Advertisment

The Asmat Tribe: ଏମିତି ଜନଜାତି ମଣିଷ ମାଂସ ଖାଆନ୍ତି, ଖପୁରୀରେ ରୋଷେଇ କରନ୍ତି

ମଣିଷ ମାଂସ ଖାଉଥିବା ଏହି ଜନଜାତିର ନାଁ 'ଅସ୍ମତ' । ଇଣ୍ଡୋନେସିଆର ଦକ୍ଷିଣ ପାପୁଆ ପ୍ରଦେଶରେ ଏମାନେ ବସବାସ କରନ୍ତି । ଅସ୍ମତ ଜନଜାତିରେ ମଣିଷ ଶିକାର ଏକ ସାଧାରଣ ଘଟଣା ।

author-image
Chinmayee Sahoo
The Tribes Eats Human

The Tribes Eats Human Photograph: (OTV)

ଆପଣ ଅନେକ ପ୍ରକାର ଜନଜାତି ବିଷୟରେ ଜାଣିଥିବେ, ଯାହାଙ୍କର ଜୀବନଶୈଳୀ, ଖାଦ୍ୟପେୟ ଓ ପରମ୍ପରା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ହେଲେ କେବେ ଏମିତି ଏକ ଜନଜାତି ବିଷୟରେ ଶୁଣିଛନ୍ତି କି, ଯିଏ ମଣିଷ ମାଂସ ଖା‌ଆନ୍ତି । ରକ୍ତ ପିଅନ୍ତି । ଆଉ ମଣିଷର ଖପୁରିକୁ କାଟି ରୋଷେଇ କରନ୍ତି । କାନକୁ ବିଶ୍ୱାସ ହେଉନଥିଲେ ବି ଏ କଥା ପୂରାପୂରି ସତ । ଏହି ଜନଜାତିରେ ପ୍ରଚଳିତ ପ୍ରଥା ସମ୍ପର୍କରେ ଜାଣିଲେ ଆପଣଙ୍କର ଲୋମଟାଙ୍କୁରି ଯିବ ।  

Advertisment

ମଣିଷ ମାଂସ ଖାଉଥିବା ଏହି ଜନଜାତିର ନାଁ 'ଅସ୍ମତ' । ଇଣ୍ଡୋନେସିଆର ଦକ୍ଷିଣ ପାପୁଆ ପ୍ରଦେଶରେ ଏମାନେ ବସବାସ କରନ୍ତି । ଅସ୍ମତ ଜନଜାତିରେ ମଣିଷ ଶିକାର ଏକ ସାଧାରଣ ଘଟଣା । ଏହି ଜନଜାତିର ପୁରୁଷମାନେ ଶତ୍ରୁ ଶିକାର କରନ୍ତି, ଯାହାକି ସାଧାରଣତଃ ମଣିଷ ହୋଇଥାନ୍ତି । ତାଙ୍କୁ ମାରିବା ପରେ ମୁଣ୍ଡ ଖାଆନ୍ତି । ଖାଲି ଏତିକି ନୁହେଁ ମାଂସ ଖାଇବା ପରେ ଖପୁରୀକୁ ମଝିରୁ କାଟି ତାଟିଆ ଭଳି ବ୍ୟବହାର କରନ୍ତି । ଆଉ ମାରିଥିବା ମଣିଷର ହାଡକୁ ବାହାର କରି ନିଜ ଦେହରେ ମାଳ କରି ପିନ୍ଧନ୍ତି, ଯାହାକି ସେମାନଙ୍କ ପୁରୁଷତ୍ୱର ପ୍ରତୀକ ଭାବେ ଦେଖାଯାଏ । ଆଉ ମଣିଷ ରକ୍ତ ଏମାନଙ୍କ ପ୍ରିୟ ପାନୀୟ । 

ଏକ ମିଡିଆ ରିପୋର୍ଟ ଅନୁସାରେ, ଅସ୍ମତ ଜନଜାତିର ଲୋକେ ଅତ୍ୟନ୍ତ ଧାର୍ମିକ ଅଟନ୍ତି । ଏମାନଙ୍କ ପ୍ରଥା ଯେତିକି ବିଚିତ୍ର ତା'ଠୁ ଅଧିକ ଭୟଙ୍କର । ସେମାନେ ମଣିଷକୁ ଗଛ ସହ ତୁଳନା କରନ୍ତି । ଆଉ ମଣିଷର ମୁଣ୍ଡକୁ ଫଳ ଭାବନ୍ତି । ସେମାନଙ୍କ ବିଶ୍ୱାସ, କୌଣସି ମଣିଷ ମାରି ଖାଇବା ଦ୍ୱାରା ମୃତକ ଦେହରେ ଥିବା ସମସ୍ତ ଶକ୍ତି ଓ କୌଶଳ ତାଙ୍କ ଦେହକୁ ଚାଲିଆସିଥାଏ ଓ ସେମାନେ ଅଧିକ ଶକ୍ତିଶାଳୀ ହୋଇଥାନ୍ତି । 

Advertisment

ଏମାନଙ୍କ ବେଶଭୂଷା କଥା ଯଦି କହିବା, ଏହି ଜନଜାତିର ଲୋକେ ନିଜ ମୁହଁରେ ରଙ୍ଗ ବୋଳନ୍ତି ଓ ମୁଣ୍ଡରେ ଟୋପି ପିନ୍ଧନ୍ତି । ନ୍ୟୁ ଗିନି ଦ୍ୱୀପର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ଅତ୍ୟନ୍ତ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଏହି ଜନଜାତି ବସବାସ କରନ୍ତି ।  ଏମାନଙ୍କ ଜନସଂଖ୍ୟା ପ୍ରାୟ ୧ ଲକ୍ଷରୁ ଅଧିକ । ୧୯୬୧ରେ ଆମେରିକାର ଧନୀ ବ୍ୟବସାୟୀ ଡ. ରକଫେଲରଙ୍କ ନାତି ମାଇକେଲ ରକଫେଲରଙ୍କ ମୃତ୍ୟୁ ପରେ ଅସ୍ମତ ଜନଜାତି ଅଧିକ ଚର୍ଚ୍ଚାକୁ ଆସିଥିଲା । ମାଇକେଲ ଏହି ଜନଜାତିଙ୍କ ଉପରେ ରିସର୍ଚ୍ଚ କରିବାକୁ ଯାଇଥିବାବେଳେ ସେମାନେ ତାଙ୍କୁ ମାରି ଖାଇଯାଇଥିବା ଚର୍ଚ୍ଚା ହୁଏ ।  ତେବେ ଏହି ଜନଜାତି ସମ୍ପ୍ରଦାୟରେ ମଣିଷ ମାଂସ ଖାଇବାର ପ୍ରଥା ଧୀରେ ଧୀରେ ବନ୍ଦ ହୋଇଯାଇଥିବା କୁହାଯାଉଛି ।

asmat tribe
Advertisment
Related Articles
Advertisment