Advertisment

Fresh Attack on Hindus in Bangladesh: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଆକ୍ରମଣ, ଛୁରି ଭୁସି ନିଆଁ ଲଗାଇଦେଲେ

ପୀଡ଼ିତ ଖୋକନ ଦାସ ଘରକୁ ଫେରୁଥିବା ବେଳେ କିଛି ହିଂସାକାରୀ ତାଙ୍କ ତଳି ପେଟକୁ ଛୁରିରେ ଭୁସିଥିଲେ। ତଳେ ପକାଇ ନିର୍ଧୁମ ପିଟିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଜୀବନ ବିକଳରେ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

author-image
Tapan Swain
BANGLADESH

BANGLADESH Photograph: (OTV)

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଥମୁନି ନିର୍ଯାତନା। ଆଉ ଜଣେ ସଂଖ୍ୟାଲଘୁ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଲୋକ। ତାଙ୍କ ଦେହରେ ଆକ୍ରମଣକାରୀ ନିଆଁ ଲଗାଦେଇଥିଲେ। ଏଥିରେ ଗୁରୁତର ଆହତ ହୋଇଛନ୍ତି ୫୦ ବର୍ଷୀୟ ବ୍ୟବସାୟୀ ଖୋକନ ଦାସ। ବୁଧବାର ବାଂଲାଦେଶର ଶରିୟତପୁର ଜିଲ୍ଲାରେ ଏହି ବର୍ବରକାଣ୍ଡ ଘଟାଇଥିଲେ କିଛି ଦୁର୍ବୃତ୍ତ।

Advertisment

ଅଭିଯୋଗ ହୋଇଛି, ପୀଡ଼ିତ ଖୋକନ ଦାସ ଘରକୁ ଫେରୁଥିବା ବେଳେ କିଛି ହିଂସାକାରୀ ତାଙ୍କ ତଳି ପେଟକୁ ଛୁରିରେ ଭୁସିଥିଲେ। ତଳେ ପକାଇ ନିର୍ଧୁମ ପିଟିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଜୀବନ ବିକଳରେ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ଏବେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ଖୋକନ ଦାସଙ୍କର ଚିକିତ୍ସା ଚାଲିଛି।

ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ଆକ୍ରମଣ। ପୂର୍ବରୁ ହିଂସାକାରୀଙ୍କ ଆକ୍ରମଣରେ ଦୀପୁ ଦାସଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ପରେ ଅମ୍ରିତ ମଣ୍ଡଳ ଓ ବଜେନ୍ଦ୍ର ବିଶ୍ବାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଯାହା ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ... 

Advertisment

ଆଉ ଜଣେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ମରଣାନ୍ତକ ଆକ୍ରମଣ

ଛୁରି ଭୁସିବା ସହ ଦେହରେ ନିଆଁ ଲଗାଇଦେଲେ ହିଂସାକାରୀ
୫୦ ବର୍ଷୀୟ ବ୍ୟବସାୟୀ ଖୋକନ ଦାସ ଗୁରୁତର 
ଗତକାଲି ଶରିୟତପୁର ଜିଲ୍ଲାରେ ଘଟିଥିଲା ବର୍ବରକାଣ୍ଡ 
ଘରକୁ ଫେରିବା ବେଳେ ଆକ୍ରମଣ କରିଥିଲେ ହିଂସାକାରୀ 
ପେଟକୁ ଛୁରିରେ ଭୁଷିବା ସହ ତଳେ ପକାଇ ପିଟିଥିଲେ
ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ
ପୋଖରୀକୁ ଡେଇଁ ପଡ଼ିବାରୁ ଜୀବନ ବଞ୍ଚିଗଲା
ଢାକା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ
ଦୁଇ ସପ୍ତାହରେ ହିନ୍ଦୁଙ୍କ ଉପରେ ଚତୁର୍ଥ ଆକ୍ରମଣ

Bangladesh Violence
Advertisment
Related Articles
Advertisment