Advertisment

Brutal Murder: ତାନ୍ତ୍ରିକ ମାଗିଲା ମଣିଷ ବଳି, ୩ ସାଙ୍ଗ ମିଶି ଅଟୋ ଡ୍ରାଇଭରକୁ ମାରି ଜାଳିଦେଲେ

ରାତାରାତି ଧନୀ ହେବାର ନିଶା ସାଜିଲା କାଳ । ମଣିଷ ବଳି ଦେଇଥାନ୍ତା, ନିଜେ ବଳି ପଡିଲା । ଅନ୍ଧବିଶ୍ୱାସରୁ ଜଘନ୍ୟ ହତ୍ୟାକାଣ୍ଡ । ଅଟୋ ଡ୍ରାଇଭରକୁ ହତ୍ୟା କରି ଜାଳିଦେଲେ ୩ ସାଙ୍ଗ ।

author-image
Namita Biswal
BLACK_MAGIC_MURDER-Ghaziabad

MURDER Photograph: (MURDER)

ରାତାରାତି ଧନୀ ହେବାର ନିଶା ସାଜିଲା କାଳ । ମଣିଷ ବଳି ଦେଇଥାନ୍ତା, ନିଜେ ବଳି ପଡିଲା । ଅନ୍ଧବିଶ୍ୱାସରୁ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଅଟୋ ଡ୍ରାଇଭରକୁ ବୀଭତ୍ସ ଭାବେ ହତ୍ୟା କରି ଜାଳିଦେଲେ ୩ ସାଙ୍ଗ । ଉତ୍ତରପ୍ରଦେଶ ଗାଜିଆବାଦର ଏ ଘଟଣା । ମୃତକଙ୍କ ନାଁ ନବୀନ ଓରଫ୍ ନନ୍ଦୁ ।

Advertisment

ତାନ୍ତ୍ରିକ ମାଗିଲା ମଣିଷ ବଳି:

ଧନୀ ହେବାର ନିଶାରେ ନନ୍ଦୁ ଦିଲ୍ଲୀର ଜଣେ ତାନ୍ତ୍ରିକ ପାଖକୁ ବାରମ୍ବାର ଯାଉଥିଲା । କିଛି ଦିନ ତଳେ ସେ ତା'ର ତିନି ସାଙ୍ଗ ପବନ, ସାଗର ଓ ନସିମଙ୍କୁ ଧନୀ କରିଦେବାର ଲୋଭ ଦେଖାଇ ତାନ୍ତ୍ରିକ ପାଖକୁ ନେଇଯାଇଥିଲା । ହେଲେ ସେଠି ସେ କେମିତି ଏକା ଧନୀ ହେବ ବୋଲି ତାନ୍ତ୍ରିକକୁ ପଚାରିଥିଲା ।

ତାନ୍ତ୍ରିକ ନନ୍ଦୁକୁ କହିଥିଲା, ସେ ରାତାରାତି ମାଲେମାଲ୍ ହେବାକୁ ଚାହୁଁଥିଲେ ତା'ର ଜଣେ ଆତ୍ମୀୟ ଲୋକର ବଳି ଦେବାକୁ ପଡିବ । ସାଙ୍ଗର ବଳି ଦେଲେ ଚଳିବ କି ବୋଲି ନନ୍ଦୁ ପଚାରିଥିଲା ଓ ତାନ୍ତ୍ରିକ ବି ହଁ ମାରିଥିଲା ।  ଆଉ ଏସବୁ କଥା ଶୁଣି ଦେଇଥିଲେ ୩ ସାଙ୍ଗ । ନନ୍ଦୁ କାଳେ ଧନୀ ହେବାକୁ ସେମାନଙ୍କ ଭିତରୁ କାହାର ବଳି ଦେଇଦେବ ଭାବି ୩ ଜଣ ମିଶି ମର୍ଡର ପ୍ଲାନ କରିଥିଲେ । 

Advertisment

୩ ସାଙ୍ଗ ମିଶି ମାରିଦେଲେ:

ଗତ ୧୩ ତାରିଖ ସନ୍ଧ୍ୟାରେ ନନ୍ଦୁ, ପବନ ଓ ନସିମ୍ ସାଗରର ଘରକୁ ଯାଇଥିଲେ । ସେଠି ସମସ୍ତେ ମଦ ପିଇଥିଲେ । ଏହାପରେ ୩ ସାଙ୍ଗ ମିଶି ଗ୍ୟାସ୍ ସିଲିଣ୍ଡରରେ ନନ୍ଦୁର ମୁଣ୍ଡକୁ ପିଟି ହତ୍ୟା କରିଥିଲେ । ଅଟୋରେ ମୃତଦେହକୁ ଏକ ନିଛାଟିଆକୁ ଜାଗାକୁ ନେଇ ସେଠି ପେଟ୍ରୋଲ ଢାଳି ଜାଳି ଦେଇଥିଲେ । 

ଗତ ବୁଧବାର ଦିନ ନନ୍ଦୁର ଦଗ୍ଧ ମୃତଦେହ ପୋଲିସକୁ ମିଳିବା ପରେ ଏ ପୂରା ଘଟଣାର ହୋଇଥିଲା ପର୍ଦ୍ଦାଫାସ । ନନ୍ଦୁ, ନସିମ୍, ସାଗର, ପବନ ୪ ପୁରୁଣା ବନ୍ଧୁ ଥିଲେ ଓ ସମସ୍ତେ ଅଟୋ ଚଲାଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଓଟିଭି

Murder Uttar Pradesh Human Sacrific
Advertisment
Related Articles
Advertisment