/odishatv-khabar/media/media_files/2025/10/18/boat-2025-10-18-11-54-22.jpg)
Boat Photograph: (OTV)
କେନ୍ଦ୍ରୀୟ ମୋଜାମ୍ବିକର ବେଇରା ବନ୍ଦର ନିକଟରେ ଘଟିଛି ଏକ ବଡ ଅଘଟଣ। ଏକ ସ୍ଥାନାନ୍ତର ଅଭିଯାନ ସମୟରେ ଏକ ଲଞ୍ଚ ବୋଟ୍ ବୁଡିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ନିଖୋଜ ଅଛନ୍ତି। ସମସ୍ତେ ଭାରତୀୟ ବୋଲି ଜଣା ପଡିଛି। ୧୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ଲଞ୍ଚ ବୋଟ୍ ବୁଡ଼ିଯିବାରୁ ଏହି ଅଘଟଣ ଘଟିଛି। ଏ ନେଇ ଭାରତୀୟ ହାଇ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲା ତେବେ ଏହି ବୋଟ୍ ଓଲଟି ପଡ଼ିବାର ସଠିକ୍ କାରଣ ଜଣା ପଡିନାହିଁ। ଏକ ସରକାରୀ ବିବୃତ୍ତିରେ, ହାଇ କମିଶନ କହିଛି, "କେନ୍ଦ୍ରୀୟ ମୋଜାମ୍ବିକର ବେଇରା ବନ୍ଦରରୁ କ୍ରୁ ସ୍ଥାନାନ୍ତର କାର୍ଯ୍ୟ ସମୟରେ ୧୪ ଜଣ ଭାରତୀୟ ନାଗରିକ ଥିବା ଏକ ବୋଟ୍ ଓଲଟି ପଡ଼ିଥିଲା। ଏଥିରେ କିଛି ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଭାଗ୍ୟବଶତଃ, ଦୁର୍ଘଟଣାରେ କିଛି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ କେତେକଙ୍କ ଏବେ ବି ପତ୍ତା ମିଳିନାହିଁ।"
ପାଣିରୁ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରୁ ଜଣେ ବଞ୍ଚିଥିବା ବ୍ୟକ୍ତି ବର୍ତ୍ତମାନ ବେଇରାର ଏକ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି। ଭାରତୀୟ ମିଶନର ଜଣେ କନସୁଲାର ଅଧିକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି।
ହାଇ କମିଶନ ସୋସିଆଲ ମିଡିଆ ମାଧ୍ୟମରେ ଶୋକ ପ୍ରକାଶ କରି କହିଛନ୍ତି, "ବେରା ବନ୍ଦରରେ ଏକ ଡଙ୍ଗା ଦୁର୍ଘଟଣାରେ ତିନି ଜଣ ଭାରତୀୟ ନାଗରିକଙ୍କ ପ୍ରାଣହାନି ପାଇଁ ଆମେ ଆମର ଗଭୀର ସମବେଦନା ଜଣାଉଛୁ।” ନିଖୋଜଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)