/odishatv-khabar/media/media_files/2025/12/31/baleswar-new-year-greetings-card-2025-12-31-17-06-55.jpg)
Baleswar-New-Year-Greetings-Card Photograph: (OTV)
ଶିବଙ୍କ ମଥାରେ ଫୁଲ ଚନ୍ଦନ, ସାଙ୍ଗ ତୁମକୁ ନୂତନ ବର୍ଷର ଅଭିନନ୍ଦନ । ପାହାଡ଼ ଉପରେ ଘର କରିଥିଲି ପବନ ଉଡେଇ ନେଲା, ତୁମ ପରି ସାଙ୍ଗ ଖୋଜି ପାଇଥିଲି ଝୁରି ଝୁରି ଦିନ ଗଲା । ଦିନଥିଲା ଏମିତି ଅନେକ ମିଠା ମିଠା ଲେଖା ସହ ସାଙ୍ଗକୁ ସାଙ୍ଗଟିଏ ଗ୍ରିଟିନ୍ସ କାର୍ଡ ଦେଇ ନୂଆବର୍ଷର ଅଭିନନ୍ଦନ ଜଣାଏ । ଆଉ ଦୂରରେ ଥିବା ବନ୍ଧୁ ପାଖକୁ ଏଇ ପୋଷ୍ଟ ଅଫିସ୍ ସାହାଯ୍ୟରେ ଗ୍ରିଟିନ୍ସ ଟିଏ ପଠାଇଦିଏ । ହେଲେ ଏବେର ଡିଜିଟାଲା ଜମାନାରେ ଆଉ ସେ ଗ୍ରିଟିନ୍ସ କାର୍ଡ ଦେଖିବାକୁ ମିଳୁନି । ସୋସିଆଲ ମିଡିଆ ନ୍ୟୁ ୟୁରର ଶୁଭେଚ୍ଛାକୁ ଲୁଚାଇଦେଉଛି । ତେଣୁ ଆମର ସେ ପୁରୁଣା ଦିନ ଗୁଡ଼ାକ ଏବେ ଧୀରେ ଧୀରେ ହଜିଗଲାଣି ।
ଏକଥାକୁ ପଢ଼ି ଆପଣଙ୍କର ବି ନିଶ୍ଚୟ ପିଲାଦିନ କଥା ମନେ ପଡ଼ିଯାଉଥିବ । ଆପଣ ସେ ଦିନକୁ ମନେପକାଇ ମୁରୁକି ହସିଦେଉଥିବେ । କିନ୍ତୁ ଏବେ ସୋସିଆଲ ମିଡିଆ ପାଇଁ ଆଉ ଗ୍ରିଟିନ୍ସ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁନି । ତେଣୁ ବ୍ୟବସାୟୀମାନେ ବ୍ୟବସାୟ ହରାଇଛନ୍ତି । ପୂର୍ବରୁ ବାଲେଶ୍ଵର ବଜାରରେ ୫୦ରୁ ୬୦ଟି ଗ୍ରିଟିନ୍ସ ଦୋକାନ ପଡ଼ୁଥିବା ବେଳେ ବର୍ତ୍ତମାନ ଗୋଟିଏ କି ଦୁଇଟା ମିଳିବା କଷ୍ଟକର । ଷ୍ଟକ୍ ରହିଥିବା ଏହି କିଛି କାର୍ଡକୁ ଧରି ବ୍ୟବସାୟୀ ବିକ୍ରି କରୁଥିବାବେଳେ କିଏ କେତେବେଳେ କାର୍ଡ ଟିଏ କିଣିବ ତାକୁ ଅନାଇ ବସିଛନ୍ତି ।
ଡିଜିଟାଲର ଛାଟ ଭିତରେ ଇଏ ଆଉ ଗୋଟାଏ ପରମ୍ପରା ଯାହା ଲୋପ ପାଇବାକୁ ବସିଛି । ସମ୍ପର୍କର ନିବିଡତା ଦୁର୍ବଳ ହେଉଛି ଆଉ ଫେସବୁକ୍, ଇନଷ୍ଟାଗ୍ରାମ ସମସ୍ତଙ୍କୁ ଯେମିତି ବାନ୍ଧି ରଖିଛି ।
Khaleda Zia: କାହିଁକି ଦିଲ୍ଲୀଠୁ ଦୂରତା ରଖୁଥିଲେ ଖଲିଦା ? ମାଆଙ୍କ ରାସ୍ତାରେ ଚାଲିବେ କି ଖଲିଦାଙ୍କ ପୁଅ ରେହମାନ୍ ?

Aviva Baig: ଚର୍ଚ୍ଚାରେ ଅବିବା ବେଗ୍ , ହେବେ ପ୍ରିୟଙ୍କା ଗାନ୍ଧିଙ୍କ ବୋହୂ !

Tulasi Farming: ମହ ମହ ବାସୁଛି ଟଙ୍କା ଦେଉଛି , ଲୋକଙ୍କୁ ଯୋଗାଉଛି ରୋଜଗାର

Lover Drinks Poison: ଫାଙ୍କିଦେଲା ପ୍ରେମିକା , ଥାନାରେ ବିଷ ପିଇଦେଲା ପ୍ରେମିକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)