Advertisment

Train Fire: ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଗରିବ ରଥ ଏକ୍ସପ୍ରେସ୍

ପଞ୍ଜାବରେ ଟ୍ରେନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ପଞ୍ଜାବ ସରହିନ୍ଦ ଷ୍ଟେସନରେ ଅମୃତସର-ସହରସା ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଯାଇଛି। କେହି ଆହତ କିମ୍ବା ମୃତାହତ ହୋଇ ନାହାନ୍ତି।

author-image
Chinmayee Sahoo
Train

Train Photograph: (OTV)

ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପଞ୍ଜାବର ସିରହିନ୍ଦ ଷ୍ଟେସନରେ ଅମୃତସର-ସହରସା ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୨୦୪)ର ଏକ ବଗିରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ତୁରନ୍ତ ଜରୁରୀକାଳୀନ ଟିମ୍ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। 
ନିଆଁ ଲାଗି ଧୂଆଁ ଦେଖିବା ପରେ, ରେଳ ଅଧିକାରୀମାନେ ପ୍ରଭାବିତ ବଗିରୁ ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‌ର ଅନ୍ୟ କୋଚକୁ ସ୍ଥାନାନ୍ତରିତ କରିଥିଲେ। ଏହି ଅଘଟଣାରେ କେହି ଆହତ କିମ୍ବା ମୃତାହତ ହୋଇନଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। 
ମିଳିଥିବା ସୂଚନା ମୁତାବକ, ଅମୃତସରରୁ ବିହାରର ସହରସା ଅଭିମୁଖେ ଯାଉଥିବା ଗରିବ ରଥ ଏକ୍ସପ୍ରେସର ଏକ ବଗିରେ ନିଆଁ ଲାଗିଯାଇଥିଲା। ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଫତେହଗଡ଼ ସାହିବର ସିଭିଲ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସମସ୍ତ ସମ୍ପୃକ୍ତ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି,” ରେଳବାଇ କହିଛି।

Advertisment

ଅଧିକ ଦେଖନ୍ତୁ:

Punjab
Advertisment
Related Articles
Advertisment