Advertisment

Daily Horoscope 14th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ସୁସ୍ବାଦୁ ଭୋଜନର ସୁଯୋଗ ମିଳିବ। ଆଜିର କାମରେ ନିଶ୍ଚିତ ସଫଳତା ମିଳିବ ।  କୌଣସି ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଦ୍ୱିଜା- ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ        

ଅଶ୍ୱନୀ- ସୁସ୍ବାଦୁ ଭୋଜନର ସୁଯୋଗ ମିଳିବ। ଆଜିର କାମରେ ନିଶ୍ଚିତ ସଫଳତା ମିଳିବ ।  କୌଣସି ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି।
ଦ୍ୱିଜା- ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ କାର୍ଯ୍ୟକଳାପ ଦୁଃଖ ଦେଇପାରେ, କିନ୍ତୁ କିଛି କହିପାରିବେ ନାହିଁ।
କୃତିକା- ବାଣିଜ୍ୟରେ ଉନ୍ନତି କରିବେ,କିନ୍ତୁ ପରିବହନରେ ଝଗଡ଼ାର ସମ୍ଭାବନା ରହିଛି। ବନ୍ଧୁଙ୍କ ଜରିଆରେ ବକେୟା ଅର୍ଥ ପାଇବେ। କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସାହାଯ୍ୟରୁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବେ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଓଁ ହଂ ଅଂ ଅଙ୍ଗାରକାୟ ନମଃ ଜପ କରନ୍ତୁ

Advertisment

ବୃଷ

କୃତିକା- ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ପାରିବାରିକ,ଲୋକ ସମ୍ପର୍କ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ 
ରୋହିଣୀ- ଗବେଷଣା, ଅନୁସନ୍ଧାନ, ରଚନାମତ୍କ କାର୍ଯ୍ୟ ତଥା ଅଧ୍ୟୟନରେ ଉନ୍ନତି କରିବେ । ଅସଂଯତ କାର୍ଯ୍ୟକଳାପ ଜନିତ ଅଭିଯୋଗ ଦ୍ୱାରା ଉଚ୍ଚ ବର୍ଗଙ୍କ ଠାରୁ ସମାଲୋଚିତ ହେବେ    
ମୃଗଶିରା- ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ କଳହ ଲାଗିପାରେ । ବ୍ୟସ୍ତତା ଭିତରେ ସମୟ ବିତାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ

ମୃଗଶିରା- ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇ ନ ଥିବାରୁ ବ୍ୟସ୍ତତା ଅନୁଭବ କରିବେ।
ଆଦ୍ରା-ବନ୍ଧୁଙ୍କ ସାହାଯ୍ୟରେ ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଚିନ୍ତା ଦୂର ହେବ। ପ୍ରତିଦ୍ୱନ୍ଦ୍ୱିତା ନ କରି ଆଲୋଚନା ମଧ୍ୟରେ କାମ କରିବା ଭଲ ହେବ। ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ଅଧିକ ଲାଭବାନ୍ ହେବେ ।    
ପୁନର୍ବସୁ- ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମ ସମ୍ପାଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର‌୍ୟ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇପାରନ୍ତି।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ବୁଧ ଙ୍କର ମନ୍ତ୍ର “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଜପ କରନ୍ତୁ 

Advertisment

କର୍କଟ

ପୁନର୍ବସୁ- ଦାଂପତ୍ୟ ଜୀବନରେ କଳହର ଅବସାନ ଘଟିବ । କାରବାରରେ ଆପଣଙ୍କର ବହୁତ ଲାଭ ହେବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ 
ପୁଷ୍ୟା- ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ । ଯାନବାହନ ,ବ୍ୟବସାୟରେ ସଫଳତା ଲାଭ କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ  
ଅଶ୍ଳେଷା-  ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ । କାନୁନ , ବିବାଦ ଆଦି ଦେଖା ଦେଇପାରେ । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ

ମଘା- ପାରିବାରିକ ଅଶାନ୍ତି ଜନିତ ମାନସିକ ଅସୁସ୍ଥତାକୁ ବଢ଼ାଇଦେଇପାରେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିର କାମ କରିବାରେ ସଫଳତା ପାଇବେ। ଇଚ୍ଛା ଅନୁଯାୟୀ କାମଗୁଡ଼ିକ ହେବା କାରଣରୁ ମାନସିକ ସ୍ଥିରତା ରହିବ।
ପୂ- ଫାଲ୍‌ଗୁନୀ- ତଥାପି ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟଟି ଆକସ୍ମିକ ଭାବରେ ସମାଧାନ ହୋଇଯିବ। ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ।
ଉ- ଫାଲ୍‌ଗୁନୀ- ଆର୍ଥିକ ସ୍ଥିତି ପୂର୍ବପରି ଲାଗି ରହିବା କାରଣରୁ ଧାର, କରଜ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଘର ପାଇଁ ହେଉ କିମ୍ବା ବନ୍ଧୁ ପାଇଁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁ ଙ୍କର ଉପାସନା କରିବ ।

କନ୍ୟା

ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି 
ହସ୍ତା- ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ବ୍ୟବସାୟରେ ସହରକୁ ଯାଇ ପାରନ୍ତି ।
ଚିତ୍ରା-  ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ରାଜନିତିରେ ଲକ୍ଷ୍ୟପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ । ମାଲିମକନ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା

ଚିତ୍ରା- କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ।
ସ୍ୱାତୀ- ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। ବ୍ୟକ୍ତି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବେ। କଳା, ସଙ୍ଗୀତ, ସାହିତ୍ୟ ଚର୍ଚ୍ଚା, ସଭାସମିତି, ତର୍କ ବିତର୍କ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ।
ବିଶାଖା- ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହି ନ ପାରେ। ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କିଛି ଦହି ମିଶ୍ରି ଓ ଅରୁଆ ଚାଉଳ ନେଇ ମନ୍ଦିରରେ ଦାନ  ଦେଇଦିଅନ୍ତୁ ।

ବିଛା

ବିଶାଖା- ସୁସ୍ଥ ଅନୁଭବ କରିବେ ।  ପରିବାରରେ ହସଖୁ୍‌ସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ଆୟ ବଢିବା ସହିତ ଚାକିରିରେ ପଦେନ୍ନତି ହେବ ।  କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ 
ଅନୁରାଧା- ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର‌୍ୟ୍ୟରେ ଭାଗନେଇ ଗଠନ ମୂଳକ କାର୍ଯ୍ୟପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଲୋକ ମାନେ ଆପଣଙ୍କ ଜ୍ଞାନ ଦ୍ୱାରା ପ୍ରଭାବିତ ହେବେ । ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ
ଜ୍ୟୋଷ୍ଠା- ଅଦାଲତରେ ଜୟଯୁକ୍ତ ହେବେ । ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ

ମୂଳା- ବ୍ୟବସାୟ ସମ୍ପର୍କିତ ସମସ୍ୟା ମଧ୍ୟାହ୍ନରେ ଦୂର ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଅବଲମ୍ବନ ପୂର୍ବକ କାମ କରିବା ଭଲ ହେବ। ବନ୍ଧୁଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। 
ପୂ, ଷାଢା- ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟସ୍ତତା ବଢ଼ିଯିବ। ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି । ମହିଳା ମାନେ ଉଦାର ସ୍ୱଭାବ ରହିବେ । 
ଉ,  ଷାଢା- ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ବିଶେଷ ଚିନ୍ତା କରିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଥିବା ଆଶା ମନରେ ଦୁଃଖ ଦେଇପାରେ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ଓଁ ହ୍ରୀଂ କ୍ଳୀଂ ହଂ ବୃହସ୍ପତୟେ ନମଃ ମନ୍ତ୍ରକୁ ପାଠ କରନ୍ତୁ ।

ମକର

ଉ, ଷାଢା- ବ୍ୟବସାୟରେ ପ୍ରଭାବ ବିସ୍ତାର କରିବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ 
ଶ୍ରବଣା- ଚାକିରି କ୍ଷେତ୍ରରେ କୂଟନୀତି ପଦାରେ ପଡିଯିବାର ଭୟ ରହିଛି । ରାଜନୀତିରେ ସତ୍ୟବାଦୀ ହେବେ ।  ଲେଖାପଢାରେ ଧନ ଅର୍ଜନ କରିବେ ।  ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ 
ଧନିଷ୍ଠା-  ମହିଳା ମାନେ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇ ପାରନ୍ତି । ଦୂର ସ୍ଥାନରେ ନୂଆ ଜମିବାଡି କିଣିବାର ସୁଯୋଗ ଆସିପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ

ଧନିଷ୍ଠା- ଏକାଧିକ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟ କ୍ଷେତ୍ରରେ ଲାଭ ବୃଦ୍ଧି ପାଇବ।
ଶତଭିଷା- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଜମିଜମା କାରବାର, ନିର୍ମାଣ, ପ୍ରଶାସନ, ଗଣଯୋଗାଯୋଗ କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
ପୂ,  ଭାଦ୍ରପଦ- ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲରେ ସମର୍ଥ ହେବେ। ସଭାସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କୋଇଲା ଖଣ୍ଡ ନେଇ କୌଣସି ଧର୍ମ ସ୍ଥାନରେ ଦେଇଦିଅନ୍ତୁ ।

ମୀନ

ପୂ, ଭାଦ୍ରପଦ- ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବାନ୍ ହେବେ । ଦାଂପତ୍ୟ ଜୀବନରେ ମଧୁରତା ବଢିବ । ଅଫିସରେ କର୍ମଚାରୀଙ୍କ ଉପରେ  ବିରକ୍ତ ରୁହନ୍ତୁ ନାହିଁ ।
ଉ, ଭାଦ୍ରପଦ- ବ୍ୟବସାୟରେ ବିରାଟ ଯୋଜନାର ସଂକଳ୍ପ ନେବେ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ରାଜନୀତିରେ ଲୋକପ୍ରିୟତା ଦେଖା ଦେବ 
ରେବତୀ- କଳା, ସାହିତ୍ୟ , ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । କୈାଣସି ମୂଲ୍ୟବାନ ଉପହାର ପ୍ରାପ୍ତି ହେବେ । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କୈାଣସି ବ୍ରାହ୍ମଣର ସେବା କରନ୍ତୁ

Advertisment