Advertisment

Pakistan: ଆତଙ୍କୀ ହମଲାରେ ପାକିସ୍ତାନର ୧୧ ସୈନ୍ୟ ନିହତ

ପାକିସ୍ତାନୀ ସେନା ଉପରେ ବଡ଼ ଧରଣର ଆତଙ୍କୀ ହମଲା କରିଛି ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ-TTP। ଲେଫ୍ଟନାଣ୍ଟ କର୍ଣ୍ଣେଲ, ମେଜରଙ୍କ ସମେତ ୧୧ ସୈନ୍ୟଙ୍କ ମୃତ୍ୟୁ ହୋଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
PAKISTAN

PAKISTAN Photograph: (OTV)

ଆତଙ୍କୀର ଦେଶ ପାକିସ୍ତାନ (Pakistan) ରେ ଆତଙ୍କବାଦୀଙ୍କ ବର୍ବରତା। ପାକିସ୍ତାନୀ ସେନା ଉପରେ ବଡ଼ ଧରଣର ଆକ୍ରମଣ। ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ-TTPର ଆକ୍ରମଣରେ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ, ମେଜରଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ନିହତ ହୋଇଛନ୍ତି TTPର ୧୯ ଆତଙ୍କବାଦୀ। 
ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଖାଇବର ପଙ୍ଖତୁୱାନ୍ ପ୍ରଦେଶରେ ପାକିସ୍ତାନ ସେନା ଓ ପାକ୍ ତାଲିବାନ ମୁହାଁମୁହିଁ ହୋଇଥିଲେ। ମୃତକଙ୍କ ଭିତରେ ଅଛନ୍ତି ପାକିସ୍ତାନ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୁନୈଦ୍ ଆରିଫ ଓ ମେଜର ତୟବ ରାହତ। ରାୱଲପିଣ୍ଡିର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୁନୈଦ ଆରିଫ୍ ଅପରେସନର ନେତୃତ୍ୱ ନେଇଥିଲେ। ମେଜର ତୟବ ସେକେଣ୍ଡ ଇନ୍ କମାଣ୍ଡ ଭାବରେ କାର୍ଯ୍ୟ କରିଥିଲେ। 
ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସେପଟେ ପାକିସ୍ତାନ ଦାବି କରିଛି ଯେ ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନରେ ତାଲିମ ନିଅନ୍ତି ଓ ପାକିସ୍ତାନରେ ଆକ୍ରମଣ କରନ୍ତି। ଗତ ମାସରେ ସମାନ ସ୍ଥାନରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ୧୨ ପାକିସ୍ତାନ ସୁରକ୍ଷାକର୍ମୀ ନିହତ ହୋଇଥିଲେ।

Advertisment

ଅଧିକ ଦେଖନ୍ତୁ:

Pakistan
Advertisment
Related Articles
Advertisment