/odishatv-khabar/media/media_files/2025/11/25/ethiopia-volcano-eruption-2025-11-25-10-13-32.jpg)
Ethiopia volcano eruption Photograph: (OTV)
ଭାରତ ମୁହାଁ ଇଥିଓପିଆ ଭୋଲକାନୋ (Volcano Eruption)। ତେବେ ଏହି ଆଗ୍ନେୟଗିରି ଉଦଗିରଣରୁ ବାହାରୁଥିବା ଧୂଆଁ ଏବେ ଭାରତ ମୁହାଁ। ଯାହା ଫଳରେ ଏକାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଖାପାଖି ୧୨ ହଜାର ବର୍ଷ ପରେ ଇଥିଓପିଆର ହାଇଲି ଗୁବି ଆଗ୍ନେୟଗିରିରୁ ଆଗ୍ନେୟ ଉଦଗିରଣ ହୋଇଛି।
ଏହି ଭୋଲକାନୋରୁ ବାହାରୁଥିବା ପାଉଁଶ ଓ ଧୂଆଁ ଯୋଗୁଁ ୟେମେନ ଓ ଓମାନ ଅତ୍ୟନ୍ତ ପ୍ରଭାବିତ ହୋଇଛି। ଏହାପରେ ପାଉଁଶ ଧୂଆଁ ଆରବ ସାଗର ଦେଇ ଉତ୍ତର ଭାରତ ଆଡ଼କୁ ମାଡ଼ି ଆସୁଛି। ଏହି ଧୂଆଁ ପାକିସ୍ତାନକୁ ମଧ୍ୟ ପ୍ରଭାବିତ କରିବ। ବର୍ତ୍ତମାନ ଏହି ପାଉଁଶ ବାଦଲ ଉତ୍ତର ଭାରତ ଦେଇ ପ୍ରବାହିତ ହେଉଛି। ପାଉଁଶ ସ୍ତର ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ଗତି କରୁଛି, ଯାହା ଭୂପୃଷ୍ଠରୁ ୨୫,୦୦୦ ରୁ ୪୫,୦୦୦ ଫୁଟ ଉଚ୍ଚତାରେ ରହିଛି।
ଏହା ଗୁଜରାଟ (ପଶ୍ଚିମ), ରାଜସ୍ଥାନ, ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ଉତ୍ତର-ପଶ୍ଚିମ ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ତରାଇ ବେଲ୍ଟ, ହିମାଳୟ ଦେଇ ପ୍ରବାହିତ ହେବ। ଶେଷରେ ନେପାଳର ପାହାଡ଼ରେ ପ୍ରବେଶ କରି ଚୀନକୁ ଚାଲିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି।
ରବିବାର ସକାଳେ ଏହି ଭୋଲକାନୋରୁ ଆଗ୍ନେୟ ଉଦଗିରଣ ହୋଇଥିଲା। ତେବେ ଏହି ଭୋଲକାନୋରୁ ବାହାରୁଥିବା ପାଉଁଶ ଧୂଆଁ ଯୋଗୁଁ ଭାରତରେ ବିମାନ ସେବା ପ୍ରଭାବିତ ହୋଇଛି। ପାଉଁଶ ଧୂଆଁ ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ଆହୁରି ବଢ଼ିଯାଇଛି। ପାଉଁଶ ପ୍ରଭାବିତ ଅଞ୍ଚଳ ଦେଇ ଉଡ଼ାଣ ନଭରିବାକୁ DGCA ସମସ୍ତ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଜାରି କରିଛି।
• ଭାରତ ମୁହାଁ ଇଥିଓପିଆ ଭୋଲକାନୋ
• ଆଗ୍ନେୟ ଉଦଗୀରଣରୁ ବାହାରୁଥିବା ଧୂଆଁ ଏବେ ଭାରତ ମୁହାଁ
• ଏକାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି
• ପାଖାପାଖି ୧୨ ହଜାର ବର୍ଷ ପରେ ଏହି ଆଗ୍ନେୟ ଉଦଗୀରଣ ହୋଇଛି
• ଭୋଲକାନୋରୁ ବାହାରୁ ଥିବା ପାଉଁଶ ଧୂଆଁ ଯୋଗୁଁ ୟେମେନ, ଓମାନ ପ୍ରଭାବିତ
• ପାଉଁଶ ଧୂଆଁ ଆରବ ସାଗର ଦେଇ ଉତ୍ତର ଭାରତ ଆଡ଼କୁ ମାଡ଼ି ଆସୁଛି
• ରବିବାର ସକାଳେ ଏହି ଭୋଲକାନୋରୁ ଆଗ୍ନେୟ ଉଦଗୀରଣ ହୋଇଥିଲା
Paddy Procurement: ଆଜିଠୁ ରାଜ୍ୟରେ ଧାନ କିଣା, ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

Ayodhya’s Shri Ram Mandir: ଉଡ଼ିବ ଧ୍ବର୍ମଧ୍ବଜା; ଶ୍ରୀରାମଙ୍କ ପ୍ରତିଭା ଏବଂ ବୀରତ୍ୱର ପ୍ରତୀକ

Cyclone Likely to Form: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସାଇକ୍ଲୋନ୍, ପରିସ୍ଥିତିର ମୁକାବିଲା ପାଇଁ ସଜାଗ ସରକାର

Dharma Dhwaja installation: ଆଜି ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ଉତ୍ସବ, ଝଲସୁଛି ଅଯୋଧ୍ୟା ନଗରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)