/odishatv-khabar/media/media_files/2025/09/30/gold-2025-09-30-14-12-08.jpg)
gold Photograph: (OTV)
ହୁ ହୁ ହୋଇ ବଢୁଛି ସୁନା ଦର (Gold Prices)। ଥମିବାର ନାଁ ଧରୁନି। ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଆଉ କେବେ ସୁନା ଦର କମିବନି କି ? ଆମେ ଆଉ ସୁନା କିଣିପାରିବୁ କି ନାହିଁ ? ଏହା ମଧ୍ୟରେ ଆଜି ମଧ୍ୟ ସୁନା ଦର ବୃଦ୍ଧି ଘଟିଛି।
ଜାଣନ୍ତୁ କେତେ ରହିଛି ସୁନା ଦର:-
ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୬,୮୯୦ ଟଙ୍କା ଥିବା ବେଳେ ଆଜି ୧୪୨୦ ଟଙ୍କା ବଢି ୧,୧୮,୩୧୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୭,୧୫୦ ଟଙ୍କା ଥିବା ବେଳେ ଆଜି ୧୩୦୦ ଟଙ୍କା ବଢି ୧,୦୮,୪୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୬୭୦ ଟଙ୍କା ଥିବା ବେଳେ ଆଜି ୧୦୬୦ ଟଙ୍କା ବଢି ୮୮,୭୩୦ ଟଙ୍କା ହୋଇଛି।
ସେହିପରି ରୂପା ଦର ମଧ୍ୟ ବଢିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୦,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢି ୧,୬୧,୦୦୦ ଟଙ୍କାକୁ ଛୁଇଁଛି।
ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:
- ଦିଲ୍ଲୀ: ୨୪ କ୍ୟାରେଟ- ୧,୧୮,୪୬୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୬୦୦ ଟଙ୍କା (୧୦ ଗ୍ରାମ ପିଛା)
ଜୟପୁର: ୨୪ କ୍ୟାରେଟ- ୧,୧୮,୪୬୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୬୦୦ ଟଙ୍କା (୧୦ ଗ୍ରାମ ପିଛା)
ଅହମ୍ମଦାବାଦ: ୨୪ କ୍ୟାରେଟ- ୧,୧୮,୩୬୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୫୦୦ ଟଙ୍କା (୧୦ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ- ୧,୧୮,୩୧୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୪୫୦ ଟଙ୍କା (୧୦ ଗ୍ରାମ ପିଛା)
ଚେନ୍ନାଇ: ୨୪ କ୍ୟାରେଟ- ୧,୧୮,୩୧୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୪୫୦ ଟଙ୍କା (୧୦ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ- ୧,୧୮,୩୧୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୪୫୦ ଟଙ୍କା (୧୦ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ- ୧,୧୮,୩୧୦ ଟଙ୍କା, ୨୨ କ୍ୟାରେଟ- ୧,୦୮,୪୫୦ ଟଙ୍କା (୧୦ ଗ୍ରାମ ପିଛା)
Two Pets In Flight: ବଦଳିଲା ନିୟମ, ୨୪ ଘଣ୍ଟା ପୂର୍ବରୁ କରିବାକୁ ପଡ଼ିବ ବୁକିଂ...ପୁରା ଖବର ପଢ଼ନ୍ତୁ ଗୋଟିଏ କ୍ଲିକରେ

OPRB: ହେଲ୍ପ ଲାଇନ୍ ନମ୍ବର ଜାରି, ଅଭିଯୋଗ ଥିଲେ ତୁରନ୍ତ କଲ୍ କରନ୍ତୁ

Fraudulent Recruitment Exposed: ଚାକିରି ରାକେଟର ପର୍ଦ୍ଦାଫାସ୍, ପୋଲିସ SI ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍

Missiles Pound Kyiv: ଭୀଷଣ ଯୁଦ୍ଧ, ଅନ୍ଧାର ହୋଇଗଲା କିଭ୍ ...ମିସାଇଲ ମାଡରେ ଛାର୍ଖାର୍ ୟୁକ୍ରେନ ରାଜଧାନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)