Advertisment

Mamita Meher Case: ଖୋଲିବ ମମିତା-ଗୋବିନ୍ଦଙ୍କ ମୃତ୍ୟୁ ରହସ୍ୟ, ତଦନ୍ତ କରିବ CBI!

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓ ତଦନ୍ତ କରିବାକୁ ଦାବି କରିଛନ୍ତି ।

author-image
Chinmayee Sahoo
Mamita-Meher-Murder-Case

Mamita-Meher Photograph: (OTV)

ଖୋଲିବ ମମିତା-ଗୋବିନ୍ଦଙ୍କ ମୃତ୍ୟୁ ରହସ୍ୟ ! ରି-ଓପନ୍ ହେବ ମମିତା ମେହେର ହତ୍ୟା ମାମଲା ! CBI ହାତକୁ ତଦନ୍ତ ଭାର ଦେବେ କି ମୁଖ୍ୟମନ୍ତ୍ରୀ ? ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା (Mamita Meher Case) ଏବେ ପୁଣି ତାଜା ହୋଇଛି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ଆଉ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ବଖାଣିଛନ୍ତି ବିଜେଡି ଶାସନ ସମୟର ଅତ୍ୟାଚାରର କାହାଣୀ । ଗୋବିନ୍ଦଙ୍କ ଝିଅ ଲିପିକା କାନ୍ଦି କାନ୍ଦି ବାପାଙ୍କ ମୃତ୍ୟୁର ସିବିଆଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଛନ୍ତି । 
ଜେଲ୍ ଭିତରେ ସିସିଟିଭି ବନ୍ଦ ହେଲା କେମିତି ? ଗୋବିନ୍ଦଙ୍କ ମୃତ୍ୟୁ ପଛରେ ନାହିଁ ତ ଷଡ଼ଯନ୍ତ୍ର ? କିଏ ସେ ମାଷ୍ଟର ମାଇଣ୍ଡ ? ଏ ସବୁ ପ୍ରଶ୍ନ ସହ ନ୍ୟାୟ ଆଶାରେ ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଗୋବିନ୍ଦଙ୍କ ଝିଅ ଓ ପତ୍ନୀ । ଆଉ ଏହି ଘଟଣାରେ ପୂର୍ବ ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦାୟୀ କରିଛନ୍ତି । ଗୋବିନ୍ଦଙ୍କ ଝିଅ ଲିପିକା କହିଛନ୍ତି, ମମିତାଙ୍କୁ ଯିଏ ହତ୍ୟା କରିଛି ସିଏ ହିଁ ମୋ ବାପାଙ୍କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡରେ ଷଡଯନ୍ତ୍ର ହୋଇଛି । ମୁଁ ଓ ମୋ ପରିବାର ଭୟଭୀତ । ଆମ ସହ କେତେବେଳେ କିଛି ବି ହୋଇପାରେ । ଆମ ସମ୍ପତ୍ତି ସବୁ କବଜା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କେସ୍ ରି-ଓପନ ହେବ ଓ ଆମକୁ ସୁରକ୍ଷା ମିଳିବ । 
୧୯ ଅକ୍ଟୋବର ୨୦୨୧ରେ ମମିତା ମେହେରଙ୍କ ମୃତଦେହ ମାଟି ତଳୁ ଉଦ୍ଧାର ହୋଇଥିଲା । ଆଉ ଏହି ଘଟଣାରେ ଗିରଫ ହୋଇଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଏହା ପରେ ତଦନ୍ତ ଚାଲିବା ଅବସ୍ଥାରେ ୨୦୨୨ ଡିସେମ୍ବର ୨୦ରେ ହଠାତ୍ ଜେଲରେ ଗୋବିନ୍ଦର ମୃତଦେହ ମିଳିଥିଲା । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ଏବେ ବି ସସପେନ୍ସ ଲାଗି ରହିଛି । ଏହା ଉପରୁ ଆଜି ଯାଏଁ ପରଦା ଉଠି ପାରିନି ।

Advertisment

ଅଧିକ ଦେଖନ୍ତୁ:

Mamita Meher Case
Advertisment
Related Articles
Advertisment