Advertisment

Flood Fear Looms: ସମୁଦ୍ର ଭିତରୁ ବଳ ଗୋଟାଇ ମାଡ଼ି ଆସୁଛି ଲଘୁଚାପ, ତଳି ଅଞ୍ଚଳରେ ଛାନିଆ କଲାଣି ମହାନଦୀର ବଢ଼ି ପାଣି

ପାର୍ବଣବେଳେ ବାତ୍ୟା ସିନା ଆସୁନି, କିନ୍ତୁ ଲଘୁଚାପ ଘାଣ୍ଟିବ ବାତ୍ୟା ଭଳି। ଦକ୍ଷିଣରୁ ଉପକୂଳ। ନିର୍ଧୁମ କାଚିବ ବର୍ଷା। କେଉଁଠି ଅଣଚାଷ ପବନ ମାଡ଼ରେ ଭାଙ୍ଗିପାରେ ଗଛ ସହ ମାଟିକାନ୍ଥର ଘର ତ ଆଉ କେଉଁଠି ଧୋଇ ଯାଇପାରେ ରାସ୍ତା ଘାଟ।

author-image
Tapan Swain
RAIN

RAIN Photograph: (OTV)

ପାର୍ବଣବେଳେ ବାତ୍ୟା ସିନା ଆସୁନି, କିନ୍ତୁ ଲଘୁଚାପ ଘାଣ୍ଟିବ ବାତ୍ୟା ଭଳି। ଦକ୍ଷିଣରୁ ଉପକୂଳ। ନିର୍ଧୁମ କାଚିବ ବର୍ଷା। କେଉଁଠି ଅଣଚାଷ ପବନ ମାଡ଼ରେ ଭାଙ୍ଗିପାରେ ଗଛ ସହ ମାଟିକାନ୍ଥର ଘର ତ ଆଉ କେଉଁଠି ଧୋଇ ଯାଇପାରେ ରାସ୍ତା ଘାଟ।

Advertisment

ବିଶେଷ କରି ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି, ଏହି ୩ ଜିଲ୍ଲା ରେଡ୍ ଆଲର୍ଟରେ ଥିବାରୁ ବଢ଼ିଛି ନାନା ଆଶଙ୍କା। ତେଣେ ହୀରାକୁଦ ଡ୍ୟାମର ବନ୍ୟା ପାଣି ମହାନଦୀର ତଳି ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଲାଣି। ତେଣୁ ସରକାରୀ ସ୍ତରରେ ଘନଘନ ପ୍ରସ୍ତୁତି ବୈଠକ ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜାରି ରହିଛି ତୟାରୀ।...

ବର୍ଷିବ ଭୀଷଣ ବର୍ଷା...ବହିବ ଅଣଚାଷ ପବନ...ଉପୁଡ଼ିଯିବ ଗଛ...ଛିନଛତ୍ର ହେବ ସାଧାରଣ ଗମନାଗମନ ବ୍ୟବସ୍ଥା...ପ୍ରଭାବିତ ହୋଇପାରେ ବିଜୁଳି ସେବା...ହୁଏତ ୟେ ବାତ୍ୟା ନୁହେଁ, କିନ୍ତୁ ବାତ୍ୟା ଭଳି ଘାଣ୍ଟିପାରେ ଉପାନ୍ତଠୁ ଉପକୂଳ ଯାଏଁ। ତେଣୁ ସାବଧାନ୍...।  

Advertisment

ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ରମେ ବଙ୍ଗୋପସାଗର ଭିତରୁ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଥିବାରୁ ସତର୍କ କରିଦିଆଯାଉଛି ସମୂଦ୍ରକୂଳିଆଙ୍କୁ। ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଉଛି। କାରଣ ୧୨ ଘଣ୍ଟା ଭିତରେ କେବଳ ଯେ ବର୍ଷା ଉଜାଡ଼ିବ ତା’ନୁହେଁ, ବରଂ ୨ ଦିନ ଧରି ନା ଘରୁ ବାହାରି ପାରିବେ ଆପଣ...ନା ବାହାରେ ଥିଲେ ଫେରିପାରିବେ ଘରକୁ। 

ମାଲକାନଗିରି, କୋରାପୁଟ, କଳାହାଣ୍ଡି। ଆସନ୍ତାକାଲି ଯାଏଁ ଏହି ୩ ଜିଲ୍ଲା ପାଇଁ ରହିଛି ବଡ଼ ବିପଦ। ଜାରି ହୋଇ ରେଡ୍ ୱାର୍ଣ୍ଣିଂ। ଅର୍ଥାତ ଏହି ଜିଲ୍ଲାରେ ଭୟଙ୍କର ପ୍ରଭାବ ପକାଇପାରେ ଅବପାତ। ଅରେଞ୍ଜ ୱାର୍ଣ୍ଣଂ ଥିବା ୧୪ ଏବଂ ୟେଲୋ ୱାର୍ଣ୍ଣିଂ ଥିବା ୧୩ ଜିଲ୍ଲାରେ ୨୮ ଯାଏଁ ବର୍ଷା ଦାଉରୁ ତ୍ରାହି ନାହିଁ। ସମୁଦ୍ର ଉପକୂଳରେ ତ ୪୦ରୁ ୬୦ କିମି ବେଗରେ ପବନ ବହିବ। 

କଳାହାଣ୍ଡିଆ ମେଘ ଘୋଟି ରାଜ୍ୟବ୍ୟାପି ଆଜି ସକାଳୁ ଝିପି ଝିପି ବର୍ଷା, ଆଉ ଉପରମୁଣ୍ଡରେ ବଢୁଥିବା ଜଳସ୍ତର ଯୋଗୁ ୨୦ଟି ଗେଟ୍ ଫିଟାଇ ଦେଇଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତ୍ୟୃପକ୍ଷ। ଫଳରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ସାଢ଼େ ୩ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଫୁଲିବାରେ ଲାଗିଛି ମହାନଦୀ ସହ ତା’ର ଶାଖା ନଦୀ ଗୁଡ଼ିକ। ମୁଣ୍ଡଳୀରେ ବି ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ସମ୍ଭାବ୍ୟ ବଢ଼ି ପାଣିରେ ବୁଡ଼ିଯାଇପାରେ ଗାଁ, ଭୂଇଁ ସହ ଜମିବାଡ଼ି। 

ଆଠଗଡର ତିଗିରିଆ କୁହନ୍ତୁ ଅବା ବାଙ୍କୀର ତଳିଆ ଅଞ୍ଚଳ। ମହାନଦୀର ଜଳସ୍ତର ବଢ଼ୁଥିବାରୁ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏ ଚିତ୍ର ହେଉଛି, ବଡ଼ମ୍ବା ନରସିଂହପୁର ସ୍ଥିତ ମା’ ଭଟ୍ଟାରିକାଙ୍କ ପୀଠ। ମନ୍ଦିର ବେଢ଼ାରେ ପହଞ୍ଚିଗଲାଣି ବଢ଼ି ପାଣି। ପ୍ରଭାବିତ ହେଲାଣି 

ମା’ଙ୍କ ଷୋଡ଼ଶ ପୂଜା। ବିଶେଷ କରି ଆସନ୍ତା ୨ ଦିନ ଯାଏଁ ରାଜ୍ୟବ୍ୟାପି ପ୍ରବଳ ବର୍ଷାର ସମ୍ଭାବନା ତ ରହିଛି। ତେଣୁ ବନ୍ୟା ସ୍ଥିତିକୁ ବି ଏଡ଼ାଇ ଦିଆଯାଇନପାରେ। ତେଣୁ ଆଜି ସମ୍ଭାବ୍ୟ ସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର୍। 

ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି SRC। ବିଶେଷ ଭାବେ ଦକ୍ଷିଣ ଓଡ଼ିଶା ବେଶୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲାରେ ୩ ଜଣ ମନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଥିବା କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। 

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ହେଲେ ଆଜିଠୁ ବର୍ଷାର ପରିମାଣ ବଢ଼ି ୨୯ ତାରିଖ ଯାଏଁ ଲାଗି ରହିବ। ୨୯ରୁ ପାଗରେ ପରିବର୍ତ୍ତନ ଘଟିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।...  

Weather
Advertisment
Related Articles
Advertisment