Advertisment

Aviva Baig: ଚର୍ଚ୍ଚାରେ ଅବିବା ବେଗ୍ , ହେବେ ପ୍ରିୟଙ୍କା ଗାନ୍ଧିଙ୍କ ବୋହୂ !

ଅବିବା ବେଗ୍ ଜଣେ ସାମ୍ବାଦିକତା ଓ ଗଣଯୋଗାଯୋଗର ଛାତ୍ରୀ। ଏହା ସହିତ ସେ ଫଟୋଗ୍ରାଫିରେ ରୁଚି ରଖନ୍ତି। ସେ ନିଜେ ଏକ ଷ୍ଟୁଡିଓ ଚଲାଉଥିବା ବେଳେ ତାଙ୍କର ଏକ ପ୍ରକଡକ୍ସନ୍ କମ୍ପାନୀ ମଧ୍ୟ ରହିଛି।

author-image
OTV Bureau
PRIYANKA-SON-GIRL-FRIEND

PRIYANKA-SON-GIRL-FRIEND Photograph: (OTV)

୨୫ ବର୍ଷିୟା ଅବିବା ବେଗ୍। ୟାଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ଇଏ ଏବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବୋହୂ ହେବାକୁ ଯାଉଛନ୍ତି। ପ୍ରିୟାଙ୍କ ଗାନ୍ଧୀ ଭଦ୍ରା ଓ ରବର୍ଟ ଭଦ୍ରାଙ୍କ ପୁଅ ରିଆନ୍ ଭଦ୍ରାଙ୍କ ସହିତ ୟାଙ୍କର ବିବାହ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ ଅବିବା ଓ ରିଆନଙ୍କ ଏନଗେଜମେଣ୍ଟ୍ ଖୁବ ଶୀଘ୍ର ହୋଇପାରେ। ଉଭୟ ପରସ୍ପରକୁ ଦୀର୍ଘ ୭ ବର୍ଷ ଧରି ଭଲ ପାଉଛନ୍ତି। କୁହାଯାଉଛି ନିକଟ ଅତୀତରେ ଦୁଇ ପରିବାର ଉଭୟଙ୍କ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ରାଜି ହୋଇଥିବା ବେଳେ ଏକ ପ୍ରକାରର ଏନଗେଜମେଣ୍ଟ୍ ସେରିମନି ସରିଯାଇଛି। ଖୁବ ଶୀଘ୍ର ଏକ ଆଡମ୍ବରପୂର୍ଣ୍ଣ ଓପନ ଏନଗେଜମେଣ୍ଟ୍ ପାର୍ଟି ହୋଇପାରେ।

Advertisment

ଅବିବା ବେଗ୍ ଜଣେ ସାମ୍ବାଦିକତା ଓ ଗଣଯୋଗାଯୋଗର ଛାତ୍ରୀ। ଏହା ସହିତ ସେ ଫଟୋଗ୍ରାଫିରେ ରୁଚି ରଖନ୍ତି। ସେ ନିଜେ ଏକ ଷ୍ଟୁଡିଓ ଚଲାଉଥିବା ବେଳେ ତାଙ୍କର ଏକ ପ୍ରକଡକ୍ସନ୍ କମ୍ପାନୀ ମଧ୍ୟ ରହିଛି। ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲି ସେ ଫଟୋଗ୍ରାଫି କରିବା ସାଙ୍ଗକୁ ଦୈନନ୍ଦିନ ଜୀବନଶୈଳୀର ଫଟୋକୁ ସେ ବେସ୍ ସୁନ୍ଦର କ୍ୟାପଚର କରନ୍ତି।  ସେହିପରି ତାଙ୍କ ପ୍ରେମିକ ତଥା ରିଆନ୍ ଭଦ୍ରା ଜଣେ ଭିଜୁଆଲ ଆର୍ଟିଷ୍ଟ୍। ସେ ମଧ୍ୟ ଫଟୋଗ୍ରାଫିରେ ରୁଚି ରଖନ୍ତି।

ଅବିବା ଏବଂ ତାଙ୍କ ପରିବାର ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ବାପା ଇମ୍ରାନ୍ ବେଗ୍ ଜଣେ ବିଜନେସମ୍ୟାନ୍। ମା ନନ୍ଦିତା ବେଗ୍ ଜଣେ ଇଣ୍ଟେରିୟର୍ ଡିଜାଇନର୍। ଉଭୟ ପରିବାରଙ୍କ ମଧ୍ୟରେ ଏବେ ମଧୁର ସମ୍ପର୍କ ସ୍ଥାପନ ହେବାକୁ ଯାଉଥିବା ବେଳେ ଏହି ନୂଆପିଢିର ଯୋଡ଼ିଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି।

Advertisment
Advertisment
Related Articles
Advertisment