Advertisment

Prem Anand’s revelations: ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଓଟିଭିରେ ବଡ ଖୁଲାସା କଲେ...

ଓଟିଭିକୁ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍ କରାଯାଉଥିଲା। ସୋସିଆଲ ମିଡିଆ ଟ୍ରୋଲ୍ କୁ ସେ ବହୁତ ଡରୁଥିଲେ।

author-image
Chinmayee Sahoo
Prem Anand revelations

Prem Anand revelations Photograph: (OTV)

ସ୍ବରର ସେହେଜାଦା ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗକୁ ୬ ଦିନ ବିତିଲା। ହେଲେ ବିବାଦ ନିଆଁ ହୁତୁହୁତୁ ହୋଇ ଜଳୁଛି। ନିଇତି ନୂଆ ଖୁଲାସା, ନୂଆ ଅଭିଯୋଗ ସାମ୍ନାକୁ ଆସୁଛି । ତେବେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଓଲିଉଡ୍ ଜଗତରେ ଖେଳିଯାଇଛି ଶୋକର ଛାୟା । ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ସୋ' କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ୍ ହେଉଛି।

Advertisment

ମେଡିକାଲରେ ହ୍ୟୁମାନ ଆଡମିଟ୍ ହେବା ଦିନ ମଧ୍ୟ ପ୍ରୋଗ୍ରାମ୍ ରଖାଯାଇଥିଲା। ମେଡିକାଲରେ ଚିକିତ୍ସା କଥା ବୁଝିବା ପରିବର୍ତ୍ତେ ଦୁଇ ମ୍ୟାନେଜର ସାଇଡ୍ ହୋଇଯାଇଥିଲେ। ଅନ୍ୟପଟେ ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ମ୍ୟାନେଜର ଦୀନେଶ ଯେଉଁଭଳି ଅପଶବ୍ଦ କହି ଦୁର୍ବବ୍ୟହାର କଲେ, ତାହା ତାଙ୍କ ଷଡ଼ଯନ୍ତ୍ରର ଚେହେରା ବୋଲି ଅଭିଯୋଗ ହୋଇଛି।

ତେବେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଟିଭିକୁ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍  କରାଯାଉଥିଲା। ହ୍ୟୁମାନଙ୍କ ଶାରିରୀକ ଅସୁସ୍ଥତା ମୋତେ କଷ୍ଟ ଦେଉଥିଲା। ବାରମ୍ବାର ସ୍ତ୍ରୀ ଓ ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ। ହ୍ୟୁମାନଙ୍କୁ ଦେଖା କରିବାକୁ ସ୍ତ୍ରୀ, ଝିଅ ଅପେକ୍ଷା କରି ରହୁଥିଲେ। କିନ୍ତୁ ତାଙ୍କୁ ବାରମ୍ବାର ଅଟକା ଯାଉଥିଲା। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାର ତଦନ୍ତ କରାଯାଉ। ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା। ଜୀବନରେ ଯଦି ଶାନ୍ତି ନ ରହିବ କେମିତି କଣ ଜଣେ କରିବ। ହ୍ୟୁମାନଙ୍କ ମା’ଙ୍କୁ ଗାଳିଗୁଲଜ କରିବା ଠିକ୍ ନୁହେଁ।”

Advertisment

“ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ। ତେଣୁ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜଣାପଡ଼ିବ। ସେ ଷ୍ଟେଜ୍ ସୋ କରିବା ପାଇଁ ଯେଉଁ କମିଟି ଠାରୁ ଟଙ୍କା ଆଣିଥିଲେ, ଦେହ ଅସୁସ୍ଥତା ଯୋଗୁଁ ସୋ ନ କରିବାକୁ ଟଙ୍କା ମଧ୍ୟ ଫେରାଇବା ପାଇଁ ତାଙ୍କ ସହ ଆଲୋଚନା ହୋଇଥିଲା। କିନ୍ତୁ ସୋସିଆଲ ମିଡିଆ ଟ୍ରୋଲ୍ କୁ ବହୁତ ଡରୁଥିଲେ ହ୍ୟୁମାନ। ହ୍ୟୁମାନ ଅସୁସ୍ଥ ହେବା ପଛର କାରଣ କ’ଣ ଖୋଜନ୍ତୁ। ଅସୁସ୍ଥ ହେବା ପଛରେ ଯେଉଁମାନଙ୍କ ଭୂମିକା ରହିଛି ଖୋଜାଯାଉ। ହ୍ୟୁମାନ ଉଚ୍ଚକୁ ଯିବା ପରେ ଯେଉଁମାନେ ଡିଷ୍ଟର୍ବ ଚାହୁଁଥିଲେ ଖୋଜାଯାଉ।”

humane sagar case
Advertisment
Related Articles
Advertisment