/odishatv-khabar/media/media_files/2025/12/31/tulasi-farming-2025-12-31-16-25-14.jpg)
Tulasi-Farming Photograph: (OTV)
ଘର ଅଗାଣାଠୁ ଆରମ୍ଭ କରି ମନ୍ଦିର ସବୁଠି ଖୋଜା ପଡୁଛି ତୁଳସୀ। ଏପରିକି ତୁଳସୀ ବିନା ମହାପ୍ରଭୁଙ୍କ ପୂଜା ବି ଅଧୁରା। ପୂଜା ପାଉଥିବା ଏହି ତୁଲସୀ ଏବେ ଲୋକଙ୍କୁ ଯୋଗାଉଛି ରୋଜଗାର। ଚାଷଜମିରେ ଲାଗିଛ ହଜାର ହଜାର ସଂଖ୍ୟାର ତୁଳସୀଗଛ। ମହ ମହ ବାସୁଛି। ରାସ୍ତା କଡ଼ରେ ଚାଲିଛି ତୁଳସୀ ଚାଷ। ଯିଏ ସେହି ରାସ୍ତା ଦେଇ ଯାଉଛି ତୁଳସୀ ବାସ୍ନାରେ ଘଡିଏ ଅଟକି ଯାଉଛି। କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। କିନ୍ତୁ ଏଠି ତୁଳସୀ ବାସିବା ସହ ସ୍ବାବଲମ୍ବୀ ବି କରାଉଛି।
କଟକ ସଦର ଗତିରାଉତ ପାଟଣାରାଜହଂସ ଅଂଚଳରେ ଏହି ବାଗିଚାରେ ଲାଗିଛି ହଜାର ହଜାର ତୁଳସୀ ଗଛ। ଏଠାକାର ଯୁବ ଚାଷୀ ରବୀନ୍ଦ୍ର ରଣା ଓ ତାଙ୍କ ପରିବାର ପ୍ରାୟ ୨୦ ଗୁଣ୍ଠ ଜମିରେ ଏହି ଚାଷ କରୁଛନ୍ତି। ୮ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଚାଷ କାରି ସେ ନିଜକୁ କରିପାରିଛନ୍ତିସ୍ୱାବଲମ୍ବୀ। ପୂର୍ବରୁ ରବୀନ୍ଦ୍ର ଅନ୍ୟ ଚାଷୀଙ୍କ ଠାରୁ ତୁଳସୀ ଓ ଫୁଲ ଆଣି ବ୍ୟବସାୟ କରୁଥିଲେ। କିନ୍ତୁ ଏବେ ନିଜ ଜମି ରେ ତୁଳସୀ ଲଗାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।ଦିନ କୁ ୫ ରୁ ୬ ଘଣ୍ଟା ସମୟ ସେ ଏହି ତୁଳସୀ ଚାଷକୁ ଦିଅନ୍ତି। ପ୍ରତେକ ଦିନ ୨୦ ରୁ ୩୦ ପ୍ୟାକେଟ ତୁଳସୀ ସେ ବିକ୍ରି କରିଥାନ୍ତି। ରବୀନ୍ଦ୍ରଙ୍କ ସହ ତାଙ୍କ ପରିବାର ସମସ୍ତ ସଦସ୍ୟ ଏହି ତୁଳସୀ ଚାଷରେ ସହଯୋଗର ହାତ ବଢ଼ାଇଛନ୍ତି।
ହିନ୍ଦୁ ଧର୍ମରେ ପବିତ୍ର ମନେ କରାଯାଉଥିବା ଏହି ଔଷଧିୟ ଗଛ ତୁଳସୀ ଆଜି ବଜାରରେ ନିଜ ସ୍ଥିତି ଦୃଢ଼ କରିଛି। ଦେବାଦେବୀଙ୍କ ପୂଜା ହେଉ ଅବା ଔଷଧ ତିଆରି କ୍ଷେତ୍ରରେ ସବୁ ତୁଳସୀର ରହିଛି ଢ଼େର ଚାହିଦା। ଏହି ଗଛକୁ ଚାଷ କରି ଅନେକ ଏବେ ଭଲ ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଉଛନ୍ତି।
Crime Exposed: ମାଟିତଳେ ଖଟିଆ ସହ ଖୁସବୁ , ଲୁଚିଲୁଚି ସ୍ତ୍ରୀ ଫୋନରେ ଗପିଲା ବୋଲି ହତ୍ୟା କଲା ସ୍ବାମୀ

Police Unearthed the Truth: ହତ୍ୟାର ୧୧ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ , କଥାକଥାକେ ହତ୍ୟା

PUCC Deadline Extended: PUCC ଅବଧି ବଢ଼ାଇଲେ ରାଜ୍ୟ ସରକାର, ଗ୍ରୀନ୍ ଷ୍ଟିକର୍ ନୁହେଁ ବାଧ୍ୟତାମୂଳକ

Hospital or Death Trap: ଚିକିତ୍ସାଳୟ ନା ଯମାଳୟ ! ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଯାଜପୁରରେ ଚାଞ୍ଚଲ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)