Advertisment

Russia Claims Ukraine Fired Drones At Putin's Home: ପୁଟିନଙ୍କ ବାସଭବନ ଉପରେ ହମଲା! ରୁଷର ବୈଦେଶିକ ମନ୍ତ୍ରୀଙ୍କ ଅଭିଯୋଗ

ଶାନ୍ତିପୂର୍ଣ୍ଣ ଆଲୋଚନା ଭିତରେ ପୁଣି ରୁଷ-ୟୁକ୍ରେନ୍ ତିକ୍ତତା। ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ବାସଭବନ ଉପରେ ହମଲା ଉଦ୍ୟମ। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ଅଭିଯୋଗ।

author-image
Chinmayee Sahoo
Putin

Putin Photograph: (OTV)

ଜାରି ରହିଥିବା ଶାନ୍ତିପୂର୍ଣ୍ଣ ଆଲୋଚନା ଭିତରେ ପୁଣି ବଢ଼ିଲାଣି ରୁଷ-ୟୁକ୍ରେନ୍ ତିକ୍ତତା। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନରେ ଉପରେ ଗତକାଲି ୟୁକ୍ରେନ୍ ପକ୍ଷରୁ ହମଲା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏହି ଅଭିଯୋଗ ଆଣିଛନ୍ତି। 

Advertisment

କହିଛନ୍ତି, ୟୁକ୍ରେନ୍ ରାତିସାରା ନୋଭଗୋରୋଡ୍ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ବାସଭବନ ଉପରେ ୯୧ଟି ଦୂରଗାମୀ ଡ୍ରୋନ ଦ୍ବାରା ଆକ୍ରମଣ ଉଦ୍ୟମ କରିଥିଲା। କିନ୍ତୁ ସେସବୁକୁ ଗୋଟି ଗୋଟି କରି ରୁଷ ସେନା ନଷ୍ଟ କରିଛି। ଏହି ଆକ୍ରମଣ ଉଦ୍ୟମରେ କେହି ଆହତ ହୋଇ ନାହାଁନ୍ତି କିମ୍ବା କୌଣସି କ୍ଷୟ କ୍ଷତି ବି ହୋଇନାହିଁ। 

ୟୁକ୍ରେନର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ମସ୍କୋ ସହ ହେବାକୁ ଆଲୋଚନା ଏବଂ ଆମର ଆଭିମୁଖ୍ୟ ସଂପର୍କରେ ସମୀକ୍ଷା କରାଯିବ ବୋଲି କହିଛି ରୁଷ୍। ତେବେ ରୁଷର ଏହି ହମଲା ଦାବିକୁ ୟୁକ୍ରେନ୍ ଖଣ୍ଡନ କରିବା ସହ ଏହାକୁ ମିଛ ବୋଲି କହିଛି। ତାସହ କହିଛି, ମସ୍କୋ କିଭ୍ ରେ ସରକାରୀ କୋଠା ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ରଣନୀତି ତିଆରି କରୁଛି।

Advertisment

ପୁଟିନଙ୍କ ବାସଭବନ ଉପରେ ହମଲା ! 
ଶାନ୍ତିପୂର୍ଣ୍ଣ ଆଲୋଚନା ଭିତରେ ପୁଣି ରୁଷ-ୟୁକ୍ରେନ୍ ତିକ୍ତତା
ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ବାସଭବନ ଉପରେ ହମଲା ଉଦ୍ୟମ 
ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ଅଭିଯୋଗ 
୯୧ଟି ଦୂରଗାମୀ ଡ୍ରୋନ୍ ଦ୍ବାରା ୟୁକ୍ରେନ୍ ଆକ୍ରମଣ ଉଦ୍ୟମ କରିଛି: ରୁଷ୍
‘ୟୁକ୍ରେନର ସମସ୍ତ ଡ୍ରୋନକୁ ନଷ୍ଟ କରିଛି ରୁଷ୍ ସେନା’ 
ରୁଷର ହମଲା ଅଭିଯୋଗକୁ ଖଣ୍ଡନ କଲା ୟୁକ୍ରେନ୍ 
କିଭ୍ ରେ ସରକାରୀ କୋଠାକୁ ଆକ୍ରମଣ ପାଇଁ ରୁଷ୍ ଯୋଜନା କରୁଛି: ୟୁକ୍ରେନ

Russia Ukraine
Advertisment