/odishatv-khabar/media/media_files/2025/11/14/bangladesh-violence-2025-11-14-09-54-12.jpg)
Bangladesh-Violence Photograph: (OTV)
ଗୋଟିଏ ବର୍ଷରେ ପୁଣି ଅଶାନ୍ତ ହୋଇ ଉଠିଛି ବାଙ୍ଗଲାଦେଶ। ଶେଖ୍ ହସିନାଙ୍କୁ ଗାଦିଚ୍ୟୁତ କରିବାରେ ମୁଖ୍ୟ ଭୂମିକା ନେଇଥିବା ଛାତ୍ରଛାତ୍ରୀ ମାନେ ପୁଣି ଓହ୍ଲାଇଛନ୍ତି ରାସ୍ତାକୁ। ବାଂଲାଦେଶୀ ଛାତ୍ର ସମାଜ ପୁଣି ଥରେ କ୍ରୋଧିତ। ଏଥର, ଟାର୍ଗେଟ ଅଛନ୍ତି ୟୁନୁସ ସରକାର। ଢାକାରୁ ଚିଟାଗଙ୍ଗ ପର୍ଯ୍ୟନ୍ତ ଦେଶର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପ୍ରକାଶ ବିଦ୍ରୋହର ନିଆଁ। ମହମ୍ମଦ ୟୁନୁସଙ୍କ ସରକାର ଇସଲାମିକ ଗୋଷ୍ଠୀମାନଙ୍କ ଚାପରେ ବିଦ୍ୟାଳୟଗୁଡ଼ିକରେ ସଙ୍ଗୀତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପଦବୀକୁ ଉଚ୍ଛେଦ କରିଦେଇଛି ବୋଲି ଅଭିଯୋଗ ହୋଇଛି। ଯାହା ଦେଶରେ ହିଂସାର ମୁଖ୍ୟ କାରଣ ପାଲଟିଛି ।
ୟୁନୁସ ସରକାରଙ୍କ ନିର୍ଦ୍ଦେଶ ପରେ ଛାତ୍ରମାନେ ମଶାଲ ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଢାକାର ରାସ୍ତାରେ ସ୍ଲୋଗାନ ଦେଉଛନ୍ତି, "ତୁମେ ସ୍କୁଲରୁ ସଙ୍ଗୀତକୁ ଉଚ୍ଛେଦ କରିପାରିବ, କିନ୍ତୁ ହୃଦୟରୁ ନୁହେଁ”। ଢାକାର ଅନେକ ଅଞ୍ଚଳରେ ବିସ୍ଫୋରଣ, ସଂଘର୍ଷ ଏବଂ ଲକ ଡାଉନ ହେବାର ରିପୋର୍ଟ ଆସିଛି। ଯାହା ଦେଶରେ ଅଶାନ୍ତିକୁ ଆହୁରି ଘନିଭୂତ କରୁଛି।
ବ୍ରାହ୍ମଣବାରିଆରେ, ମହମ୍ମଦ ୟୁନୁସଙ୍କ ଗ୍ରାମୀଣ ବ୍ୟାଙ୍କର ଏକ ଶାଖାକୁ ପ୍ରତିବାଦକାରୀମାନେ ପୋଡ଼ି ଦେଇଥିଲେ, ଯାହା ଫଳରେ ଆସବାବପତ୍ର ଏବଂ କାଗଜପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ପ୍ରତିବାଦଗୁଡ଼ିକୁ କେବଳ ଏକ ପ୍ରଶାସନିକ ନିଷ୍ପତ୍ତି ନୁହେଁ ବରଂ ୟୁନୁସ ସରକାରଙ୍କ ନୀତିରେ ବଢ଼ୁଥିବା ଇସଲାମୀକରଣ ପ୍ରବୃତ୍ତିର ବିରୁଦ୍ଧେରେ ଦେଖାଯାଉଛି। ୟୁନୁସ ସରକାର ଏହି ହିଂସାତ୍ମକ ଘଟଣା ପାଇଁ ଆୱାମୀ ଲିଗ୍ ସମର୍ଥକମାନଙ୍କୁ ଦାୟୀ କରିଛି। ତେବେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୟୁନୁସଙ୍କୁ ଗଣତନ୍ତ୍ରକୁ ଦମନ କରିବା ଏବଂ ତାଙ୍କ ସରକାରରେ ମୌଳବାଦୀଙ୍କ ପାଇଁ ଏକ ମୋର୍ଚ୍ଚା ଭାବରେ କାର୍ଯ୍ୟ କରିବାର ଅଭିଯୋଗ କରିଛନ୍ତି।
ସେପଟେ ୟୁନୁସ ସରକାରଙ୍କ ବିରୁଦ୍ଧରେ ବର୍ତ୍ତମାନ ଯେଉଁ ଛାତ୍ର ଆନ୍ଦୋଳନ ଚାଲିଛି, ସେହି ଶକ୍ତି ଏକବର୍ଷ ପୂର୍ବରୁ ଶେଖ୍ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରିଥିଲା। ସେହି ସମୟରେ ଛାତ୍ରମାନେ ହସିନାଙ୍କ ସ୍ୱେଚ୍ଛାଚାରୀ ନୀତି ଏବଂ ଦାୟିତ୍ୱହୀନତା ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲେ। କିନ୍ତୁ ଏବେ ପୁଣି ପରିସ୍ଥିତି ଓଲଟି ଯାଇଛି। ଢାକା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରତିବାଦ ବ୍ୟାପିବା ସହିତ, ହସିନାଙ୍କୁ ବିରୋଧ କରୁଥିବା ସମାନ ଯୁବକମାନେ ଏବେ ୟୁନୁସଙ୍କ ନୀତି ପ୍ରତି ଅସନ୍ତୁଷ୍ଟ ଏବଂ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି।
Students Forced To Clean: ସ୍କୁଲରେ ପାଇଖାନା ସଫା କରୁଛନ୍ତି ପିଲା, ସାର୍ ବୁଲୁଛନ୍ତି ଆରାମରେ...ପାଠପଢା ଛାଡି ପିଲାଏ ଲାଗିଛନ୍ତି କାମରେ

Nuapada Bypoll: ତ୍ରିମୁଖୀ ଲଢ଼େଇରେ କିଏ ମାରିବେ ବାଜି ? ଆଜି ଆସିବ ନୂଆପଡ଼ା ଜନାଦେଶ

Landslide Victory or Close Contest: ବିହାରରେ ଏକଜାଟ୍ ହେବ କି ଏକଜିଟ୍ ପୋଲ ? ଖୋଲିବ EVM ପେଡ଼ି

Nuapada Showdown: କିଏ ମାରିବ ନୂଆପଡ଼ା ବାଜି ? ବିଜେଡି ହାତରୁ ନୂଆପଡ଼ା ଛଡ଼ାଇ ଆଣିବ କି ବିଜେପି ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)