/odishatv-khabar/media/media_files/2026/02/15/turns-disability-into-strength-2026-02-15-14-40-17.jpg)
Turns Disability into Strength Photograph: (OTV)
ପରିବାର ବୋଝ ଆଗରେ ହାର ମାନେ ଅକ୍ଷମତା । ପରିସ୍ଥିତିରେ ପଡ଼ି ନିଜର ଅକ୍ଷମତାକୁ ହିଁ ନିଜର ଶକ୍ତି କରିଦିଏ ବ୍ୟକ୍ତିଜଣକ । ଗୋଟିଏ ଗୋଡ଼ରେ ଦଣ୍ଡେ ଛିଡ଼ା ହେବା ସମ୍ଭବ ନୁହେଁ। ହେଲେ ଏହି ବ୍ୟକ୍ତିଜଣକ ଗୋଟିଏ ଗୋଡ଼ରେ ଯାହା କରିପାରୁଛନ୍ତି ସବୁ କିଛି ସାମାନ୍ୟ ଥିବା ଲୋକଙ୍କ ପାଇଁ ମଧ୍ୟ ସହଜ ନୁହେଁ ତାହା କରିବା। ଗୋଟିଏ ଗୋଡ଼ରେ ସେ ଗାଡ଼ି ଚଲାଇବା ସହ ଆଖି ପିଛୁଳାକେ ନଡିଆ ଗଛରେ ବି ଚଢ଼ି ଯାଉଛନ୍ତି।
ସେ ହେଉଛନ୍ତି ପଇଡ଼ ବ୍ୟବସାୟୀ ପ୍ରଭୁ ଗତିକୃଷ୍ଣ । ଗୋଡ଼ଟିଏ ନାହିଁ ଗୋଟିଏ ଗୋଡ଼ରେ ନଡ଼ିଆ ଗଛ ଚଢୁଛନ୍ତି, ପଇଡ଼ ତୋଳୁଛନ୍ତି, ବାଇକ ଚଳାଉଛନ୍ତି ଆଉ ବ୍ୟବସାୟ ମଧ୍ୟ କରୁଛନ୍ତି । ଯେଉଁଠି ପରିବାର ଚଳାଇବାକୁ ଅର୍ଥ ଦରକାର, ପେଟରେ ଦାନା ପାଇଁ ଅର୍ଥ ଆବଶ୍ୟକ ସେଠି ଅକ୍ଷମତା ବା ଦୁର୍ବଳତା ଦେଖାଇ ବସିବା ସମ୍ଭବ ନୁହେଁ।
ସେରଗଡ଼ରୁ ନୀଳଗିରି ଯିବା ରାସ୍ତାରେ ପ୍ରଭୁ ବିକ୍ରି କରନ୍ତି ପଇଡ଼ । ହେଲେ ପ୍ରଭୁଙ୍କ ଜୀବନରେ ଦୁଃଖ ଯେତିକି ତାହା ବଖାଣିବା ବି କଷ୍ଟକର। ରେମୁଣା ବ୍ଲକ ଭୁଇଁପଡ଼ା ସାଅନ୍ତାରେ ପ୍ରଭୁଙ୍କର ଛୋଟ ପରିବାର, ସ୍ତ୍ରୀ ଦୁଇ ଝିଅ ସହିତ ବୃଦ୍ଧ ବାପା ମା । ରୋଜଗାରିଆ ପୁଅ ଭାବରେ ପ୍ରଭୁ ଏକ ଟ୍ରକରେ ହେଲ୍ପର ଭାବରେ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ ।
ମାତ୍ର ୨୦୧୨ ମସିହା ଟ୍ରକ ଦୁର୍ଘଟଣା ପରେ ପ୍ରଭୁ ହୋଇଗଲେ ଦିବ୍ୟାଙ୍ଗ। ଗୁରୁତର ଅବସ୍ଥାରେ ପ୍ରଭୁଙ୍କ ଜୀବନ ବଞ୍ଚିଗଲା ହେଲେ କଟା ହୋଇଗଲା ଗୋଟିଏ ଗୋଡ଼ , ଆଉ ସେହି ଗୋଟିଏ ଗୋଡ଼ରେ ପରିବାର ବୋଝ ଆସି ପ୍ରଭୁଙ୍କ ମୁଣ୍ଡ ଉପରେ । ଏଣୁ ସେ ଗୋଟିଏ ଗୋଡ଼ ଥାଇ ମଧ୍ୟ ନିଜେ ବ୍ୟବସାୟ ଆରମ୍ଭ କରିଲେ ।
ଗୋଟିଏ ଗୋଡ଼ରେ ଚାକିରୀ ପାଇଁ ଗୁହାରି କରି କରି ଶେଷରେ ନିରାଶ ହୋଇ ଆରମ୍ଭ କଲେ ବ୍ୟବସାୟ। ପ୍ରଥମେ ପଇଡ଼ ଗୋଦାମରୁ ଆଣି ବିକ୍ରି କରୁଥିଲେ ମାତ୍ର ତାହା ଦ୍ୱାରା ଲାଭ କମ ହେବାରୁ ନିଜେ ଘର ଘର ବୁଲି ନଡ଼ିଆ ଗଛରୁ ପଇଡ଼ ସଂଗ୍ରହ କରିବାକୁ ମନସ୍ତ କଲେ। ଏଣୁ ଏକ ନଡ଼ିଆ ଗଛ ଚଢ଼ିବା ପାଇଁ ସହାୟକ ଯନ୍ତ୍ର କିଣି ନିଜେ ଗଛ ଚଢ଼ି ପଇଡ଼ ତୋଳିବା ଆରମ୍ଭ କରିଛନ୍ତି, ତେବେ ଗୋଟିଏ ଗୋଡ଼ରେ ପ୍ରଭୁଙ୍କ ଏସବୁ କଠିନ କାର୍ଯ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି ।
Fake VIP Pass Sale Alleged for Mahashivaratri: ପାସ୍ ନୁହେଁ ସେବା ପ୍ୟାକେଜ୍; ଫେକ୍ ଭିଆଇପି ପାସ୍ ଅଭିଯୋଗକୁ ଟ୍ରାଭେଞ୍ଜୋ କଂପାନିର ଖଣ୍ଡନ

Indian Techie Found Dead in US: ଆଇଆଇଟି ମାଡ୍ରାସ ସ୍ନାତକ ସାକେତ ଶ୍ରୀନିବାସୈୟା କିଏ ଥିଲେ? ତାଙ୍କ ମୃତଦେହ ୬ ଦିନ ପରେ ଆମେରିକାରେ ମିଳିଲା

Excise Raid on Bar: ରାଜଧାନୀରେ ରାତି ତମାମ ବାର୍ ଖୋଲା; ନିଶା ଖାଇ ନାଚିଲେ ଯୁବପିଢି

Viral Video: ଜାତୀୟ ସଙ୍ଗୀତ ଗାଇ କଲେଜରୁ ବହିଷ୍କୃତ ହେଲେ ଛାତ୍ର, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)