/odishatv-khabar/media/media_files/2025/12/24/bird-lover-sunil-nuapada-2025-12-24-16-06-14.jpg)
Bird-Lover-Sunil-Nuapada Photograph: (OTV)
ତାଙ୍କୁ ଦେଖିବା କ୍ଷଣି ଧାଇଁଆସନ୍ତି ଶହ ଶହ ପକ୍ଷୀ । ସେ ଆ ଆ... କହି ଡାକିଦେଲେ କିଚିରି ମିଚିର ଶବ୍ଦ କରି ଚାରିପଟେ ଉଡିବୁଲନ୍ତି । ଏ କାଉ, ବଣି, ଶାରୀ, ଘରଟିଆଙ୍କ ସହ ଯେମିତି ଏକ ନିବିଡ଼ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ସେ । ପ୍ରତିଦିନ ନିଜ ହାତରେ ଏମାନଙ୍କୁ ଖାଇବାକୁ ଦେଇ ଖୁସି ପାଆନ୍ତି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଆଗ୍ରେନ ଗାଁର ସୁନୀଲ ବାଗ ।
କୋମନା ବ୍ଲକ ଆଗ୍ରେନ ଗାଁ ବସଷ୍ଟପ ପାଖରେ ସୁନୀଲଙ୍କ ଏକ ଛୋଟିଆ ଟିଫିନ୍ ଦୋକାନ ଅଛି । ସକାଳ ୬ଟା ବାଜିଲା ମାତ୍ରେ ବୁନ୍ଦି, ଧାନ, ଚାଉଳ,ଡାଲି କି ମକା ଧରି ଗାଁ ଦେଇ ଯାଇଥିବା ବିଜୁ ଫୋର୍ ୱେ ରାସ୍ତାକୁ ଚାଲିଆସନ୍ତି ସୁନୀଲ । ରାସ୍ତା ଉପରେ ଖାଦ୍ୟ ବଞ୍ଚିଦିଅନ୍ତି । ଆଉ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଉଡି ଆସି ଏଠି ନିର୍ଭୟରେ ଖାଦ୍ୟ ଖାଆନ୍ତି l ଆଜିକୁ ୩ ବର୍ଷ ହେଲା ସବୁଦିନ ଏମିତି ପକ୍ଷୀମାନଙ୍କୁ ଖାଦ୍ୟ ଦେଇଆସୁଛନ୍ତି ପକ୍ଷୀପ୍ରେମୀ ସୁନୀଲ ।
ଏମିତି କେଉଁ ଦିନ ନାହିଁ ଯେଉଁଦିନ ସେ ପକ୍ଷୀମାନଙ୍କୁ ଖାଇବାକୁ ଦେଇନାହାନ୍ତି । ଖାଲି ସେ ନୁହଁନ୍ତି ତାଙ୍କର ପୂରା ପରିବାର ବି ଏବେ ପକ୍ଷୀ ପ୍ରେମରେ ।
ପକ୍ଷୀମାନଙ୍କ ସହ ସୁନୀଲଙ୍କ ଏକ ନିଆରା ସମ୍ପର୍କ । ପୂର୍ବଦିନ ସନ୍ଧ୍ୟାରୁ ପକ୍ଷୀଙ୍କ ପାଇଁ ଖାଦ୍ୟ ସାଇତି ରଖିଥାନ୍ତି ସୁନୀଲ । ଆଉ ସକାଳେ ହେଲା ମାତ୍ରେ ଖାଦ୍ୟ ଧରି ବାହାରି ପଡନ୍ତି । ସୁନୀଲଙ୍କ ଏମିତି ପକ୍ଷୀ ପ୍ରେମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି
Rape And Murder Allegation: ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା; ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ ଜାରି

Turkey Plane Crash: ବିମାନ ଦୁର୍ଘଟଣା; ୪ ସୈନ୍ୟ ଅଧିକାରୀଙ୍କ ସହ ଆର୍ମି ଚିଫ୍ ମୃତ

Big Charge Against Yunus Regime: ଓସମାନ ହାଦିଙ୍କୁ ମାରିଛି ୟୁନୁସ୍ ସରକାର! ଛାତ୍ରନେତାଙ୍କ ଭାଇ କଲେ ଚାଞ୍ଚଲ୍ୟକର ଖୁଲାସା, ଆଣିଲେ ସଙ୍ଗୀନ ଅଭିଯୋଗ

Indian Woman Murdered In Canada: ଯୁବତୀଙ୍କୁ ହତ୍ୟା, ପ୍ରେମିକ ଅବଦୁଲ ଗଫୁରିକୁ ଖୋଜୁଛି ପୁଲିସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)