Advertisment

Bangladesh former PM Khaleda Zia dies: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ। ୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ବିଏନ୍‌ପିର ଅଧ୍ୟକ୍ଷା ଥିଲେ ବେଗମ୍ ଖାଲେଦା ଜିଆ।

author-image
Chinmayee Sahoo
Khaleda Zia

Khaleda Zia Photograph: (OTV)

୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଥିବା ଜିଆଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଏ ନେଇ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଛାତି ଓ ଫୁସଫୁସରେ ସଂକ୍ରମଣ ପାଇଁ ଖାଲେଦା, ମାସେରୁ ଅଧିକ ସମୟ ଧରି ମେଡିକାଲରେ ଚିକିତ୍ସାଧୀନ ଥିଲେ। ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବେଗମ୍ ଖାଲେଦା ଜିଆଙ୍କ ଚିକିତ୍ସା ଲାଗି ଏକ ଅନ୍ତର୍ଦେଶୀୟ ଡାକ୍ତର କମିଟି ଗଠନ କରାଯାଇଥିଲା। 

ବାଂଲାଦେଶରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ନିର୍ବାଚନରେ ଖାଲିଦାଙ୍କ ଦଳ ପୁଣି କ୍ଷମତାକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା। ଖାଲେଦା ଦୁଇ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମେ ୧୯୯୧ରୁ ୧୯୯୬ ଏବଂ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Advertisment

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ
୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଥିଲେ ବେଗମ୍ ଖାଲେଦା ଜିଆ
ଚିକିତ୍ସାଧୀନ ଅବସ୍ଥାରେ ଜିଆଙ୍କ ପରଲୋକ ଘଟିଥିବା ଦଳ ପକ୍ଷରୁ ସୂଚନା

Bangladesh
Advertisment