Advertisment

Gen Z Protesters Detained: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫ ଦାବି, ୧୮ ଜେନ୍-ଜିଙ୍କୁ ଉଠାଇ ନେଲା ପୋଲିସ୍

ଜେନ୍-ଜିମାନେ ଦୁର୍ନୀତି ଏବଂ ସୋସିଆଲ ମିଡିଆ ସାଇଟ ଉପରେ ସରକାରୀ ନିଷେଧ ବିରୋଧରେ ଆନ୍ଦୋଳନ କରିବାର ମାସକ ପରେ ମାଇତିଘରରେ ପ୍ରତିବାଦ କରି ଓଲିଙ୍କ ଗିରଫଦାରୀ ଦାବି କରିଛନ୍ତି।

author-image
Chinmayee Sahoo
Gen-Z

Gen-Z Photograph: (OTV)

ନେପାଳ ପୋଲିସ ଗୁରୁବାର ଦିନ " ଜେନ୍-ଜି" ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିବା ୧୮ ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ଡକ୍ଟର ନିକୋଲସ୍ ଭୂସାଲ ମଧ୍ୟ ସାମିଲ ଅଛନ୍ତି। ସେମାନେ କାଠମାଣ୍ଡୁର ମାଇତିଘରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କ ଗିରଫ ଦାବି କରିଥିଲେ।
ସରକାରଙ୍କ ଦୁର୍ନୀତିକୁ ନେଇ ପ୍ରତିବାଦ କରିବା ସହ ଏବଂ ସୋସିଆଲ ମିଡିଆ ସାଇଟ ଉପରେ ସରକାରୀ ନିଷେଧ ବିରୋଧରେ ପ୍ରତିବାଦରୁ ଆରମ୍ଭ ହୋଇଥିଲା ଏକ ବଡ ବିଦ୍ରୋହ। ଗତ ମାସରେ ନେପାଳର ରାଜଧାନୀ କାଠମାଣ୍ଡୁରେ ଘଟିଥିବା ବିଶୃଙ୍ଖଳା ମାଇତିଘରରେ ହେବାର ଆଶଙ୍କା କରି ଶୋଭାଯାତ୍ରା ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
"ଓଲିଙ୍କୁ ଗିରଫ କର!" ଏବଂ " ଜେନ୍-ଜିଙ୍କୁ ନ୍ୟାୟ!" ସ୍ଲୋଗାନ ଦେଇ ପ୍ରତିବାଦ କରି ପୋଲିସ ଦ୍ବାରା ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଭୂସାଲ ଏବଂ ସାଥୀ କର୍ମୀ ସୁରେନ୍ଦ୍ର ଘାରତି ମଧ୍ୟ ଥିଲେ। 
ଦୁର୍ନୀତି ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କଟକଣା ଯୋଗୁଁ ବିରକ୍ତ ହୋଇ ନେପାଳୀ ଯୁବପିଢିମାନେ ‘ଜେନ୍-ଜି ଆନ୍ଦୋଳନ’ କରୁଥିଲେ। ସେମାନଙ୍କର ଦାବି ରହିଥିଲା ଯେ, ଅନେକ ଲୋକଙ୍କ ମୃତ୍ୟୁ ପାଇଁ ଓଲିଙ୍କ ବିରୋଧରେ ଗିରଫଦାରୀ ଦାବି କରିଥିଲେ। ମାଇତିଘରରେ ପ୍ରତିବାଦ କରି ବହିଷ୍କୃତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ତତ୍କାଳୀନ ଗୃହମନ୍ତ୍ରୀ ରମେଶ ଲେଖକଙ୍କ ଗିରଫ ଦାବି କରୁଥିଲେ।
"ନେତୃତ୍ୱ ପରିବର୍ତ୍ତନ ସତ୍ତ୍ୱେ ସରକାର ଜେନ୍-ଜିଙ୍କ ଗୋଟିଏ ବି ଦାବି ପୂରଣ କରିବାରେ ବିଫଳ ହୋଇଛନ୍ତି," ବୋଲି ପ୍ରତିବାଦକାରୀମାନେ ଚିତ୍କାର କରି କାମଚଳା ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ଉପରେ ଅଭିଯୋଗ କରିଥିଲେ।
ମାଇତିଘରରେ ଗିରଫଦାରୀ ଚାଲିଥିବା ସମୟରେ, ନୟା ବନେଶ୍ୱରରେ ସଂସଦ ଭବନ ବାହାରେ ୧୨ରୁ ଅଧିକ ଯୁବକ ଏକତ୍ରିତ ହୋଇ ଜେନ୍-ଜି ପ୍ରତିବାଦ ସମୟରେ ମୃତକଙ୍କ ସ୍ମୃତିରେ ମହମବତୀ ଜଳାଇଥିଲେ। 
ସେପ୍ଟେମ୍ବର ୮ ତାରିଖରେ ବିକ୍ଷୋଭ ପ୍ରଦର୍ଶନର ପ୍ରଥମ ଦିନରେ ୧୯ ଜଣ ପ୍ରଦର୍ଶନକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରଦିନ ପୋଲିସ ପୁଣି ଗୁଳି ଚଳାଇବା ପରେ ମୃତ୍ୟୁ ସଂଖ୍ୟା ୭୬ ରେ ପହଞ୍ଚିଥିଲା। ପ୍ରାରମ୍ଭରେ ଦୁର୍ନୀତିର ଅନ୍ତ ଏବଂ ସରକାରଙ୍କ ସୋସିଆଲ ମିଡିଆ ପ୍ରତିବନ୍ଧକ ଉଠାଇବା ଦାବିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ହେଉଥିବା ବେଳେ ସୁରକ୍ଷା ବାହିନୀ ଲୋକଙ୍କ ଉପରେ ଗୁଳି ଚଳାଇବା ପରେ ଏହା ହିଂସାରେ ପରିଣତ ହୋଇଥିଲା।
ଶେଷରେ ଓଲି ସରକାରଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଥିଲା। ସେପ୍ଟେମ୍ବର ୧୨ରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦ ଭଙ୍ଗ କରି ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ନୂତନ ନିର୍ବାଚନ ହେବା ପାଇଁ ଘୋଷଣା କରିଥିଲେ।

Advertisment
Nepal
Advertisment
Related Articles
Advertisment