମ୍ପଙ୍କ ଖୋଲା ଚେତାବନୀ। ସୀମା ଉଲ୍ଲଂଘନ କଲେ ମଇଦାନକୁ ଓହ୍ଲାଇବ ଆମେରିକା ସେନା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଭିତରେ ସବୁଠାରୁ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ। ସେ କହିଛନ୍ତି, ଆମେରିକାର ଚେତାବନୀକୁ ବାରମ୍ବାର ଅଣଦେଖା କରୁଛି ଇରାନ୍। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲେ ଆମେରିକା କେବଳ ଆକାଶମାର୍ଗରୁ ନୁହେଁ, ବରଂ ସ୍ଥଳସେନା ବି ମଇଦାନକୁ ଓହ୍ଲାଇବ। 

Advertisment

ଇରାନ ସୀମା ଲଂଘିଛି ଓ ସେମାନେ ନିଜ ଜିଦ୍ ନଛାଡିଲେ ଆମେରିକା ସେନା ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଚେତେଇ ଦେଇଛନ୍ତି ଟ୍ରମ୍ପ।ଏଥିସହ କହିଛନ୍ତି, ବର୍ତ୍ତମାନ ଯାଏଁ ଯାହା ଆକ୍ରମଣ ହୋଇଛି ଏହା ଆରମ୍ଭ ମାତ୍ର। ଆଗକୁ ବଡ଼ ଲହର ବାକି ଅଛି। ଏଥିସହ ଟ୍ରମ୍ପ ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ କହିଛନ୍ତି, ଆମର ପ୍ରଥମ ଲକ୍ଷ୍ୟ ହେଉଛି ଇରାନର ମିସାଇଲ୍ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା। ଯାହା ଦ୍ୱାରା ସେ କୌଣସି ଦେଶ ଉପରେ ଆକ୍ରମଣ କରିପାରିବ ନାହିଁ।

ଇରାନର ୧୦ଟି ଯୁଦ୍ଧ ଜାହାଜକୁ ସମୁଦ୍ର ମଧ୍ୟରେ ବୁଡ଼ାଇ ଦିଆଯାଇଛି। ଏବେ ତାର ନୌସେନା ସମ୍ପୂର୍ଣ୍ଣ ଦୁର୍ବଳ। ସେହିପରି ଆତଙ୍କବାଦର ପ୍ରାୟୋଜକ ଦେଶକୁ ପରମାଣୁ ଶକ୍ତି ମିଳିବ ନାହିଁ ବୋଲି ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳାବାଦଲ ଆହୁରି ଘନେଇବା ନିଶ୍ଚିତ।

Advertisment
Donald Trump USA Iran
Advertisment
Related Articles
Advertisment