Advertisment

No Entry After 10 AM: କାଲିଠାରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା, ଡେରିରେ ପହଞ୍ଚିଲେ ଗେଟ୍ ବନ୍ଦ

ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ। ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ। ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ।

author-image
Pramod Behera
No Entry After 10 AM

କାଲିଠାରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା Photograph: (OTV)

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ CBSE ଡେଡ୍ଲାଇନ ସ୍ଥିର କଲା। ଏହି ପରୀକ୍ଷା ସକାଳ ସାଢେ ୧୦ ଟାରେ ଆରମ୍ଭ ହେବ। ହେଲେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ନ ପହଁଚିଲେ ଆଉ ଖୋଲିବ ନାହିଁ ଗେଟ। ଏନେଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ପାରନ୍ତି ଛାତ୍ରଛାତ୍ରୀ।

Advertisment

ପାଣିପାଗ, ଟ୍ରାଫିକ ଭିଡ଼ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ନିର୍ଧାରିତ ସମୟର ଢେର ପୂର୍ବରୁ ଘରୁ ବାହାରିବାକୁ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି CBSE। ଏନେଇ ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରାଯିବ।

  • ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ
  • ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ
  • ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ
  • କାଲିଠାରୁ ଆରମ୍ଭ ହେଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା
  • ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା
Advertisment
CBSE Exam Odihsa Odihsa News
Advertisment
Advertisment