Advertisment

Uncertainty Over Diwali Date: ଅକ୍ଟୋବର ୨୦ ନା ୨୧, କେଉଁ ତାରିଖରେ ଦୀପାବଳି ? ପାଞ୍ଜି ଓ କ୍ୟାଲେଣ୍ଡରରେ ଅଲଗା ଅଲଗା ବାରକୁ ନେଇ ଦ୍ବନ୍ଦ୍ବ

ଦୀପାବଳିକୁ ନେଇ ବଢୁଛି ଦ୍ୱନ୍ଦ୍ୱ । କେଉଁ ଦିନ ପାଳିବେ ଦୀପାବଳି ? କେବେ ବାଣ ଫୁଟାଇବେ, କେଉଁଦିନ ଦେବେ ପୟା ଶ୍ରାଦ୍ଧ ? ୨୦ ନା ୨୧ ତାରିଖ ? ତାକୁ ନେଇ ଏବେ ଚିନ୍ତାରେ ଲୋକେ ।

author-image
Tapan Swain
DIWALI-DATE-CONTROVERSY

DIWALI-DATE-CONTROVERSY Photograph: (OTV)

ଦୀପାବଳିରେ ଦୀପଦାନ, ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଆସନ୍ତା ୨୦ ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ କରାଯିବ ନା ୨୧ ତାରିଖରେ କାଉଁରିଆ ଜାଳିବେ ଲୋକେ। ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ୫ଟି ପଞ୍ଜିକାରେ ୨୦ ତାରିଖରେ ଶ୍ୟାମା ପୂଜା, ପୟା ଶ୍ରାଦ୍ଧ ଓ ଦୀପଦାନ ରହିଥିବା ବେଳେ ଅନେକ ପଞ୍ଜିକାରେ ୨୧ତାରିଖରେ ପୟାଶ୍ରାଦ୍ଧ ଦୀପଦାନ ଲେଖାଯାଇଛି ।

Advertisment

ପୁଣି ୨୧ତାରିଖ ସରକାରୀ ଛୁଟି ରହିଛି, ଯାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଉଛି କେଉଁଦିନ ପାଳନ କରିବେ ଲୋକେ।...
ଦୀପାବଳିକୁ ନେଇ ବଢୁଛି ଦ୍ୱନ୍ଦ୍ୱ । କେଉଁ ଦିନ ପାଳିବେ ଦୀପାବଳି ? କେବେ ବାଣ ଫୁଟାଇବେ, କେଉଁଦିନ ଦେବେ ପୟା ଶ୍ରାଦ୍ଧ ? ୨୦ ନା ୨୧ ତାରିଖ ? ତାକୁ ନେଇ ଏବେ ଚିନ୍ତାରେ ଲୋକେ । ଦୋଳ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା ଭଳି ଦୀପାବଳି କେବେ ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।

ଗତ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପଞ୍ଜିକାରେ ଦୁଇଦିନ ଦୀପାବଳି, ଦୀପ ଦାନ ପୟାଶ୍ରାଦ୍ଧ ରହିଛି। ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ବିଭିନ୍ନ ପଞ୍ଜିକାରେ ୨୦ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧ ଲେଖାଯାଇଛି । ୨୦ ତାରିଖ ଦିନରୁ ରାତି ପର୍ଯ୍ୟନ୍ତ ଏବଂ ତା ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଛି । ଆଉ ପ୍ରଦୋଷ ପକ୍ଷ ୪୮ମିନିଟ ରହୁଥିବାରୁ ଦୀପଦାନ, ପୟାଶ୍ରାଦ୍ଧ ସେହିଦିନ କରିପାରିବେ ବୋଲି କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସର ଜ୍ୟୋତିଷ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର କହିଛନ୍ତି।

Advertisment

ଏହା ସାୟଂ କାଳୀନ ପୂଜା ଏବଂ ଶ୍ରାଦ୍ଧ କରିବା ପାଇଁ ସମୟ ଲାଗିଥାଏ । ଯେହେତୁ ୨୧ ତାରିଖ ଅମାବାସ୍ୟା ତିଥି ସନ୍ଧ୍ୟା ସମୟରେ ଶେଷ ହେଉଛି ତେଣୁ ୨୦ ତାରିଖରେ ଶ୍ରାଦ୍ଧ ଓଦୀପଦାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ଅନ୍ୟପକ୍ଷରେ ଜ୍ୟୋତିର୍ବିଦ୍ ପଣ୍ଡିତ ହରିଶଙ୍କର ମିଶ୍ର ୨୧ ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ କରିବା ଲାଗି ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ରହିଛି । ଆଉ ଏହା ଏକ ରିକ୍ତ ତିଥି । ତେଣୁ ୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ କରିବା ଉଚିତ । 

ଗତ ବର୍ଷ ମଧ୍ୟ ଏହି ଭଳି ଦୁଇଦିନ ଦୀପାବଳି ପାଳିଥିଲେ ଲୋକେ। ଚଳିତ ବର୍ଷ କେଉଁ ଦିନ ଦୀପଦାନ ଓ ପୟାଶ୍ରାଦ୍ଧ ପାଳନ ହେଉଛି ତାହା ଦେଖିବାର କଥା। 

Diwali Odia Panji
Advertisment
Related Articles
Advertisment