Advertisment

Big Shock for America: ୧୦୦% ଟାରିଫ୍ ବଢ଼ାଇ ଫସିଯିବେ କି ଟ୍ରମ୍ପ୍ ? ବଢ଼ିଯିବ ଔଷଧ ଦର, କ’ଣ କରିବ ଆମେରିକା ?

ଏହି ପଦକ୍ଷେପ ଦ୍ୱାରା ପ୍ରମୁଖ ଭାରତୀୟ ଔଷଧ ନିର୍ମାତାଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ହୋଲି ଚର୍ଚ୍ଚା ହେଉଛି। କାରଣ ଭାରତୀୟ ଔଷଧ ନିର୍ମାତାଙ୍କ ପାଇଁ ଆମେରିକା ଏକ ପ୍ରମୁଖ ବଜାର।

author-image
Manas Ranjan Mohanty
Trump Tariff Medicine

Trump Tariff Medicine Photograph: (OTV)

ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବଡ଼ ଟାରିଫ ଆକ୍ରମଣ କରିଛନ୍ତି। ଆମେରିକାକୁ ଔଷଧ ଉତ୍ପାଦ ଆମଦାନୀ ଉପରେ 100% ଶୁଳ୍କ ଲାଗୁ କରିଛନ୍ତି। ଯାହା ଅକ୍ଟୋବର 1 ରୁ କାର୍ଯ୍ୟକାରୀ ହେବ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, "ଅକ୍ଟୋବର 1, 2025 ଠାରୁ, ଆମେ ଯେକୌଣସି ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ 100% ଶୁଳ୍କ ଲାଗୁ କରିବୁ। ଯଦି ସମ୍ପୃକ୍ତ କମ୍ପାନୀ ଆମେରିକାରେ ଏକ ଉତ୍ପାଦନ କାରଖାନା ସ୍ଥାପନ କରୁନାହିଁ।" ଅର୍ଥାତ ଆମେରିକାକୁ ରପ୍ତାନୀ ହେଉଥିବା ସମସ୍ତ ବ୍ରାଣ୍ଡେଡ୍ ଔଷଧ ଉପରେ ଏବେ 100% ଆମଦାନୀ ଶୁଳ୍କ ଲାଗୁ ହେବ। 

Advertisment

ଆମେରିକା ଏକ ପ୍ରମୁଖ ବଜାର

ତେବେ ଏହି ପଦକ୍ଷେପ ଦ୍ୱାରା ପ୍ରମୁଖ ଭାରତୀୟ ଔଷଧ ନିର୍ମାତାଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ହୋଲି ଚର୍ଚ୍ଚା ହେଉଛି। କାରଣ ଭାରତୀୟ ଔଷଧ ନିର୍ମାତାଙ୍କ ପାଇଁ ଆମେରିକା ଏକ ପ୍ରମୁଖ ବଜାର। କେବଳ 2025 ର ପ୍ରଥମ ଛଅ ମାସରେ ମୋଟ $3.7 ବିଲିୟନ ମୂଲ୍ୟର ଔଷଧ ଯୁକ୍ତରାଷ୍ଟ୍ରକୁ ରପ୍ତାନି କରାଯାଇଥିଲା। ଫଳସ୍ୱରୂପ, 100% ଶୁଳ୍କ ବୃଦ୍ଧି ଫଳରେ ଆମେରିକାରେ ଶସ୍ତାରେ ମିଳୁଥିବା ଭାରତୀୟ ଔଷଧ ଏବେ ମହଙ୍ଗା ହୋଇଯିବ। ଏହି ଶୁଳ୍କ ଦ୍ୱାରା ଡକ୍ଟର ରେଡ୍ଡି, ସନ୍ ଫାର୍ମା ଏବଂ ଲୁପିନ୍ ଭଳି ଭାରତୀୟ କମ୍ପାନୀଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଟ୍ରମ୍ପଙ୍କ ଟାରିଫ୍ ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ଔଷଧକୁ ସର୍ବାଧିକ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଯଦିଓ ଜେନେରିକ୍ ଔଷଧ ସମ୍ପର୍କରେ ଏବେବି ଅନିଶ୍ଚିତତା ରହିଛି। 


ତେବେ ଏହାର ପ୍ରଭାବ ସିଧାସଳଖ ଆମେରିକା ଉପରେ ମଧ୍ୟ ପଡ଼ିପାରେ। 2024 ରେ ପ୍ରାୟ $233 ବିଲିୟନ ମୂଲ୍ୟର ଔଷଧ ଏବଂ ଔଷଧ ଉତ୍ପାଦ ଆମଦାନୀ କରିଥିଲା ଆମେରିକା। ତେଣୁ ଔଷଧ ମୂଲ୍ୟ ସମ୍ଭାବ୍ୟ ଦ୍ୱିଗୁଣିତ ହେବା ଦ୍ୱାରା ସ୍ୱାସ୍ଥ୍ୟସେବା, ମେଡିକେୟାର ଉପରେ ବୋଝ ବଢ଼ିପାରେ। ବିଶେଶଜ୍ଞ ମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହି ରଣନୀତି ମୁଦ୍ରାସ୍ଫୀତିକୁ ଆହୁରି ଖରାପ କରିବ। ଏହା ଅଭିବୃଦ୍ଧିକୁ ବାଧା ଦେବାର ଆଶଙ୍କା ରଖିଛି। କାରଣ ପୁରୁଣା ଶୁଳ୍କ ସହିତ ଆଡଜଷ୍ଟ ହେଉଥିବା ବ୍ୟବସାୟଗୁଡ଼ିକ ପୂର୍ବରୁ ନୂତନ ଖର୍ଚ୍ଚ ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ତେବେ ଏକଥା ସତ ହେଉଛି କି ନାହିଁ ତାହା ଆଗାମୀ ଭବିଷ୍ୟତ ହିଁ କହିବ ।    

Advertisment

America
Advertisment