/odishatv-khabar/media/media_files/2026/01/02/koraput-hen-2026-01-02-09-21-47.jpg)
Koraput Hen Photograph: (OTV)
ବାଜୁଛି ଗୀତ, ଚାଲିଛି ମଜା ଆଉ ଏପଟେ କଷା ଚାଲିଛି ଚିକେନ୍। ବ୍ରଏଲର୍ ନୁହେଁ ଆଜ୍ଞା ଇଏ ପିଓର୍ ଦେଶୀ। ଝରଣା କୂଳରେ ବସି ଗରମ ଗରମ କୋରାପୁଟିଆ ଦେଶୀ କୁକୁଡ଼ା ଖାଇବାର ମଜା କାହିଁକି କହୁଛନ୍ତି ଆଜ୍ଞା। ୟା ଆଗରେ ପରା ଖାସୀ ମଟନ ଝୋଳ ଫେଲ୍ ମାରୁଛି। ଏବେ କୋରାପୁଟରେ ଚାଲିଛି ପିକନିକ୍ ସିଜନ୍। ଆଉ ପିକିନିକ୍ ସ୍ପଟରେ ପର୍ଯ୍ୟଟକଙ୍କୁ ହେଉଛି ଦେଶୀ ଚିକେନ ଫିବର।
ମଟନଠାରୁ ଅଧିକ ଦର ଥିଲେ ମଧ୍ୟ ସେମାନଙ୍କ ପ୍ରଥମ ପସନ୍ଦ ପାଲଟିଛି କୋରପୁଟିଆ ଦେଶୀ ଚିକେନ୍। ଆଉ ବଣଭୋଜି ପାଇଁ ସେମାନେ ଗାଁ ଗାଁ ବୁଲି ସଂଗ୍ରହ କରୁଛନ୍ତି ଦେଶୀ କୁକୁଡ଼ା। ଆଉ ଖାଇବା ପରେ କହୁଛନ୍ତି, କୋରାପୁଟର ଦେଶୀ ଚିକେନ୍ ଓଃ କି ଟେଷ୍ଟ୍ ।
ପିକନିକ ସିଜିନ ଚାଲିଥିବାରୁ ଏବେ ଡିମାଣ୍ଡ ଚାଲିଛି କୋରାପୁଟିଆ ଦେଶୀ କୁକୁଡ଼ା ଦେଶୀ କୁକୁଡ଼ା। ଏହାରି ଉପରେ ଆଦିବାସୀଙ୍କ ନିଆରା ପୁଷ ପରବ। ତେଣୁ ଶୀତୁଆ ସକାଳୁ ହାଟରେ ପସରା ମେଲୁଛି ଶହ ଶହ ଦେଶୀ କୁକୁଡ଼ା। ଏହାରି ମଧ୍ୟରେ ଦର ମଧ୍ୟ ଢ଼େର୍ ବଢି ଯାଇଛି।
ରେଟ୍ ଫରକ ପଡୁନି
ଗୋଟେ ଗୋଟେ କୁକୁଡ଼ା 800 ରୁ 1000 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ହେଲେ ସତେ ଯେମିତି ଗରାଖଙ୍କୁ ପଡ଼ୁନି ଫରକ୍। କାରଣ କୁକୁଡ଼ା କିଣିବାକୁ ଲାଗୁଛି ପ୍ରବଳ ଭିଡ଼। ଆଉ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସବୁ ଜାଗାରେ ବଣଭୋଜିର ଆକର୍ଷଣ ପାଲଟିଛି ଦେଶୀ ଚିକେନ୍ ଆଇଟମ ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମାଳଭୂମି କୋରାପୁଟର ସୌନ୍ଦର୍ଯ୍ୟ। ଜିଲ୍ଲାରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ଥଣ୍ଡା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନୋରମ ଶୀତୁଆ ପରିବେଶର ମଜା ଉଠାଇବା ଲାଗି ଏଠାକୁ ଛୁଟୁଛନ୍ତି ପର୍ଯ୍ୟଟକ। ଗୁପ୍ତେଶ୍ଵର, ଦେଓମାଳି, ତୁଡ଼ୁମା, ତଳମାଳି ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳରେ ଏବେ ନାହିଁ ନ ଥିବା ଭିଡ଼।
ବଣ ଭୋଜିର ସାନ୍ ପାଲଟିଛି କୋରାପୁଟିଆ ଦେଶୀ ଚିକେନ୍। ଆଉ ସଭିଏଁ କହୁଛନ୍ତି କୋରାପୁଟ ଆସି ଦେଶୀ କୁକୁଡ଼ା ନଖାଇଲେ ବୁଲା ରହିଯିବ ଅଧୁରା ।
Daily Horoscope 2nd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 2nd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Social Media Storm: ସଚିନଙ୍କ ଲାଡଲୀ ପିଉଛନ୍ତି ବିୟର ! ଭାଇରାଲ୍ ହେଉଛି ଭିଡିଓ

Road to 2026:୨୦୨୬ରେ କେଉଁ ଦଳ ପାଇଁ କ’ଣ ବଡ଼ ଚାଲେଞ୍ଜ, ବିଜେଡିରେ ଉତ୍ତରାଧିକାରୀକୁ ନେଇ ବିଦ୍ରୋହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)