Advertisment

Kolkata Dressed in Splendor: ପାର୍ବଣରେ ଝଟକୁଛି ‘ସିଟି ଅଫ୍ ଜୟ’ କୋଲକାତା, ଭିନ୍ନ ଭିନ୍ନ ଥିମ୍ ର ପୂଜା ସାଜସଜ୍ଜା ମନ ମୋହୁଛି

କଥା କୁହା ମେଢ଼, କାହାଣୀ ରଚୁଥିବା ପେଣ୍ଡାଲ ଆଉ ମନକୁ ଛୁଇଁ ଯାଉଥିବା ମାଆ ଦୁର୍ଗତିନାଶିନୀଙ୍କ ଏକରୁ ଆରେକ ବଳି ଆକର୍ଷଣୀୟ ମୂର୍ତ୍ତି। ଆରମ୍ଭ ହେଇଯାଇଛି ବିଶ୍ବର ସବୁଠୁ ବଡ଼ ଦୁର୍ଗାପୂଜା। ଝଟକୁଛି ସିଟି ଅଫ୍ ଜୟ, ସତେ ଯେମିତି ମାଆ ଆସିବା ପରେ ସହରକୁ ମିଳିଛି ନୂଆ ପରିଚୟ।

author-image
Tapan Swain
KOLKATA-PUJA

KOLKATA-PUJA Photograph: (OTV)

କୋଲକାତାରେ ସବୁଠୁ ବଡ଼ ବିଶେଷତ୍ବ ଥାଏ ଏହାର ଥିମ୍ ବେସ୍ଡ ପୂଜା। ଏଥର ବି ସେମିତି କିଛି ଅନୁଭୂତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓଟିଭି ପହଞ୍ଚିଛି କୋଲକାତାରେ।...

Advertisment

ଅନ୍ଧ ବିଶ୍ବାସ ଆଗରେ ବେଳେ ବେଳେ ହାରିଯାଏ ମଣିଷ। ଉଚ୍ଚ ଶିକ୍ଷିତ ହୋଇ ବି ଅନେକ ସମୟରେ ଅନ୍ଧ ଗଳିରେ ଘୂରି ବୁଲୁଥାଏ। ଏଇ ଯେମିତି କେଶ ଦାନ କଲେ ମାନସିକ ପୂରଣ ହୁଏ, ଭଙ୍ଗା କାଚ ଦେଖିଲେ ଅଶୁଭ ହୁଏ, ବିଲେଇ ରାସ୍ତା ପାର କଲେ ଅଘଟଣ ଘଟେ। ହେଲେ କୋଲକାତାର ବେଲଗାଛିଆରେ ଏମିତି ଏକ ପେଣ୍ଡାଲ ଅଛି ଯେଉଁଠି ପ୍ରତିଟି କାରୁକାର୍ଯ୍ୟରେ ରହିଛି ଏସବୁ ଅନ୍ଧ ବିଶ୍ବାସରୁ ବାହାରିବାର ସନ୍ଦେଶ। 

ଖାଲି ସେତିକି ନୁହେଁ, ଦେଶରେ ଏବେ ବି ମଣିଷ ନିଜ ଇଚ୍ଛା ପାଇଁ ପଶୁବଳି ଦେଉଛି, ଗଛକୁ ବାହା ହେଉଛି ଆହୁରି ଅନେକ କିଛି।
ଏସବୁ ଦୂର ହେବ କେମିତି, ସମାଜରୁ ଏସବୁ ହଟାଇବ କିଏ, ଏଇ ପେଣ୍ଡାଲ୍ ପ୍ରତ୍ୟେକଟି ବ୍ୟକ୍ତିକୁ ସେମିତି କିଛି ପ୍ରଶ୍ନ କରୁଛି। ସବୁଠୁ ବଡ଼ କଥା ହେଲା ଋତୁସ୍ରାବକୁ ଅଛୁଆଁ ମାନୁଥିବା ମଣିଷ ଭୁଲି ଯାଉଛି କି, ଜଗତଜନନୀ ମା ଦୁର୍ଗା ବି ଜଣେ ମହିଳା।...

Advertisment

କୋଲକାତା ଦୁର୍ଗାପୂଜାରେ ଏଥରର ଆଉ ଏକ ଆକର୍ଷଣ ଥ୍ରି ଡି ପେଣ୍ଡାଲ। ଏଇ ଯେମିତି ଦମ୍ଦମ୍ ଅଞ୍ଚଳର ଭାରତ ଚକ୍ର ସଂଘ ବନାଇଥିବା ଏଇ ପ୍ୟାଣ୍ଡେଲ। ଯେଉଁଥିରେ ମଣିଷର ଅସ୍ତିତ୍ବ, ସତ୍ତା ଓ ଶକ୍ତିକୁ ଚିହ୍ନେଇବାର ଭରପୂର ପ୍ରୟାସ ହୋଇଛି। ଶକ୍ତିଦାୟିନୀ ମା ଯେ ସବୁର ମୂଳ ଏବଂ ସେଇଠୁ ହିଁ କେମିତି ସଂଚରି ଆସେ ଶକ୍ତି, ସେଇ ଅଲୌକିକତାର ବର୍ଣ୍ଣନା କରୁଛି ଏ ମଣ୍ଡପ।...

ବହିର କାହାଣୀ, ଫିଲ୍ମର ଛାପ ବି ପେଣ୍ଡାଲରେ। ଛୋଟ ବେଳର ସ୍ପାଏ ହିରୋ ବ୍ୟୋମକେଶ ବକ୍ସିଙ୍କୁ ନେଇ ଏଠି ନିର୍ମାଣ ହେଇଛି ଆଉ ଏକ ପେଣ୍ଡାଲ। କ୍ରାଇମ୍, ଥ୍ରିଲର, ସସପେନ୍ସ କାହାଣୀ ଦେଖିବାକୁ ମିଳିଛି ମଣ୍ଡପର ପ୍ରତିଟି କୋଣ ଅନୁକୋଣରେ। ସବୁ ଛବି ଏକଦମ୍ ଜୀବନ୍ତ।

Kolkata
Advertisment
Related Articles
Advertisment